ଯାଜପୁର ଜିଲା: ଶଟ୍‌ଡାଉନକୁ ମାନିଲେ ଲୋକେ

ଯାଜପୁର ଅଫିସ,୫ା୪-ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଘୋଷିତ ପ୍ରଥମ ଦିନର ଶଟ୍‌ଡାଉନ୍‌ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଶନିବାର ରାତି ୮ଟାରୁ ଜିଲାର ପ୍ରମୁଖ ବଜାର ବ୍ୟାସନଗର ଓ ଯାଜପୁର ସହର ସମେତ କୋରେଇ ବ୍ଲକର ପାଣିକୋଇଲି ଓ ସାଦକପୁର, ବଡ଼ଚଣା ବ୍ଲକର ଚାରିନଙ୍ଗ, ଧର୍ମଶାଳା ବ୍ଲକର ନେଉଳପୁର ଏବଂ ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, ବଡ଼ଚଣା, ଧର୍ମଶାଳା, ରସୁଲପୁର, କୋରେଇ, ସୁକିନ୍ଦା ଓ ଦାନଗଦି ବ୍ଲକ ମୁଖ୍ୟାଳୟକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। କରୋନା ସଂକ୍ରମିତ ଗ୍ରାମ ବ୍ରହ୍ମବରଦାକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରି ଦିଆଯାଇଛି। ଏହାର ୩ କିମି ପରିଧି ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରିଥିବାରୁ ଲୋକେମାନେ ଘରୁ ବାହାରି ନାହାନ୍ତି। କରୋନା ସଂକ୍ରମିତଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତାଙ୍କ ପରିବାରବର୍ଗଙ୍କୁ ସରକାରୀ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ସବୁ ଦୋକାନବଜାର ବନ୍ଦ ରହିଛି। ସବୁଆଡ଼େ ଶୂନଶାନ, ଖଁା ଖଁା ପରିବେଶ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଡିଜିପି ଅଭୟ ଯାଜପୁର ଜିଲା ଗସ୍ତ କରି ଡିଆଇଜି(ସିଆର) ଆଶିଷ ସିଂ ଓ ଏସ୍‌ପି ଚରଣସିଂ ମୀନାଙ୍କ ସହିତ ଶଟ୍‌ଡାଉନ୍‌ ଉପରେ ସମୀକ୍ଷା କରିଛନ୍ତି।
ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଜିଲାର ୧୪ ଜଣଙ୍କ ନାମରେ ୧୨ ମାମଲା ରୁଜୁ ହୋଇଛି। ୫୭ ଗାଡ଼ି ଜବତ କରାଯାଇ ୧,୧୦,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଶନିବାର ରାତିରେ ଯାଜପୁର ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଟିମ୍‌ ଯାଜପୁର ସହରରେ ବୁଲି ବୁଲି ଶଟ୍‌ଡାଉନ୍‌ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ। ଘରୁ ବାହାରିଲେ ୧୪ ଦିନିଆ କ୍ବାରାଣ୍ଟାଇନ୍‌ରେ ରହିବାକୁ ବାଧ୍ୟ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ସୋମବାର ରାତି ୮ ଯାଏ ଶଟ୍‌ଡାଉନ ବଳବତ୍ତର ରହିବ। ଏହି ସମୟରେ କେବଳ ନିର୍ଦ୍ଦିଷ୍ଟ କେତୋଟି ମେଡିସନ ଦୋକାନ, ପେଟ୍ରୋଲ ପମ୍ପ, ଡାକ୍ତରଖାନା, ପାଣିଯୋଗାଣ, ପୋଲିସ, ଅଗ୍ନିଶମ, ଯୋଗାଣ ବିଭାଗ, ବିଦ୍ୟୁତ ସରବରାହ ଓ ବିତରଣ କେନ୍ଦ୍ର ଆଦି ଖୋଲା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୩ ବାଇକ୍‌ ସହ ଚୋରା କୋଇଲା ଜବତ, ଜଣେ ଗିରଫ

ପଦ୍ମପୁର, ୩୧ା୫(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ପୋଲିସ କୋରବାଟିଆ ଛକ ଠାରୁ ୩ଟି ବାଇକ୍‌ ସହ ୬ କୁଇଣ୍ଟାଲରୁ ଊର୍ଦ୍ଧ୍ୱ କୋଇଲା ଶନିବାର ସନ୍ଧ୍ୟାରେ...

ଅକ୍ଟୋବର ପୂର୍ବରୁ କାମ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ୫-ଟି ଅନ୍ତର୍ଗତ ମୋ ହସ୍ପିଟାଲ ଗୁଡିକର ରୂପାନ୍ତରଣ ଯଥାଶୀଘ୍ର ଶେଷ କରିବା ନେଇ ଆଭାସୀ ବୈଠକ ମାଧ୍ୟମରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି...

ଦୁଇ ଛାତ୍ରୀଙ୍କୁ ଏସିଡ୍‌ ମାଡ଼: ଯୁବକ ଅଟକ

ଭଦ୍ରକ ଅଫିସ,୨୮।୧୧: ଭଦ୍ରକ ଜିଲା ବନ୍ତ ଥାନା ଅଧିନସ୍ଥ କଣ୍ଟାପଡ଼ା ଗ୍ରାମର ଜଣେ ଯୁବକ ବାଙ୍ଗୁରପଦି ଗ୍ରାମର ଦୁଇ ଛାତ୍ରୀଙ୍କ ଉପରକୁ ଏସିଡ୍‌ ମାଡ଼ କରିଛନ୍ତି।...

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଅନୁଗୋଳ ଛାତ୍ର ନେତାଙ୍କ ମଧ୍ୟରେ ଅସନ୍ତୋଷ: ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନୁଗୋଳ ଅଫିସ, ୨୪।୮: ଆଗାମୀ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିବା ପରେ ଅନୁଗୋଳ ଛାତ୍ରନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏ...

ଦୁର୍ଘଟଣାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଭାପୁର, ୨ା୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ବଜାରରେ ଔଷଧ ଦୌକାନ କରିଥିବା ଶ୍ରୀନିବାସ ଗୋଛି(୩୫)ଙ୍କ ରବିବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।...

ପାହାଡ଼ରୁ ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ

ଜୟପୁର,୧୯।୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ସହର ଉପକଣ୍ଠ ହାତୀବାରିଗୁଡ଼ା ସଂରକ୍ଷିତ ଜଙ୍ଗଲସ୍ଥିତ ପାହାଡ଼ରୁ ରବିବାର ପୂର୍ବାହ୍ନରେ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି...

ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୮।୫: ସହରର ଦୁଇ ବଡ଼ ଲୁଟ୍‌ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ସେମାନେ ଓଡ଼ିଆ ବଜାରର ସୟିଦ ଖାନ (୩୬)...

ଜୁଏଲାରୀ ଦୋକାନ ମାଲିକଙ୍କୁ ହାଣି ଲୁଟ୍‌ ଘଟଣା: ମାସେ ପରେ ବି ପୋଲିସ ହାତ ଖାଲି

ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ମଧ୍ୟଭାଗରେ ଥିବା ପାଟଖଣ୍ଡା ଜୁଏଲାରୀ ଦୋକାନରେ ପଶି ଖଣ୍ଡାରେ ମାଲିକକୁ ହାଣି ଡକାୟତି ଦଳ ସୁନା...

Advertisement
Archives

Model This Week