ଯୁବକଙ୍କୁ ଗୋଡ଼େଇ ହାଣିବା ଘଟଣାରେ ୮ ଅଟକ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଶହୀଦନଗର ଥାନା ୟୁନିଟ୍‌-୯ ଗ୍ରୀଡ୍‌କୋ କଲୋନୀରେ ଯୁବକ ପି.ଆକାଶ ଦୋରାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ୮ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗୋଷ୍ଠୀ ବିବାଦରୁ ଏହି ଘଟଣା ଘଟିଥିବାବେଳେ ଏହା ଆଗକୁ ଭୟଙ୍କର ସଂଘର୍ଷର ରୂପ ନେଇପାରେ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ତେଣୁ ପୋଲିସ ଏବେଠୁ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ନୟାପଲ୍ଲୀ ଅଞ୍ଚଳର ଏକ ଘରୋଇ ହସ୍ପିଟାଲ ଆଇସିୟୁରେ ଚିକିତ୍ସାଧୀନ ଥିବା ଆକାଶଙ୍କ ଅବସ୍ଥା ବିଗିଡ଼ିବାରେ ଲାଗିଛି। ରବିବାର ସକାଳେ ଆକାଶଙ୍କ ବାପା ପି. ତାରକେଶୁ ଦୋରା ଶହୀଦନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆଇପିସି ଦଫା ୧୪୭, ୧୪୮, ୩୨୪, ୩୦୭, ୧୪୯ ଓ ୭ ଅନୁଯାୟୀ ମାମଲା ( ନଂ-୮୭/୨୦୨୦) ରୁଜୁ କରିଛି। ମାମଲାରେ ଗୁଲସନ୍‌, ଭବାନୀ, ଶୁଭମ୍‌ ଏବଂ ଅନ୍ୟ କେତେଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ ରହିଛି। ପୋଲିସ ଶନିବାର ଘଟଣାସ୍ଥଳରୁ ଜଣଙ୍କୁ କାବୁ କରିଥିଲାବେଳେ ବିଳମ୍ବିତ ରାତିରେ ୮ ଜଣଙ୍କୁ ଉଠାଇ ନେଇଥିଲା। ମାମଲାରେ ସମ୍ପୃକ୍ତ ଅନ୍ୟ ୨୬ ଜଣଙ୍କୁ ପୋଲିସ ଖୋଜୁଛି। ସେମାନେ ରାଜଧାନୀ ପାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଏକ ଟିମ୍‌ ରାଜଧାନୀ ବାହାରେ ଚଢାଉ ଜାରି ରଖିଛି। ଏହି ଆକ୍ରମଣ ପଛରେ ବାଣୀବିହାର କ୍ୟାମ୍ପସରେ ରହୁଥିବା କେତେଜଣ ଛାତ୍ର ଏବଂ ଭିଏସ୍‌ଏସ୍‌ ନଗରର କେତେଜଣ ଯୁବକ ସାମିଲ ଅଛନ୍ତି।

ଏଥିରେ ବି ନାବାଳକଙ୍କ ସମ୍ପୃକ୍ତି
ନାବାଳକଙ୍କ ପାଇଁ ଦଣ୍ଡ କଠୋର ନ ଥିବାରୁ ଅପରାଧୀମାନେ ଏକାଧିକ ମାମଲାରେ ନାବାଳକଙ୍କୁ ସାମିଲ କରୁଛନ୍ତି। ୟୁନିଟ-୨ ମାର୍କେଟ ବିଲ୍ଡିଂରେ ଆତଙ୍କ ମାମଲାରେ ୧୬ ଜଣ ନାବାଳକ ସମ୍ପୃକ୍ତ ଥିଲେ। ସେମାନେ ଦେଖୁ ଦେଖୁ ମାରପିଟ୍‌ ସାଙ୍ଗକୁ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଶନିବାର ରାତିରେ ୟୁନିଟ-୯ ଗ୍ରୀଡ୍‌କୋ କଲୋନୀରେ ହୋଇଥିବା ଆକ୍ରମଣରେ ମଧ୍ୟ ଏକାଧିକ ନାବାଳକଙ୍କ ସମ୍ପୃକ୍ତି ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏହି ଆକ୍ରମଣ ପଛର ମାଷ୍ଟରମାଇଣ୍ଡ ନାବାଳକମାନଙ୍କୁ ବ୍ୟବହାର କରି ନିଜର ଫାଇଦା ହାସଲ କରିଥିବା ପୋଲିସ ଜାଣିବାକୁ ପାଇଛି।
ବାଇକ୍‌ ଏକ୍ସିଲେଟର ମୋଡ଼ିବାରୁ ହୋଇଥିଲା ବିବାଦ
ଶନିବାର ଆକାଶଙ୍କ ଉପରେ ହୋଇଥିବା ଆକ୍ରମଣର ମୂଳ କାରଣ ହେଲା ବାଇକର ଏକ୍ସିଲିଟର ମୋଡ଼ିବା। ଦୁଇ ସପ୍ତାହ ତଳେ ଶହୀଦନଗର ଦୁର୍ଗାମଣ୍ଡପ ପଛପଟରେ ୟୁନିଟ-୯ର କେତେଜଣ ପିଲା ବସିଥିଲେ। ଏହି ସମୟରେ ବାଣୀବିହାର କ୍ୟାମ୍ପସର ଦୁଇଜଣ ପିଲା ବାଇକରେ ଆସି ତାଙ୍କ ଆଗରେ ଏକ୍ସିଲିଟର ମୋଡ଼ି ଦୀର୍ଘ ସମୟ ପର୍ଯ୍ୟନ୍ତ ବିକଟାଳ ଶବ୍ଦ କରିଥିଲେ। ଏହାକୁ ଆକାଶ ଏବଂ ତାଙ୍କ ସାଙ୍ଗମାନେ ବିରୋଧ କରିଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଥାନାରେ ଆପୋସ ସମାଧାନ ହୋଇଥିଲା। କିନ୍ତୁ ବାଣୀବିହାର ପିଲା ରାଗ ରଖିଥିଲେ। ତଦନୁଯାୟୀ ଶନିବାର ଆକାଶଙ୍କୁ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ। ଆକାଶ ଗ୍ରୀଡ୍‌କୋ କଲୋନୀରେ ୩ଜଣ ସାଙ୍ଗମାନଙ୍କ ସହ ବସିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଯୁବକ ମୁହଁରେ କପଡ଼ା ବାନ୍ଧି ଖଣ୍ଡା, ଭୁଜାଲି ଧରି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri