ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବେତନଟୀ,୧।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା ଅଧୀନ କେଶିପୁର ଫାଣ୍ଡି ଅଞ୍ଚଳ ସରୁଶୋଳ ଗ୍ରାମ ନିକଟରୁ ରବିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ହାଟଡିହୀ ଗ୍ରାମର ଗୋପୀନାଥ ନାଏକ (୩୫)।
ସୂଚନାନୁଯାୟୀ, ଗୋପୀନାଥ ଶନିବାର ରାତିରେ ୩ ଜଣ ଯୁବକଙ୍କ ସହ ସରୁଶୋଳ ଗ୍ରାମକୁ ଆସି ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ମିଳି ନଥିଲା। ରବିବାର ମୃତଦେହ ପଡିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଗୋପୀନାଥଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଅପରପକ୍ଷେ ଉକ୍ତ ଯୁବକମାନେ ଫେରାର ଥିବା ଜଣାପଡିଛି। ବେତନଟୀ ପୋଲିସ ୧୦୪/୧୯ରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର ସୁରକ୍ଷା ପରଖିଲା ଏନ୍‌ଏସ୍‌ଜି ଟିମ୍‌

ପୁରୀ ଅଫିସ,୧୮।୩:ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ୩ ଜଣିଆ ଟିମ୍‌ ବୁଧବାର ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛି। ଏହି ଟିମ୍‌ର ସଦସ୍ୟମାନେ...

ରବିନାରାୟଣ ଦାଶଙ୍କୁ ମିଳିବ କିଶୋରୀ ଚରଣ ପୁରସ୍କାର

କଟକ ଅଫିସ,୨୨।୨: ସାହିତି୍ୟକ କିଶୋରୀ ଚରଣ ଦାସଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ କିଶୋରୀ ଚରଣ ପୁରସ୍କାର ଚଳିତବର୍ଷ ଯୁବ କଥାକାର ରବିନାରାୟଣ ଦାଶ ପାଇବା...

କଣ୍ଟାବାଞ୍ଜିରେ ସ୍ଥିତି ଅନୁଧ୍ୟାନ କଲେ ବଲାଙ୍ଗୀର ଏସ୍‌ପି

କଣ୍ଟାବାଞ୍ଜି, ୨୦।୪(ଡି.ଏନ.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକ୍‌ ଡାଉନ ରଖା ଯାଇଛି। ହେଲେ ଏହା ଠିକ୍‌ ଠାକ୍‌ ଭାବେ ପାଳନ ହେଉଛି...

ଶ୍ରୀଶଙ୍କରାନନ୍ଦ ମଠର ବିକାଶକୁ ଗୁରୁତ୍ୱ

ପୁରୀ ଅଫିସ, ୭ା୧୧:ଶ୍ରୀଶଙ୍କରାନନ୍ଦ ମଠ ଐତିହ୍ୟ ପୁସ୍ତକର ଉନ୍ମୋଚନ ଉତ୍ସବ ରବିବାର ମଠ ପରିସରରେ ଟ୍ରଷ୍ଟବୋର୍ଡ଼ ସଭାପତି ଦୁର୍ଗାପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ସୁଧୁରୁନି ପରିମଳ ବ୍ୟବସ୍ଥା

କଟକ ଅଫିସ,୧୪ା୧୦:କଟକ ସହରର ୫୯ନଂ. ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଳିଆ ଆବର୍ଜନା ପଡ଼ି ରହୁଥିଲେ ମଧ୍ୟ କେହି ଉଠାଇବାକୁ ଆସୁନାହାନ୍ତି। ଆଲୋକୀକରଣ...

ପୁରୁଣା କାନ୍ଥରେ ନୂଆ ପ୍ଲାଷ୍ଟର

ନୟାଗଡ଼ ଅଫିସ/ରଣପୁର,୩।୬(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଆସିଥିବା ଅନୁଦାନରେ ସ୍ମାର୍ଟ କ୍ଲାସରୁମ୍‌, ଅତ୍ୟାଧୁନିକ ବିଜ୍ଞାନାଗାର, ଇ-ଲାଇବ୍ରେରି, ଖେଳପଡିଆ, ସୁଦୃଶ୍ୟ ତୋରଣ, ଶୌଚାଳୟ, ଆସବାବପତ୍ର,...

ସବ୍‌ରେଜିଷ୍ଟ୍ରି ଅଫିସରେ ତାଲା ପକାଇଲା ଓକିଲ ସଂଘ

ଲୋଇସିଂହା,୧୭।୮(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ତହସିଲର ସବରେଜିଷ୍ଟ୍ରି ଅଫିସର କିରାଣି ମେନାରାମ ବିଶିଙ୍କୁ ଲୋଇସିଂହା ତହସିଲକୁ ବଦଳି କରାଯାଇଥିଲା । ଶୁକ୍ରବାର ସେ ଲୋଇସିଂହା ତହସିଲରେ...

ପାଟଣା ରେଞ୍ଜକୁ ପୁଣି ଫେରିଲେ ୨୬ ଟିକିଆ ହାତୀପଲ, ଚିନ୍ତାରେ ଗ୍ରାମବାସୀ

ପାଟଣା,୧୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ପୁଣିଥରେ ୨୬ ଟିକିଆ ବଣୁଆ ହାତୀପଲ କରଞ୍ଜିଆ ରେଞ୍ଜରୁ ଶୁକ୍ରବାର ସନ୍ଧ୍ୟାରେ ଫେରିଛନ୍ତି। ପୂର୍ବରୁ ୫ଦିନ ତଳେ ଏହି...

Advertisement
Archives

Model This Week