ଯାଜପୁର ଜିଲା: ଶଟ୍‌ଡାଉନକୁ ମାନିଲେ ଲୋକେ

ଯାଜପୁର ଅଫିସ,୫ା୪-ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ ଘୋଷିତ ପ୍ରଥମ ଦିନର ଶଟ୍‌ଡାଉନ୍‌ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଶନିବାର ରାତି ୮ଟାରୁ ଜିଲାର ପ୍ରମୁଖ ବଜାର ବ୍ୟାସନଗର ଓ ଯାଜପୁର ସହର ସମେତ କୋରେଇ ବ୍ଲକର ପାଣିକୋଇଲି ଓ ସାଦକପୁର, ବଡ଼ଚଣା ବ୍ଲକର ଚାରିନଙ୍ଗ, ଧର୍ମଶାଳା ବ୍ଲକର ନେଉଳପୁର ଏବଂ ଯାଜପୁର, ବିଞ୍ଝାରପୁର, ଦଶରଥପୁର, ବରୀ, ବଡ଼ଚଣା, ଧର୍ମଶାଳା, ରସୁଲପୁର, କୋରେଇ, ସୁକିନ୍ଦା ଓ ଦାନଗଦି ବ୍ଲକ ମୁଖ୍ୟାଳୟକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। କରୋନା ସଂକ୍ରମିତ ଗ୍ରାମ ବ୍ରହ୍ମବରଦାକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରି ଦିଆଯାଇଛି। ଏହାର ୩ କିମି ପରିଧି ଅଞ୍ଚଳକୁ ଶଟ୍‌ଡାଉନ୍‌ ଘୋଷଣା କରିଥିବାରୁ ଲୋକେମାନେ ଘରୁ ବାହାରି ନାହାନ୍ତି। କରୋନା ସଂକ୍ରମିତଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ତାଙ୍କ ପରିବାରବର୍ଗଙ୍କୁ ସରକାରୀ କ୍ବାରାଣ୍ଟାଇନ୍‌ରେ ରଖାଯାଇଛି। ରବିବାର ସନ୍ଧ୍ୟା ସୁଦ୍ଧା କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ସବୁ ଦୋକାନବଜାର ବନ୍ଦ ରହିଛି। ସବୁଆଡ଼େ ଶୂନଶାନ, ଖଁା ଖଁା ପରିବେଶ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଡିଜିପି ଅଭୟ ଯାଜପୁର ଜିଲା ଗସ୍ତ କରି ଡିଆଇଜି(ସିଆର) ଆଶିଷ ସିଂ ଓ ଏସ୍‌ପି ଚରଣସିଂ ମୀନାଙ୍କ ସହିତ ଶଟ୍‌ଡାଉନ୍‌ ଉପରେ ସମୀକ୍ଷା କରିଛନ୍ତି।
ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଜିଲାର ୧୪ ଜଣଙ୍କ ନାମରେ ୧୨ ମାମଲା ରୁଜୁ ହୋଇଛି। ୫୭ ଗାଡ଼ି ଜବତ କରାଯାଇ ୧,୧୦,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଶନିବାର ରାତିରେ ଯାଜପୁର ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଟିମ୍‌ ଯାଜପୁର ସହରରେ ବୁଲି ବୁଲି ଶଟ୍‌ଡାଉନ୍‌ ନିୟମକୁ ମାନିବାକୁ ପରାମର୍ଶ ଦେଇଥିଲେ। ଘରୁ ବାହାରିଲେ ୧୪ ଦିନିଆ କ୍ବାରାଣ୍ଟାଇନ୍‌ରେ ରହିବାକୁ ବାଧ୍ୟ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ସୋମବାର ରାତି ୮ ଯାଏ ଶଟ୍‌ଡାଉନ ବଳବତ୍ତର ରହିବ। ଏହି ସମୟରେ କେବଳ ନିର୍ଦ୍ଦିଷ୍ଟ କେତୋଟି ମେଡିସନ ଦୋକାନ, ପେଟ୍ରୋଲ ପମ୍ପ, ଡାକ୍ତରଖାନା, ପାଣିଯୋଗାଣ, ପୋଲିସ, ଅଗ୍ନିଶମ, ଯୋଗାଣ ବିଭାଗ, ବିଦ୍ୟୁତ ସରବରାହ ଓ ବିତରଣ କେନ୍ଦ୍ର ଆଦି ଖୋଲା ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri