ଯାଜପୁର ଜିଲା: ଶୀତଳ ଭଣ୍ଡାରକୁ ଭୁଲି ଯାଉଛନ୍ତି ନେତା, ଜିଲା ପରିଷଦ ବୈଠକରେ କୃଷିକୁ ଗୁରୁତ୍ୱ

ଯାଜପୁର ଅଫିସ,୮।୩: ବିଧାନସଭାର ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୧ତାରିଖଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଗତ ୨୬ ତାରିଖରେ ଶେଷ ହୋଇଛି। ତେବେ ଏହି ଦୁଇ ପର୍ଯ୍ୟାୟରେ ଯାଜପୁର ଜିଲାର ବଡଚଣା ବିଧାୟକଙ୍କୁ ବାଦଦେଲେ ଅନ୍ୟ କେହି ବିଧାୟକ ବିଧାନସଭାରେ କୃଷି କ୍ଷେତ୍ର ପାଇଁ ମୁହଁ ଖୋଲୁ ନାହାନ୍ତି। ଅନ୍ୟପକ୍ଷେ ଯାଜପୁର ଜିଲା ପରିଷଦ ବୈଠକରେ ଜିଲାର ଲୋକ ପ୍ରତିନିଧି କୃଷି ଭାରତର ଆମତ୍ା, ଗ୍ରାମ୍ୟ କୃଷି ସୁଦୃଢ ହେଲେ ଦେଶର ଅର୍ଥନୀତି ମଜଭୁତ ହୋଇ ପାରିବ ବୋଲି ଆଦି ଭାଷଣ ମାରୁଥିବା ଶୁଣିବାକୁ ମିଳିଛି। ଶନିବାର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସ୍ବରୋଜଗାରୀ ପ୍ରଶିକ୍ଷଣ କେନ୍ଦ୍ରଠାରେ ୫ମ ଜିଲା ପରିଷଦର ନବମ (ସ୍ବତନ୍ତ୍ର) ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ବିଧାୟକ ପ୍ରଣବକୁମାର ବଳୱନ୍ତରାୟ କୃଷି ସହ ଜଡିତ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଜିଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତିି ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ସମସ୍ତଙ୍କୁ ସ୍ବାଗତ କରଥିଲେ। କୃଷି ଉପନିର୍ଦ୍ଦେଶକ ଶରତ କୁମାର ପୃଷ୍ଟି ସୂଚନା ଦେଇଥିଲେ ଯେ, ସରକାରଙ୍କ ନିଷ୍ପତ୍ତି ଅନୁସାରେ ନିର୍ଦ୍ଧାରିତ ରିହାତି ଦରରେ ବିହନ ସିଧାସଳଖ ସୁବିଧା ହସ୍ତାନ୍ତର ମାଧ୍ୟମରେ ଚାଷୀମାନଙ୍କୁ ୧୨୨ଗୋଟି ପ୍ୟାକ୍ସ ଓ ୬୬ ଗୋଟି ରାଜ୍ୟ ବିହନ ନିଗମର ପଞ୍ଜିକୃତ ବିକ୍ରେତାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଛି। ସେହିପରି ସାର ମଧ୍ୟ ଏହିଠାରୁ ଚାଷୀମାନେ କ୍ରୟ କରି ପାରୁଛନ୍ତି। ଉନ୍ନତ ଚାଷ ପାଇଁ ମୃତ୍ତିକା ପରୀକ୍ଷା କରାଯାଇ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଉଛି। ଚଳିତବର୍ଷ ୧୬୪୦ ନମୁନା ସଂଗ୍ରହ ଲକ୍ଷ୍ୟ ଥିବାବେଳେ ୧୦୮୭ର ଲକ୍ଷ୍ୟ ହାସଲ ହୋଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଜିଲାର ୩୧୧ ପଞ୍ଚାୟତର ୫୦ଜଣ ଆଗୁଆ ଚାଷୀଙ୍କୁ ଜୀବ ନାଶକର ନିରାପଦ ବ୍ୟବହାର ପାଇଁ ସଚେତନ କରାଯାଇଛି। ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମାଧ୍ୟମରେ ପ୍ରଦର୍ଶନ କ୍ଷେତ୍ର, ନୂତନ ଜ୍ଞାନ କାୈଶଳ ତାଲିମ ଶିବିର, ପ୍ରାୟ ୫୦ ଭାଗ ରିହାତି ମାଧ୍ୟମରେ ଫୁଆର ଜଳସେଚନ, ପାଣି ମଡ଼ାଇବା ପାଇପ, ରେନଗନ, ପାଣି ପମ୍ପ, ହସ୍ତ ଓ ଶକ୍ତି ଚାଳିତ କୀଟ ନାଶକ, ସିଞ୍ଚନ ଯନ୍ତ୍ର ଇତ୍ୟାଦି ପ୍ରଦାନ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୁଖ୍ୟ ବୀମା ସୁରକ୍ଷା, ଜଳନିଧି ଯୋଜନା, ଗଭୀର ଓ ଅଗଭୀର ନଳକୂପ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଊଦ୍ୟୋଗ ଯୋଜନା, କୃଷି ଯନ୍ତ୍ରୀକରଣ ଯୋଜନା, ସୈାର ଜନନିଧି ଯୋଜନା ଇତ୍ୟାଦି ସମ୍ପର୍କରେ ସେ ଅବଗତ କରାଯାଇଥିଲା। ଅପରପକ୍ଷରେ ଉଦ୍ୟାନକୃଷି, ପ୍ରାଣୀ ସମ୍ପଦ ବିକାଶ, ଜଳଛାୟ ପ୍ରକଳ୍ପ, ମତ୍ସ୍ୟସମ୍ପଦ ବିଭାଗର ବିବିଧ ଯୋଜନା ସମ୍ପର୍କରେ ସୂଚିତ କରାଯାଇଥିଲା। ତେବେ ଚାଷୀ ବିଭିନ୍ନ ଚାଷର ଅମଳ କରିବା ପରେ ତାକୁ କିଭଳି ଭାବେ ବିକ୍ରି କରୁଛି ସେ ନେଇ କାହାରି ଦରଦ ନାହିଁ। ପନିପରିବା ଚାଷ ପାଇଁ ପ୍ରସିଦ୍ଧ ଯାଜପୁର ଜିଲାରେ ଶୀତଳ ଭଣ୍ଡାରର ଅଭାବ ଥିବାରୁ ବିଶେଷକରି ପରିବା ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାସହ କୋବି, ବାଇଗଣ, ଭେଣ୍ଡି, କାକୁଡି, ଟମାଟୋ ଆଦି ପନିପରିବା ଚାଷରେ ରୋଗପୋକ ଯୋଗୁ ଚାଷୀ କିଭଳି ଭାବେ ହନ୍ତସନ୍ତ ହେଉଛନ୍ତି ସେ ନେଇ ଜନପ୍ରତିନିଧିମାନେ କୌଣସି ଧ୍ୟାନ ଦେଉ ନାହାନ୍ତି। ତେବେ ଯାଜପୁର ଜିଲାର ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ ସୁକିନ୍ଦା କୃଷି ଫାର୍ମ ଓ ମହାବିନାୟକ ଫଳ ଉଦ୍ୟାନ କେନ୍ଦ୍ରର ବିକାଶ ଓ ଏହାକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ଗତ ୫ବର୍ଷରେ କେତେ ପରିମାଣର ଆର୍ଥିକ ସହାୟତା ପ୍ରଦାନ କରିଅଛନ୍ତି ଓ ଏହି କେନ୍ଦ୍ରଗୁଡ଼ିକର ସମାର୍ଥ୍ୟ ବୃଦ୍ଧି କରିବା ପାଇଁ ସରକାର ପଦକ୍ଷେପ ନେବେ କି ବୋଲି ତାରକା ଚିହ୍ନିତ ୮୪୬ ନମ୍ବରରେ ପ୍ରଶ୍ନ କରିଛନ୍ତି। ତେଣୁ ଅନ୍ୟ ଜନପ୍ରତିନିଧିମାନେ ମଧ୍ୟ ସେମାନଙ୍କ ଅଞ୍ଚଳରେ ଥିବା ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଧାନସଭାରେ ମୁହଁ ଖୋଲିଲେ ନିଶ୍ଚିତ ଭାବେ କୃଷି ଓ କୃଷକଙ୍କ ବିକାଶ ହେବ ବୋଲି ମତପ୍ରକାଶ ପାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଉପସଭାପତି ଅମୂଲ୍ୟବାଳା ପାତ୍ର, କୃଷି ଅଧିକାରୀ ଶ୍ରୀଧର ଦାସ ପ୍ରମୁଖ ଯୋଗଦେଇ ଅନେକ ସୂଚନା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାରକା ବଜାର ଉଛେଦ ପ୍ରକ୍ରିୟା ଆରମ୍ଭ

ଧର୍ମଶାଳା ୧୭ା୮(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲ ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ପ୍ରସସ୍ଥିକରଣ ପାଇଁ ଜାରକା ବଜାର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ନିର୍ମିତ ଦୋକାନଗୁଡିକୁ ତହସିଲ...

ଆଇଏଏସ୍‌ ଅଫିସର ଶ୍ରୀମନ୍ଦିର ପରିଚାଳନା କରିବା ଠିକ୍‌ ନୁହେଁ: ବାହିନୀପତି

ପୁରୀ ଅଫିସ,୧୭ା୭:  ଶ୍ରୀମନ୍ଦିରକୁ ଆଇଏଏସ୍‌ ଅଫିସର ତଥା ଅମଲାତନ୍ତ୍ର ପରିଚାଳନା କରିବା ଠିକ୍‌ ନୁହେଁ। ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯିବା ଦରକାର ବୋଲି କହିଛନ୍ତି ଜୟପୁର...

କାଗଜକଲମରେ ସୀମିତ ପଲିଥିନ କଟକଣା : ସରକାରୀ ନାଲିଫିତା ତଳେ ଦଣ୍ଡ ବ୍ୟବସ୍ଥା

ଖଣ୍ଡପଡ଼ା,୧୮ା୯(ସ୍ବ.ପ୍ର.): ଗାଁ ହେଉ ଅବା ସହର, ପଲିଥିନର ମୋହ ତୁଟାଇ ପାରୁନାହାନ୍ତି ଗ୍ରାହକ ଓ ବ୍ୟବସାୟୀ। ବିଭିନ୍ନ ସାମଗ୍ରୀ ଆଣିବା ପାଇଁ ଗ୍ରାହକମାନେ ଘରୁ ବ୍ୟାଗ...

କଟକରେ ମାଡୁଛି କରୋନା: ଆଜି ଚିହ୍ନଟ ହେଲେ ୩୫ ଆକ୍ରାନ୍ତ; ରାଉସପାଟଣାରୁ ଅଛନ୍ତି ୨୦

କଟକ ଅଫିସ,୨୫।୭: କଟକ ସହରରେ ଶନିବାର ୩୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୬ ଇନଷ୍ଟିଚ୍ୟୁଟ୍‌ କ୍ୱାରାଣ୍ଟାଇନ୍‌ କେସ୍‌, ୨୬ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ...

କରଙ୍ଗାସାଗର ଜଙ୍ଗଲରେ ପଶିବାକୁ ମନା

ତରବୋଡ/ନୂଆପଡ଼ା ଅଫିସ,୧୪।୧: ନୂଆପଡ଼ା ଜିଲା କୋମନା ବନାଞ୍ଚଳ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗାଁ ନିକଟସ୍ଥ କରଙ୍ଗାସାଗର ଜଙ୍ଗଲରେ ୨ଟି କଲରାପତରିଆ ବାଘ ଦେଖିବାକୁ ମିଳିଛି। ଗତ...

‘ସ୍ବଚ୍ଛତାର ସହ ହୋଇଛି ଏଏସ୍‌ଓ ପରୀକ୍ଷା’

  କଟକ ଅଫିସ, ୨୩ା୧୧: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ୨୫ଶହ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ଲୋକସେବା...

ସିର୍ଲାରେ ମାଓବାଦୀ-ପୋଲିସ ମୁହାଁମୁହିଁ ପରେ ହାଇଆଲର୍ଟ

ଦାରିଙ୍ଗବାଡ଼ି,୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଳାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ପଦ୍ମପୁର,୮ା୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣୀଡିହି ଥାନା ଅଧୀନ ମଲିକାଦେଇପୁର ଗ୍ରାମର ଜନୈକ ଯୁବକଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି। ସେ...

Advertisement
Archives

Model This Week