ମୟୂରଭଞ୍ଜ ଜିଲା ପରିଷଦ ବୈଠକରେ ହଟ୍ଟଗୋଳ

ବାରିପଦା ଅଫିସ,୨୧।୮- ମୟୂରଭଞ୍ଜ ଜିଲା ପରିଷଦର ଅଷ୍ଟମ ବୈଠକ ମଙ୍ଗଳବାର ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ହଟ୍ଟଗୋଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିନିତ ଭରଦ୍ୱାଜ ଏଥିରେ ଅଧ୍ୟକ୍ଷତା କରିଥିଲେ। ପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକ ଆରମ୍ଭ ହେବାପରେ ବୈଠକ ସମ୍ପର୍କରେ ସୂଚନା ଦିଆ ନ ଯିବା ନେଇ ନିର୍ବାଚିତ ପ୍ରତିନିଧିମାନେ ହଟ୍ଟଗୋଳ କରିଥିଲେ। ୧୫ ଦିନ ପୂର୍ବରୁ ବୈଠକ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଦିନକ ଆଗରୁ ସେମାନଙ୍କୁ ସୂଚନା ଦିଆ ଯାଇଥିଲା। ଅର୍ଡିିନାରୀ ଡାକ ଯୋଗେ ଚିଠି ପଠାଯାଇଥିବାରୁ ବିଳମ୍ବ ହୋଇଥିବା ଜିଲାପାଳ ଭରଦ୍ୱାଜ ସଫେଇ ଦେଇ ଆଗକୁ ରେଜିଷ୍ଟ୍ରି ପୋଷ୍ଟ ଦ୍ୱାରା ପଠାଯିବ ବୋଲି ସେ କହିଥିଲେ। ବୈଠକରେ ଜିଲାର ସ୍ବାସ୍ଥ୍ୟ ବିଭାଗ ସମସ୍ୟା ନେଇ ସରଗରମ ଆଲୋଚନା ହୋଇଥିଲା। ଜିଲାର ବିଭିନ୍ନ ଚିକିତ୍ସାଳୟ ଓ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଡାକ୍ତର ଓ କର୍ମଚାରୀ ଅଭାବ ଓ ପରିଚାଳନାଗତ ସମସ୍ୟାର ପ୍ରତିକାର ହେଉ ନ ଥିବାରୁ ନିର୍ବାଚିତ ପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଜିଲାର ୪୦୭ଟି ଡାକ୍ତର ପଦବୀ ମଧ୍ୟରୁ କେବଳ ୨୧୧ ଜଣ ଡାକ୍ତର ଅଛନ୍ତି। ୧୯୬ଟି ପଦବୀ ଖାଲିରହିଛି। ସେହିପରି ପାରାମେଡିକାଲ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି। ଏ ସବୁ ସମସ୍ୟାର ପ୍ରତିକାର ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେଉଥିବା ଜିଲାପାଳ ଭରଦ୍ୱାଜ କହିଥିଲେ। ବହୁ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ଥିବାରୁ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା, ଛାତ୍ରୀଛାତ୍ରମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଥିବା ସଭ୍ୟମାନେ ଅଭିଯୋଗ କରିଥିଲେ। ଜିଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଆବଶ୍ୟକ ତଥ୍ୟ ଦେଇ ନ ଥିବାରୁ ଜିଲାପାଳ ତାଗିଦ କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା, କୃଷି ଓ ଉଦ୍ୟାନ, ଜଳ ବିଭାଜିକା ମିଶନ, ଜଳ ସେଚନ ଓ ଉଠା ଜଳସେଚନ, ରାସ୍ତା ଓ ଗୃହ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଜିଲା ସମାଜ ମଙ୍ଗଳ ବିଭାଗ, ଆଦିବାସୀ ଓ ହରିଜନ କଲ୍ୟାଣ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଚାଷ, ବିଦ୍ୟୁତ୍‌, ଗୋପବନ୍ଧୁ ଗ୍ରାମୀଣ ଯୋଜନା ସମ୍ପର୍କରେ ବେଢଂକରେ ଆଲୋଚନା ହୋଇଥିଲା । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଓଡ଼ିଶା ଜୀବିକା ମିଶନ, ଜିଲା ପଞ୍ଚାୟତ ସମିତି ଖର୍ଚ୍ଚ, ଗରିବ ସହାୟତା ପାଣ୍ଠି, ଡିଭୋଲ୍ୟୁଶନ ଫଣ୍ଡ, ରାସ୍ତା ମରାମତି ଓ ଉନ୍ନତୀକରଣ ନିମନ୍ତେ ମୋଟର ଯାନ କରରୁ ସଂଗୃହୀତ ଅର୍ଥରୁ ବ୍ୟୟ ଆଦି ବିଷୟ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ସେହିପରି ଯୋଜନା, ଅର୍ଥ, ଦାରିଦ୍ର୍ୟ ଦୂରୀକରଣ ଓ ସମନ୍ବୟ ସ୍ଥାୟୀ କମିଟି, କୃଷି, ମୃତ୍ତିିକା ସଂରକ୍ଷଣ, ଉଦ୍ୟାନ କୃଷି, ଜଳଛାୟା ବିକାଶ, ମତ୍ସ୍ୟ ଓ ପଶୁ ପାଳନ ସ୍ଥାୟୀ କମିଟି, ନିର୍ମାଣ, ଜଳସେଚନ, ବିଦ୍ୟୁତ୍‌ ଶକ୍ତି, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ପରିମଳ ସ୍ଥାୟୀ କମିଟି, ସ୍ବାସ୍ଥ୍ୟ, ସମାଜ ମଙ୍ଗଳ, ମହିଳା ଓ ଶିଶୁ କଲ୍ୟାଣ ସ୍ଥାୟୀ କମିଟି, ସାଧାରଣ ବଣ୍ଟନ, ଦୁର୍ବଳ ଶ୍ରେଣୀର ବିକାଶ, ଜଙ୍ଗଲ, ଜାଳେଣି ଓ ଘାସ ଚାଷ ସ୍ଥାୟୀ କମିଟି, ହସ୍ତଶିଳ୍ପ, କୁଟୀର ଶିଳ୍ପ, ଖଦି ଓ ଗ୍ରାମ୍ୟ ଶିଳ୍ପ, ଗ୍ରାମାଞ୍ଚଳ ଗୃହ ନିର୍ମାଣ ସ୍ଥାୟୀ କମିଟି ଏବଂ ଶିକ୍ଷା, କ୍ରୀଡା ଓ ସଂସ୍କୃତି ସ୍ଥାୟୀ କମିଟି ଆଦି ମୋଟ ୭ଟି ଜିଲା ପରିଷଦ ସ୍ଥାୟୀ କମିଟିର ପୁନର୍ଗଠନ କରାଯାଇଥିଲା। ବୈଠକରେ ରାଜସ୍ବ ଓ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ସଭା ସଦସ୍ୟା ସରୋଜିନୀ ହେମ୍ବ୍ରମ, ମୟୂରଭଞ୍ଜ ଏମପି ଇଂ.ବିଶେଶ୍ୱର ଟୁଡୁ, କେନ୍ଦୁଝର ଏମପି ଚନ୍ଦ୍ରାଣି ମୁର୍ମୁ, ମୋରଡା ବିଧାୟକ ରାଜକିଶୋର ଦାସ, ଉଦଳା ବିଧାୟକ ଭାସ୍କର ମଢ଼େଇ, ବଡସାହି ବିଧାୟକ ସନାତନ ବିଜୁଳି, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ସାରସକଣା ବିଧାୟକ ଡା.ବୁଢ଼ାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ଯଶିିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ଜିଲା ପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ ଓ ପିଡି ଡିଆରଡିଏ ତୁଷାରକାନ୍ତିି ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲା ପରିଷଦର ସମସ୍ତ ସଭ୍ୟାସଭ୍ୟ, ବ୍ଲକ ଅଧ୍ୟକ୍ଷାଅଧ୍ୟକ୍ଷ ଓ ଜିଲାସ୍ତରୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri