ଯାତ୍ରା ଜଗତର ଲୋକପ୍ରିୟ ଯୋଡ଼ି ସନ୍ତୋଷ-କୁସୁମ

ଯାତ୍ରା ଜଗତର ଏକ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ସନ୍ତୋଷ-କୁସୁମ ଯୋଡ଼ି। ନିଜ ନିଜର ନିଆରା ଅଭିନୟରେ ସେମାନେ ଦର୍ଶକଙ୍କୁ ସାରା ରାତି ବାନ୍ଧି ରଖିଥାନ୍ତି। ସନ୍ତୋଷଙ୍କ ପୂରା ନାମ ସନ୍ତୋଷ କୁମାର ଦାସ। ଘର ବଡ଼ବିଲ୍‌ର ସାଇଲୋ। ସେ ପ୍ରାୟ ୨୧ବର୍ଷ ତଳେ ଆସନ୍ତି ଯାତ୍ରାକୁ। ପିଲାଟି ବେଳୁ କଳା ପ୍ରତି ରୁଚି ଥିଲା। ସେ ସ୍କୁଲ୍‌ରେ ଏକକ ଅଭିନୟ କରି ପୁରସ୍କାର ଜିତୁଥିଲେ। ଗ୍ରାଜୁଏଶନ ପରେ ଚାଲି ଆସିଲେ ଭୁବନେଶ୍ୱର। ଭୁବନେଶ୍ୱରର ଝାରପଡ଼ାଠାରେ ରହି ପିଲାଙ୍କୁ ଟ୍ୟୁଶନ କରୁଥିଲେ। ସେଠାରେ ‘ମହାବୀର ୟୁଥ୍‌ କ୍ଲବ୍‌’ ନାମରେ ଏକ ଡ୍ରାମାଟିକ୍‌ କ୍ଲବ୍‌ ଥିଲା। ସେଠାରେ ସେ ଅଭିନୟ କରୁଥିଲେ। ଟୁର୍ନାମେଣ୍ଟ ଜିତୁଥିଲେ। ତେବେ ଏସବୁ ତାଙ୍କର କଳାମନସ୍କତାକୁ ଶାନ୍ତି ଦେଇପାରୁ ନ ଥିଲା। ସେ ଚାହୁଁଥିଲେ କୌଣସି ଏକ ପେସାଦାର ପାର୍ଟିରେ ଯୋଗଦେବେ। ଏତିକିବେଳେ ତାଙ୍କର ଭେଟ ହେଲା ନାଟ୍ୟକାର ବଙ୍କିମ ସ୍ବାଇଁଙ୍କ ସହିତ। ସେତେବେଳେ ବଙ୍କିମ୍‌ବାବୁ ଜଗଜ୍ଜନନୀ ଅପେରାରେ ନାଟକ ଲେଖିବା ସହିତ ଅଭିନୟ ମଧ୍ୟ କରୁଥିଲେ। ତାଙ୍କଠୁ ପ୍ରେରଣା ନେଇ ସେ ଇଣ୍ଟରଭିୟୁ ଦେଲେ। ଆଉ ସିଲେକ୍ଟ ମଧ୍ୟ ହେଲେ। ଯୋଗଦେଲେ ଜଗଜ୍ଜନନୀ ଅପେରାରେ। ତାଙ୍କୁ ପାର୍ଶ୍ୱ ନାୟକ ଭୂମିକା ମିଳିଲା। ଏଇଠୁ ହିଁ ଆରମ୍ଭ ହେଲା ସନ୍ତୋଷଙ୍କ ପେସାଦାର କଳାକାର ଜୀବନ। ଜଗଜ୍ଜନନୀରୁ ସେ ଆସିଲେ ତାରାପୁର। ତାରାପୁରରେ ତାଙ୍କର ଭେଟ ହେଲା କୁସୁମ ଓରଫ ସାଗରିକା ଦାସଙ୍କ ସହିତ। କୁସୁମ ସାତଶଙ୍ଖ ଅପେରାରେ ଜଣେ ଗାୟିକା ଭାବରେ ଯୋଗଦେଇ ତାଙ୍କର ଯାତ୍ରା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ସେହି ପାର୍ଟିରେ ତାଙ୍କୁ ନାୟିକା ହେବାର ସୁଯୋଗ ମିଳିଲା। ସାତଶଙ୍ଖରେ କିଛି ବର୍ଷ ରହିବା ପରେ କୁସୁମ ଆସିଲେ ତାରାପୁରକୁ। ସେହି ତାରାପୁରରେ ହିଁ ଭେଟହେଲା ଉଭୟ କୁସୁମ ଏବଂ ସନ୍ତୋଷଙ୍କର। ଉଭୟ ନାୟକ ନାୟିକା ଭାବରେ ଅଭିନୟ କରୁଥିଲେ। ଅଭିନୟ ପ୍ରେମକୁ ରୂପାନ୍ତରିତ ହେଲା। ଆଉ ଉଭୟେ ନିଷ୍ପତ୍ତି ନେଲେ ସତସତିକା ଜୀବନରେ ନାୟକ ନାୟିକା ସାଜିବାକୁ। ଉଭୟ ପରିବାରରୁ ମଧ୍ୟ ସହମତି ମିଳିଲା। ଆଉ ସେମାନେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ହିଁ ପରସ୍ପରକୁ ବିବାହ କଲେ। ଇତିମଧ୍ୟରେ ଉଭୟ ସନ୍ତୋଷ ଓ କୁସୁମ ତାରାପୁର, ବାଣେଶ୍ୱରୀ, ଋକ୍ମିଣୀ, ଗୌରୀ, ପାର୍ବତୀ, ଯାତ୍ରାଗଁା ଆଦି ଅନୁଷ୍ଠାନରେ ଅଭିନୟ କରି ସମ୍ପ୍ରତି ଆସି ପହଞ୍ଚତ୍ଛନ୍ତି ଯାତ୍ରା ମାୟାନଗରୀରେ। ସେମାନେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ବାଉଁଶ ରାଣୀ, ବାଟ ଛାଡ଼ ଷଣ୍ଢ ଆସୁଛି, ଶୁଣ ସୁଜନେ ଦେଇ ମନ, ଚନ୍ଦନ ଟୋପାକୁ ନାଲି ଅଳତା, ଆମ୍ମା ଏକ ରୁଟି ଦେ, ବାସୀ ମୋ ହେଲା ଫୁଲଶେଜ, କଥା ରହିଗଲା ମଗୁଶୁରକୁ, ଅପାକୁ ସୁନ୍ଦର ରୁପା ପାଉଁଜି, ଅଟକି ଯାଇଛି କଟକୀ ଝିଅ, ଗୁଲାମ୍‌ ନଗରୀ ଭୁବନେଶ୍ୱର, କାନ ଧରୁଛିଲୋ କଟି ପକାନି, କଥା ଦଉଛି ମୁଁ ଭୁଲିବି ନାହିଁ, ଅର୍ଦ୍ଧାଙ୍ଗିନୀ, ଡାକବଙ୍ଗଳା, ବାଃ ବାଃରେ ଉପରବାଲା ଏବଂ ଆହୁରି ଅନେକ। ଚଳିତବର୍ଷ ଯାତ୍ରା ମାୟାନଗରୀରେ ସେମାନେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି କଥା ଦିଅ ମତେ କରିବନି ପର, ଦେଲେ ଧରା କଥା ସରେ, ଧନ ପାଖେ ମନ ବନ୍ଧା ପଡ଼ିଛି ଏବଂ ନିଜ ନିଜର ରାମାୟଣ।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri