ଯୁଗ୍ମ ଶ୍ରମ କମିଶନର କାର୍ଯ୍ୟାଳୟ ଅଚଳ: ବର୍ଷେ ହେଲା ଡିଏଲଓ ପଦବୀ ଖାଲି,କାର୍ଯ୍ୟକାରୀ ହେଉନି ଶ୍ରମିକ ଆଇନ

ଯାଜପୁର ଅଫିସ,୨୮ା୨: ଯାଜପୁର ଯୁଗ୍ମ ଶ୍ରମ କମିଶନର କାର୍ଯ୍ୟାଳୟରେ ଅଚଳାବସ୍ଥା ଜାରି ରହିଛି। ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ, ପ୍ରତିବାଦ ସଭା ଆଦି ହେଉଥିଲେ ହେଁ ସରକାର ଦୃଷ୍ଟି ନ ଦେବା ଜିଲାବାସୀଙ୍କୁ ବ୍ୟଥିତ କରିଛି। ପ୍ରାୟ ୧ ବର୍ଷ ହେବ ଜିଲା ଶ୍ରମ ଅଧିକାରୀ(ଡିଏଲଓ) ପଦବୀ ଖାଲି ପଡିଛି। ଯାଜପୁର ଯୁଗ୍ମ ଶ୍ରମ କମିଶନର(ଜେଏଲ୍‌ସି)ଙ୍କ ଅଧିନରେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲା ସମେତ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲା ରହିଛି। କଳିଙ୍ଗନଗରର ଶିଳ୍ପାଞ୍ଚଳ ଓ ଭଦ୍ରକ ଜିଲା ଧାମରା ବନ୍ଦରର ଏକାଧିକ ସମସ୍ୟା ଓ କାଯର୍‌ୟ ଆଦି ସମାଧାନ ହୋଇପାରୁ ନାହିଁ। ଯାଜପୁର ଡେପୁଟି ଲେବର କମିଶନର ଡିଏଲ୍‌ସି ସୁନୀଲ କୁମାର ସାହୁଙ୍କୁ ୨୨ା୧ା୨୦୨୦ରେ ଜେଏଲ୍‌ସି ଭାବେ ପଦୋନ୍ନତି ଦିଆଯାଇ ଏଠାରେ ଅବସ୍ଥାପିତ କରାଯାଇଥିଲା। ଏହା ପରେ ତାଙ୍କୁ କାର୍ଯ୍ୟ କରିବା ପାଇଁ ରାଜ୍ୟ ଶ୍ରମ ବିଭାଗ ତୁରନ୍ତ କ୍ଷମତା ପ୍ରଦାନ କରିବା କଥା। ହେଲେ ଇତିମଧ୍ୟରେ ୧ମାସରୁ ଊର୍ଦ୍ଧ୍ୱ ସମୟ ଅତିବାହିତ ହୋଇଯାଇଥିଲେ ବି ତାଙ୍କୁ କାର୍ଯ୍ୟ କରିବା ପାଇଁ କ୍ଷମତା ଦିଆଯାଇ ନାହିଁ। ଫଳସ୍ବରୂପ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ସମୃଦ୍ଧ ଏହି ୪ଟି ଜିଲାର ବ୍ୟବସାୟୀ, ଠିକାଦାର, ଶ୍ରମିକ ଓ କାରଖାନା କର୍ତ୍ତୃପକ୍ଷ ନାହିଁ ନ ଥିବା ଅବସ୍ଥାର ସମସ୍ୟାରେ ପେଷି ହେଉଛନ୍ତି। ଏହାସହ ନିର୍ମାଣ ଶ୍ରମିକ ଚୟନରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ଯାଜପୁର ଜିଲାରେ ଅତିବେଶିରେ ପ୍ରାୟ ୪୦ହଜାର ନିର୍ମାଣ ଶ୍ରମିକ ଅଛନ୍ତି। ଅଥଚ ଜିଲାରେ ବାସ୍ତବ ପରିସଂଖ୍ୟାନ ଠାରୁ ୩ଗୁଣରୁ ଊର୍ଦ୍ଧ୍ୱ ଅର୍ଥାତ ପ୍ରାୟ ୧ଲକ୍ଷ ୩୨ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇ ପରିଚୟ ପତ୍ର ପାଇଛନ୍ତି। କେତେକ ଟ୍ରେଡ ୟୁନିୟନ କର୍ମକର୍ତ୍ତାଙ୍କ ସୁପାରିଶରେ ପ୍ରାୟ ୯୦ପ୍ରତିଶତ ଜାଲ୍‌ କରି ଅଣ ସଂଗଠିତ ଶ୍ରମିକ ତଥା ଚାଷୀ ଶ୍ରେଣୀର ବ୍ୟକ୍ତି ଉପକୃତ ହେଉଥିବାବେଳେ ବାସ୍ତବ ନିର୍ମାଣ ଶ୍ରମିକ ଯୋଜନା ଅନ୍ତର୍ଗତ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବାସ୍ତବ ଚିତ୍ରର ପର୍ଦ୍ଦାଫାଶ ହୋଇ ପାରନ୍ତା ବୋଲି ସାଧାରଣରେ ଦାବି ହେଉଛି। ଏହାବାଦ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସରକାରଙ୍କ ବିଭିନ୍ନ ଶ୍ରମ ଆଇନକୁ ଊଲ୍ଲଂଘନ ହେବାର ଅନେକ ନଜିର ରହିଛି। ଦିନକୁ ଦିନ ଠିକା ଶ୍ରମିକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ବିନା ନୋଟିସରେ ବାହାର କରି ଦେଉଛନ୍ତିି। ଏନେଇ ଶ୍ରମ ବିଭାଗର ଦ୍ୱାରସ୍ଥ ହେଉଥିଲେ ହେଁ କୌଣସି ଫଳପ୍ରଦ ହେଉନାହିଁ। ଯାଜପୁର ଜିଲାରେ ସର୍ବନିମ୍ନ ମଜୁରୀ ଆଇନ, ଠିକା ଶ୍ରମିକ ଉଚ୍ଛେଦ ଆଇନ, ଶିଳ୍ପ ବିବାଦ ଆଇନ, ଇଣ୍ଡଷ୍ଟ୍ର୍ରିଆଲ ଏମ୍ପ୍ଲୋୟମେଣ୍ଟ ଷ୍ଟାଣ୍ଡିଂ ଅର୍ଡର ପ୍ରଭୃତି ଶ୍ରମିକ ଆଇନ ସମ୍ବନ୍ଧୀୟ କ୍ଷେତ୍ରରେ ପ୍ରାୟ ୩୦୦ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଫଳରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ତୁରନ୍ତ ନ୍ୟାୟ ପାଉ ନ ଥିବାରୁ ଶ୍ରମ ବିଭାଗକୁ ଦୌଡି ଦୌଡି ନୟାନ୍ତ ହୋଇ ପଡିଲେଣି। ଏଠାରେ କାର୍ଯ୍ୟରତ ଜିଲା ଶ୍ରମ ଅଧିକାରୀ ଶିବଶଙ୍କର ମିଶ୍ରଙ୍କୁ ୨ା୨ା୨୦୧୯ରେ ଅନୁଗୋଳକୁ ବଦଳି କରି ଦିଆଯାଇଥିଲା। ହେଲେ ତାଙ୍କ ସ୍ଥାନରେ କାହାରିକୁ ଏଠାରେ ଅଦ୍ୟାବଧି ଅବସ୍ଥାପିତ କରାଯାଇପାରି ନାହିଁ। ଏହାଛଡ଼ା ଯାଜପୁର ଶ୍ରମ କାର୍ଯ୍ୟାଳୟରେ ୩୧ା୧ା୨୦୧୯ରୁ କେହି ଚୌକିଦାର ନ ଥିବାବେଳେ କିରାଣୀଙ୍କ ସଂଖ୍ୟା ବହୁ ନଗଣ୍ୟ ରହିଛି। ତେଣୁ ଆଉ କାଳବିଳମ୍ବ ନ କରି ରାଜ୍ୟ ଶ୍ରମ କମିଶନର ଓ ପ୍ରମୁଖ ଶ୍ରମ ସଚିବ ତୁରନ୍ତ ଯାଜପୁର ଜେଏଲସିଙ୍କୁ କାର୍ଯ୍ୟ କ୍ଷମତା ପ୍ରଦାନ କରିବା ସହ ବିଭିନ୍ନ ପଦଗୁଡିକୁ ପୂରଣ କରିବାକୁ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଦୁଷ୍ମନ୍ତ କୁମାର ରାଉତ, ପ୍ରଫୁଲ୍ଲ ନାୟକ ପ୍ରମୁଖ ଦାବି କରିଛନ୍ତି। ଏସଂକ୍ରାନ୍ତରେ ଜେଏଲ୍‌ସି ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଏହି କାର୍ଯ୍ୟାଳୟ ଅଧିନରେ ଥିବା ୪ଟି ଜିଲା ସମେତ ଯାଜପୁର ଜିଲା ଶ୍ରମ ଅଧିକାରୀ ଦାୟିତ୍ୱ ମଧ୍ୟ ସେ ବୁଝୁଛନ୍ତି । ଦାୟିତ୍ୱ ସମ୍ପାଦନ କରିବାରେ ସେକେବେ ହେଳା କରୁ ନାହାନ୍ତି । ଦାୟିତ୍ୱ ପ୍ରଦାନ ଏବଂ ଜିଲା ଶ୍ରମ ଅଧିକାରୀ ନିଯୁକ୍ତି ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଖୁବ୍‌ ଶୀଘ୍ର ଏହି ପଦବୀ ପୂରଣ ହେବ ବୋଲି ଆଶା କରାଯାଉଛି ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri