ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନ: ଲୋକ ସଭାରେ ଉଠିଲା ଡିଭିଜନ ମାନ୍ୟତା ଦାବି

ଯାଜପୁର ଅଫିସ,୫ା୧୨: ଲୋକ ସଭାର ଚଳିତ ଶୀତ ଅଧିବେଶନରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ବୁଧବାର ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ସ୍ବତନ୍ତ୍ର ରେଳ ଡିଭିଜନ ମାନ୍ୟତା ଦେବାକୁ ଦାବି କରିଛନ୍ତି। ସେ ତାଙ୍କ ଦାବିରେ କହିଛନ୍ତି ଯେ, କେନ୍ଦ୍ର ସରକାର ଯାଜପୁର ଜିଲାର କଳିଙ୍ଗନଗରକୁ ଏସିଆର ବୃହତ ଶିଳ୍ପ ହବ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଜପୁରରେ ଏକ ରେଲୱେ ଡିଭିଜନ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ଏଥିସହିତ ଏଠାରେ ଆବଶ୍ୟକୀୟ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜିଲାରେ ଦେଶର ୯୮ପ୍ରତିଶତ କ୍ରୋମାଇଟ ସହିତ ବିପୁଳ ପରିମାଣରେ ଖଣିଜ ସମ୍ପଦ ଭରପୁର ରହିଛି। ଏହାବାଦ ଜିଲାରେ ପର୍ଯ୍ୟଟନର ସୁବିଧା ରହିଛି। ଏବେ ଜିଲାରେ ୪ଟି ଜଙ୍କସନ ଓ ୨୧ଟି ରେଳ ଷ୍ଟେଶନ ରହିଛି। ପଡ଼ୋଶୀ ଜିଲାରେ ରହିଥିବା ଧାମରା ଓ ପାରାଦୀପ ବନ୍ଦର ସହ ବାଣିଜି୍ୟକ କାରବାର ବୃଦ୍ଧି ପାଇଁ ଏହି ଡିଭିଜନର ଆବଶ୍ୟକ ରହିଛି। ତେଣୁ
ଅଗ୍ରାଧିକାର ଭିତ୍ତିରେ ଏଠାରେ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଏମ୍‌ପି ସେଠୀ ଦୃଢ ଦାବି ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାକୁ ରେଳ ବିକାଶ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି। ଦୀର୍ଘ ୮ବର୍ଷ ହେଲା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳପଥ ପକ୍ଷରୁ ଯାଜପୁରରୋଡରୁ ଧାମରା ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରିବାକୁ ସର୍ଭେ ହୋଇଛି। କିନ୍ତୁ ରାଜନୈତିକ ବିଦ୍ୱେଷ ମନୋଭାବ ରଖି ଏହି ପ୍ରକଳ୍ପକୁ ଅଣଦେଖା କରାଯାଉଛି। ଏହାବାଦ ଯାଜପୁର-କେନ୍ଦୁଝରରୋଡ ରେଲୱେ ଷ୍ଟେଶନକୁ ରେଳଡିଭିଜନ ମାନ୍ୟତା ଦେବାକୁ ଅଞ୍ଚଳବାସୀ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନ ଆରମ୍ଭ କରିଛନ୍ତି। ଯାଜପୁର ଜିଲାର କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ରାଜଧାନୀଭାବେ ପରିଗଣିତ ହୋଇସାରିଲାଣି। ଗତ ରେଳ ବଜେଟରେ କେବଳ ନୂତନ ପ୍ରକଳ୍ପ ଭାବରେ ଯାଜପୁର-କେନ୍ଦୁଝର ରୋଡ ଫ୍ଲାଇଓଭର ନିର୍ମାଣ ସର୍ଭେ ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହାବାଦ ହରିଦାସପୁର-ପାରାଦୀପ ଏବଂ ଅନୁଗୋଳ-ସୁକିନ୍ଦାରୋଡ ପାଇଁ ୨୦୦ କୋଟି ଟଙ୍କା ଲେଖାଏ ମଞ୍ଜୁର କରାଯାଇଛି । ହେଲେ ଧାମରା ପ୍ରକଳ୍ପ ସମେତ ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ଉନ୍ନତିକରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ରାଜ୍ୟ ସରକାରଙ୍କ ଏହି ଦାବି ଉପରେ କେନ୍ଦ୍ର ସରକାର ଆଦୌ ଧ୍ୟାନ ଦେଇ ନ ଥିବାରୁ ଜିଲାବାସୀଙ୍କ ସମେତ ଯାଜପୁର-ଧାମରା ରେଳପଥ ସଂଯୋଗ କ୍ରିୟାନୁଷ୍ଠାନ କମିଟି, ବିରଜାକ୍ଷେତ୍ର ବିକାଶ ମଞ୍ଚ ଆଦି ଅନୁଷ୍ଠାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଯାଜପୁର-କେନ୍ଦୁଝରରୋଡ ରେଳୱେ ଷ୍ଟେଶନରେ ଆବଶ୍ୟକ ଭିତ୍ତିଭୂମି ରହିଥିଲେ ହେଁ ରେଳଡିଭିଜନ ଦାବି ପୁରଣ ହୋଇପାରୁ ନାହିଁ। ଉତ୍ତର ଓଡିଶାରେ ଯାଜପୁର ଦେଇ ଯାଇଥିବା ରେଳପଥ ଦୀର୍ଘତମ। ସେହିପରି ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ରେଳଷ୍ଟେଶନ ଓ ନିର୍ମାଣାଧୀନ ଷ୍ଟେଶନ ରହିଛି। ୫ଟି ନୂତନ ରେଳପଥ ନିର୍ମାଣ କରିବାକୁ ସର୍ଭେ ଶେଷ ହୋଇଛି। ୭ଟି ଗୁଡ୍‌ସ ସେଡ ଏଠାରେ କାର୍ଯ୍ୟ କରୁଛି। ଯାଜପୁର ହାୱାଡା-ଚେନ୍ନାଇ ମୁଖ୍ୟଲାଇନ ସହିତ ଯଖପୁରା-ନୟାଗଡ, ହରିଦାଶପୁର-ପାରାଦୀପ, ଅନୁଗୋଳ-ସୁକିନ୍ଦା, ଟମକା-ଦୈତାରୀ ଏବଂ ସୁକିନ୍ଦା-ଯାଜପୁରରୋଡ ଆଦି ରେଳପଥ ନିର୍ମାଣାଧିନ ରହିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଶିଳ୍ପାଞ୍ଚଳ, ପର୍ଯ୍ୟଟନସ୍ଥଳୀ, ଖଣି ରହିଛି। ତେଣୁ ଯୁବ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଯାଜପୁର-କେନ୍ଦୁଝରରୋଡ ଷ୍ଟେଶନକୁ ଡିଭିଜନ ମାନ୍ୟତା ଦାବି ନେଇ ପୋଷ୍ଟକାର୍ଡ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ଏହିକ୍ରମରେ ଲୋକ ସଭାରେ ଏମପି ଶର୍ମିଷ୍ଠା ସେଠୀଙ୍କ ଦାବିକୁ ସାଧାରଣରେ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ୍‌ ଜଗିଛି ୪ ସାଧାରଣ ସିସି କ୍ୟାମେରା

ଛତ୍ରପୁର,୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ମନିଟରିଂ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ସହରକୁ ଗଞ୍ଜାମ ସମେତ ଗଜପତି, କନ୍ଧମାଳ ଓ ଦକ୍ଷିଣ ଓଡିଶାର...

ଜମ୍‌ତରା ଗ୍ୟାଙ୍ଗ୍‌ର ୩ ସଦସ୍ୟ ଗିରଫ

ସମ୍ବଲପୁର,୧୬।୨(ବ୍ୟୁରୋ): ଅନ୍‌ଲାଇନ ଠକେଇ କରି ଲକ୍ଷାଧିକ ଟଙ୍କା ଲୁଟିନେଇଥିବା ଜମତରା ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ସମ୍ବଲପୁର ପୋଲିସ ମଙ୍ଗଳବାର ଭୁବନେଶ୍ୱରରୁ ଗିରଫ କରିଛି। ସେମାନେ ହେଲେ...

‘ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ’

କବିସୂର୍ଯ୍ୟନଗର,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମକୁ ଦେଶର ୧ ନମ୍ବର ଜିଲା କରିବାକୁ ଉଦ୍ୟମ ହେବ। ଗଞ୍ଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ବାନ...

ରାଇରଙ୍ଗପୁରରେ ଓଲଟିଲା ବସ୍‌: ୨୦ରୁ ଊର୍ଦ୍ଧ୍ୱ ଆହତ

ରାଇରଙ୍ଗପୁର,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାତୀବାରି ଜଙ୍ଗଲ ପାର୍ଶ୍ୱ ରାଜ୍ୟ ରାଜପଥରେ ଗୁରୁବାର ଏକ ଯାତ୍ରୀବାହି ବସ୍‌ ଓଲଟି ୨୦ରୁ ଊର୍ଦ୍ଧ୍ୱ...

ଖରାରେ ପକାଇ ପୁଅକୁ ମାରିଦେଲେ

ଢେଙ୍କିକୋଟ,୧୩।୬ (ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅଧୀନ ସାନମସିଣାବିଲା ଗ୍ରାମରେ ହାତଗୋଡ଼ ବାନ୍ଧି ଖରାରେ ପକାଇଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।...

ଡିସେମ୍ବର ୧୦ରୁ ମଣ୍ଡିରେ ଖରିଫ ଧାନ ସଂଗ୍ରହ

ନବରଙ୍ଗପୁର,୧୯।୧୧(ବି.ପ୍ର.): ନବରଙ୍ଗପୁର ଜିଲାରେ ଆସନ୍ତା ଡିସେମ୍ବର ୧୦ତାରିଖରୁ ଧାନ ମଣ୍ଡିରେ ଅନ୍‌ଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଠାରୁ ଧାନ କିଣା ଯିବ। ଜିଲ୍ଲାପାଳ ଡକ୍ଟର କମଳ...

‘ଦେଶରେ ଅଧିକ ବ୍ଲୁ ଫ୍ଲାଗ ବିଚ୍‌ କରାଯିବ’

ପୁରୀ ଅଫିସ,୮।୧୦: ସାଗର ତଟ ଅଭିଯାନ ଓ ୭୫ତମ ଆଜାଦି କା ଅମୃତ ମହୋତ୍ସବ ଗୁରୁବାର ବ୍ଲୁ ଫ୍ଲାଗ ବିଚ୍‌ରେ ଅନୁଷ୍ଠିତ ହୋଇଯାଇଛି। ଦେଶର ୧୦ଟି...

ମୁକୁଳା ଡ୍ରେନ୍‌ ନେଉଛି ଜୀବନ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଭୁବନେଶ୍ୱର, କଟକ ସମେତ ରାଜ୍ୟର ଛୋଟବଡ଼ ସହରରେ ଅନେକ ଡ୍ରେନ୍‌ ମୁକୁଳା ହୋଇ ପଡ଼ିଛି। ସ୍ବେରେଜ ଓ ଡ୍ରେନେଜ କାମ ବାହାନାରେ ଠିକାଦାରମାନେ ଦୀର୍ଘଦିନ...

Advertisement
Archives

Model This Week