ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକଠାରୁ ବସ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା ଅଡହୁରିଆ ଗ୍ରାମର ତପନ ଜେନା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବ୍ରାଞ୍ଚରୁ ଲକ୍ଷେ ଟଙ୍କା ଉଠାଇ ବସ୍‌ ଯୋଗେ ଆସିଥିଲେ। ବସ୍‌ଟି ବ୍ରିଜ ଛକଠାରେ କିଛି ସମୟ ଅଟକିବାରୁ ସଂପୃକ୍ତ ବ୍ୟକ୍ତି ଟଙ୍କା ବ୍ୟାଗ୍‌ ଧରି ତଳକୁ ଓହ୍ଲାଇଥିଲେ। ଠିକ୍‌ ଏହି ସମୟରେ ଏକ ବାଇକ୍‌ରେ ଦୁଇ ଜଣ ଲୁଟେରା ଆସି ଟଙ୍କା ଥିବା ବ୍ୟାଗ୍‌ଟିକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ତପନ ଆନନ୍ଦପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ବ୍ୟାଙ୍କରେ ପହଞ୍ଚି ସିସି ଟିଭି ଫୁଟେଜ୍‌ ଯାଞ୍ଚ୍‌ କରି ଲୁଟେରାଙ୍କ ସମ୍ପର୍କରେ ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି। ଅନ୍ୟପକ୍ଷରେ ଲୁଟ୍‌ ହେବା ପରେ କେତେକ ବ୍ୟକ୍ତି ସଂପୃକ୍ତ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା କୌଣସି ସଫଳତା ମିଳି ନ ଥିବା ଜଣାପଡ଼ିଛି। ସ୍ପଷ୍ଟ ଦିବାଲୋକରେ ଲୁଟ୍‌ ଘଟଣା ଆନନ୍ଦପୁର ପୋଲିସ ପାଇଁ କଡ଼ା ଚ୍ୟାଲେଞ୍ଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ କଳା କାର୍‌ରେ କୁଆଡେ ଗଲେ ଅଭିଷେକ ଶର୍ମା-ଗୌତମ ଗମ୍ଭୀର? ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା…

ଅହମ୍ମଦାବାଦ,୨୨।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ହାଇ-ଭୋଲଟେଜ୍‌ ସୁପର-୮ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌…

ବାହଘର ପରେ କନିଆକୁ ଧରି ଘରକୁ ଫେରୁଥିଲେ, ବର ମୁଣ୍ଡରେ ବନ୍ଧୁକ ଲଗାଇ ନବବଧୂକୁ ଧରି ପ୍ରେମିକ ଛୁ

ତରଭା/ବଲାଙ୍ଗୀର,୨୨।୨(ମାନଭଞ୍ଜନ ମିଶ୍ର/ସୁନୀଲ ମହାନ୍ତି): ଫିଲ୍ମ ଷ୍ଟାଇଲରେ ଜଣେ ଯୁବକ ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ବରଙ୍କ ଘର…

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

‘ଯେଉଁମାନେ ଖେଳନ୍ତି, କେବଳ ସେମାନେ ପ୍ରସ୍ଫୁଟିତ ହୁଅନ୍ତି…’, ‘ମନ କି ବାତ’ରେ କାନାଡିଆନ ଦଳ ବିଷୟରେ କାହିଁକି କହିଥିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୨୨।୨: ରବିବାର (୨୨ ଫେବୃଆରୀ) ମନ କି ବାତର ୧୩୧ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ ବିଶ୍ୱ AI…

ମହାପୁରୁଷଙ୍କୁ କି ଦଣ୍ଡ: ସର୍ବ ସମ୍ମୁଖରେ …

ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ମହାପୁରୁଷ ମାନଙ୍କୁ କି ପ୍ରକାର ଦଣ୍ଡ। ସର୍ବ ସମ୍ମୁଖରେ ମହାପୁରୁଷ ମାନଙ୍କୁ ଏଭଳି ଅପମାନିତ କରିବାକୁ କାହାର ସାହସ ହେଲା ତାହା ସହରରେ ଚର୍ଚ୍ଚା…

ସୁପର-୮ ପାଇଁ ଟିମ୍‌ ଇଣ୍ଡିଆରେ ହେବ ସଞ୍ଜୁ ସାମସନଙ୍କ ଏଣ୍ଟ୍ରି? ସୂର୍ଯ୍ୟକୁମାର କାହିଁକି କହିଲେ ଏମିତି

ଅହମ୍ମଦାବାଦ,୨୨।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୁପର-୮ ଅଭିଯାନ ଆରମ୍ଭ କରିବ। ଲିଗ ପର୍ଯ୍ୟାୟରେ ଦଳ ନିଜର ସମସ୍ତ ଚାରୋଟି…

ଟ୍ରମ୍ପଙ୍କୁ ଝଟ୍‌କା, ଏତେ କିମଯିବ ସୁନାଦର! ରେଟ୍‌ ଶୁଣିଲେ ନାଚି ଉଠିବେ ଆପଣ…

ନୂଆଦିଲ୍ଲୀ,୨୨।୨: ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ପାରସ୍ପରିକ ଶୁଳ୍କକୁ ପ୍ରତ୍ୟାହାର କରିଦେଇଛନ୍ତି। ଏହି ନିଷ୍ପତ୍ତିର କିଛି ଘଣ୍ଟା ପରେ, ଟ୍ରମ୍ପ ସମସ୍ତ…

ଅପରେଶନ ସାଇବର କବଚ୍‌: ୬ ଗିରଫ

ଛତ୍ରପୁର,୨୨।୨( ଦିଲ୍ଲୀପ ସାମଲ): ସାଇବର ଅପରାଧୀ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ସାଇବର କବଚ । ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri