ଯାତ୍ରା: ‘ଗୋଟିଏ ଡୋଳାରେ ସୀତା ଗୋଟିଏ ଡୋଳାରେ ଗଙ୍ଗା’

ଓଡ଼ିଆରେ ଏକ ଅତି ଲୋକପ୍ରିୟ ଶ୍ରୀଜଗନ୍ନାଥ ଭଜନ ରହିଛି, ଯାହାର ପ୍ରଥମ ପଦ ବା ମୁଖୁଡ଼ା ହେଉଛି : ଗୋଟିଏ ଡୋଳାରେ ତା’ର ରାଧା ନାଚୁଛି/ଆଉ ଏକ ଡୋଳେ ତା’ର ମୀରା ବସିଛି। ଏ ଗୀତର ମୁଖୁଡ଼ାଟି ବର୍ତ୍ତମାନର ପ୍ରତିଭାବାନ ଯୁବ ଯାତ୍ରା ତଥା ସିରିଏଲ୍‌ ନିର୍ଦ୍ଦେଶକ ମହେଶ ହାଜରାଙ୍କ ପ୍ରତି ଶତପ୍ରତିଶତ ପ୍ରଯୁଜ୍ୟ ବୋଲି କୁହାଯାଇପାରିବ। ଅବଶ୍ୟ ତାଙ୍କ ଆଖିରେ ରାଧା କିମ୍ବା ମୀରା ବସି ନାହାନ୍ତି। ତେବେ ତାଙ୍କ ଦୁଇ ଆଖିରେ ଏବେ ବସିଛନ୍ତି ଦୁଇଜଣ ପବିତ୍ର ଦେବୀ। ଜଣେ ହେଉଛନ୍ତି ସୀତା। ଆଉ ଜଣେ ହେଉଛନ୍ତି ଗଙ୍ଗା। ଗୋଟିଏ ଡୋଳାରେ ସେ ସୀତାଙ୍କୁ ରଖିଥିବା ବେଳେ ଅନ୍ୟ ଏକ ଡୋଳାରେ ଧରିଛନ୍ତି ଗଙ୍ଗାଙ୍କୁ। ବାସ୍ତବ କଥା ହେଉଛି, ଏଇ ଦୁଇ ବୈଦିକ ଦେବୀଙ୍କୁ ନେଇ ଆସନ୍ତା ୨୦୧୯-୨୦ ଯାତ୍ରା ସିଜନ୍‌ରେ ଦୁଇଗୋଟି ନାଟକ ପ୍ରସ୍ତୁତ କରୁଛନ୍ତି ମହେଶ। ପ୍ରଥମ ନାଟକଟି ସୀତାଙ୍କୁ ନେଇ; ଯାହାର ଟାଇଟଲ ରହିଛି : ‘ସୀତାର ଜଳୁଛି ଚିତା’। ଏହି ନାଟକଟି ଆସନ୍ତା ସିଜିନ୍‌ରେ ‘ବାଘାଯତୀନ ଲୋକନାଟ୍ୟ’ ପକ୍ଷରୁ ମଞ୍ଚସ୍ଥ କରାଯିବ। ସେହିଭଳି ଦ୍ୱିତୀୟ ନାଟକଟିକୁ ସେ ଦେବୀ ଗଙ୍ଗାଙ୍କୁ ନେଇ ପ୍ରସ୍ତୁତ କରିଛନ୍ତି; ଯାହାର ଟାଇଟଲ ରହିଛି ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’। ‘ଯାତ୍ରା ରଙ୍ଗମହଲ’ ପକ୍ଷରୁ ମଞ୍ଚସ୍ଥ ହେବାକୁ ଥିବା ଏହି ନାଟକର ପ୍ରମୋସନାଲ ଭିଡ଼ିଓଟିକୁ ଇତିମଧ୍ୟରେ ଲକ୍ଷାଧିକ ଦର୍ଶକ ଦେଖି ଉଚ୍ଛ୍ବସିତ ପ୍ରଶଂସା କରିଛନ୍ତି। ୨୦୧୮-୧୯ ଯାତ୍ରା ସିଜନ୍‌ରେ ‘ମୃତ୍ୟୁଦଣ୍ଡ’ ନାଟକର ନିର୍ଦ୍ଦେଶନା ଦେଇ ଯାତ୍ରା ପ୍ରଯୋଜକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିବା ମହେଶ କହନ୍ତି : ଜଣେ ଗଙ୍ଗା ତ ଆଉ ଜଣେ ସୀତା। ଜଣେ ପତିତପାବନୀ ତ ଆଉ ଜଣେ ପତିବ୍ରତା। ବୈଦିକ ଯୁଗର ଏହି ଦୁଇ ନାରୀଙ୍କ କଥା, କାହାଣୀ, ତ୍ୟାଗ, ତିତିକ୍ଷା, ଆଦର୍ଶ, ପରିଚର୍ଯ୍ୟା କାଳକାଳ ଧରି ମଣିଷ ସମାଜକୁ ଦିଗ୍‌ଦର୍ଶନ ଦେଇଆସିଛି। ଏହି ଦୁଇ ନାରୀଙ୍କର ମହନୀୟ କାହାଣୀକୁ ନେଇ ସୃଷ୍ଟି ହୋଇଛି ବହୁ କାବ୍ୟ, କବିତା, ସୁଆଙ୍ଗ। ସେହି ଦୁଇ ଦେବୀଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ନାଟକ ଦୁଇଟି ଦର୍ଶକମାନଙ୍କୁ କିଛି ଭିନ୍ନ ସ୍ବାଦ ଦେବ ବୋଲି ମୋର ଆଶା।

ଦୁଇଗୋଟି ନାଟକ ବିଷୟରେ ସାମାନ୍ୟ ସୂଚନା ଦେଇ ସେ କହନ୍ତି : ଗଙ୍ଗା ପତିତପାବନୀ। ଗଙ୍ଗାର ସ୍ପର୍ଶ ପାଇଲେ ପାପ କ୍ଷୟ ହୁଏ। ତେବେ ବେଳେବେଳେ ଗଙ୍ଗାକୁ ବି ଅପବିତ୍ର ହେବାକୁ ପଡ଼େ। ତେବେ ଗଙ୍ଗାକୁ କ’ଣ କେହି ବି ଚେଷ୍ଟାକରି ଅପବିତ୍ର କରିପାରେ? ଉତ୍ତର ହେଉଛି, ନା! ପବିତ୍ର ଗଙ୍ଗାକୁ ଯଦି ଅପବିତ୍ର କରିବାର ସାମର୍ଥ୍ୟ କାହାର ଥାଏ ତା’ହେଲେ ସେ ହେଉଛି ନିଜେ ଗଙ୍ଗା। ପୁରାଣ କହେ, ଦେବୀ ଗଙ୍ଗା ହିଁ ଏକ ମହତ୍ତର ଉଦ୍ଦେଶ୍ୟ ରଖି ନିଜକୁ ଗାଙ୍ଗୀରେ ରୂପାନ୍ତରିତ କରିଥିଲେ। ମୋର ବିଶ୍ୱାସ ଅଛି ‘ଗଙ୍ଗାଠୁ ପବିତ୍ର ଗଙ୍ଗଶିଉଳି’ ନାଟକରେ ରହିଛି ଏମିତି କିଛି କଥା, ଯାହା ଦର୍ଶକଙ୍କ କଳ୍ପନାର ପରିସରରୁ ରହିବ ଯଥେଷ୍ଟ ଊର୍ଦ୍ଧ୍ୱରେ। ଦ୍ୱିତୀୟ ନାଟକ ‘ସୀତାର ଜଳୁଛି ଚିତା’ରେ ରହିଛି ନାରୀ ନିର୍ଯାତନାର କରୁଣ କାହାଣୀ। ଏହି ନାଟକର ପ୍ରତ୍ୟେକ ସଂଳାପରୁ ଝରିବ ବିଦ୍ରୋହର ରେଣୁରେଣୁ ସ୍ଫୁଲିଙ୍ଗ। ସୀତା ନିଜର ସତୀତ୍ୱକୁ ସାବ୍ୟସ୍ତ କରିବା ପାଇଁ ହସିହସି ଅଗ୍ନିରେ ଝାସ ଦେଇଥିଲେ। ନିଜର ଚିତା ସଜାଡ଼ିବାକୁ ସେ ନିଜେ ଲକ୍ଷ୍ମଣଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାରଣ ସେ ଜାଣିଥିଲେ ସୀତାର ଚିତା କେବଳ ସୀତା ହିଁ ସଜାଡ଼ିପାରେ। ସେଇଥିପାଇଁ ସୀତା ହେଉଛନ୍ତି ପ୍ରତ୍ୟେକ ନାରୀଙ୍କ ଆଦର୍ଶ। ଏ ନାଟକଟିକୁ ମଧ୍ୟ ସବୁ ଦିଗରୁ ସ୍ବତନ୍ତ୍ର କରିବାର ପ୍ରଚେଷ୍ଟା ଚାଲିଛି।

ସୂଚନାଯୋଗ୍ୟ ଯେ, ନିର୍ଦ୍ଦେଶକ ମହେଶ ହାଜରାଙ୍କ ସହିତ ଅଛନ୍ତି ଓଡ଼ିଶାର ସୁପ୍ରସିଦ୍ଧ ନାଟ୍ୟକାର ଅରୁଣ ନାୟକ। ପୁଣି ଦୁଇଟିଯାକ ନାଟକରେ ସଙ୍ଗୀତର ଭାର ସମ୍ଭାଳୁଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ତାପସ ଦାସ (ଟିଟନ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri