ମ୍ୟୁନିସିପାଲିଟି ଆବର୍ଜନାସ୍ଥଳରେ ମହାପ୍ରସାଦ

ପୁରୀ ଅଫିସ,୪।୧୧ : ପୁରୀ ମ୍ୟୁନିସପାଲିଟି ଆବର୍ଜନାସ୍ଥଳରେ ପଡିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ। ରେଲେୱ ପର୍ଯ୍ୟଟନ ପରିସର ହବିଷିଆଳି ଶିବିରର ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶିବିରରୁ ବାହାରୁଥିବା ବର୍ଯ୍ୟବସ୍ତୁ ଏକାଠି ରଖିବା ପାଇଁ ପୌର ପ୍ରଶାସନ ପକ୍ଷରୁ ସେଠାରେ ବ୍ୟବସ୍ଥା କରାଯାଇଥିବାବେଳେ ବଳକା ଅବଢାକୁ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳିଛି। ଏନେଇ ଶ୍ରୀଜଗନ୍ନାଥପ୍ରେମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶିବିର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହୀନତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଜିଲା ପ୍ରଶାସନ ଆନୁକୂଲ୍ୟରେ ନରେନ୍ଦ୍ରକୋଣ, ପୌର କଲ୍ୟାଣମଣ୍ଡପ ଏବଂ ରେଲୱେ ପର୍ଯ୍ୟଟନ ପରିସରରେ ତିଆରି ହୋଇଛି ହବିଷିଆଳି ଶିବିର। ଅପରାହ୍ନରେ ହବିଷିଆଳିଙ୍କ ଲାଗି ମହାପ୍ରସାଦର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟା ୫ଟା ପରେ ହବିଷିଆଳିମାନେ ମହାପ୍ରସାଦନ ସେବନ କରିଥାନ୍ତି। ତେବେ ବଳକା ରହିଯାଉଥିବା ଅବଢା ଡାଲମା ଏବଂ ବେସର ଆଦିକୁ ଆବର୍ଜନାସ୍ଥଳରେ ପକାଇ ଦିଆଯାଉଛି। ଖାଦ୍ୟ ଲାଲସାରେ ଏଥିରେ କୁକୁର ପସି ଏଣେତେଣେ ପକାଉଛନ୍ତି। ଶିବିର ଦାୟିତ୍ୱରେ ରହିଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ କୁହନ୍ତି, ଏ ସମ୍ପର୍କରେ ମୋ ପାଖରେ ଖବର ନାହିଁ। ମୁଁ ରାତି ୧୦ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ ଡ୍ୟୁଟି କରୁଛି। ମହାପ୍ରସାଦ ପୌର ପ୍ରଶାସନ ଆବର୍ଜନାସ୍ଥଳରେ ପକାଯିବା ନିହାତି ଭାବେ ନିନ୍ଦନୀୟ। ଏହାର ଯେପରି ପୁନରାବୃତ୍ତି ନ ଘଟିବା ସେଥିପ୍ରତି ଦୃଷ୍ଟି ଦିଆଯିବ। ଏନେଇ ଐତିହ୍ୟ ବିଶାରଦ ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ମହାପ୍ରଭ ଶ୍ରୀଜଗନ୍ନାଥଙ୍କ ଉପାସନ ସହିତ ଜଡିତ ମହାପ୍ରସାଦ। ସେଥିଲାଗି ଶ୍ରୀଜଗନ୍ନାଥଙ୍କୁ ଦାରୁବ୍ରହ୍ମ କୁହାଯାଉଥିବା ବେଳେ ମହାପ୍ରସାଦଙ୍କୁ ଅନ୍ନବ୍ରହ୍ମ ବୋଲି କୁହାଯାଏ। ମହାପ୍ରସାଦର ଅବମାନନା ଅର୍ଥ ମହାପ୍ରଭୁଙ୍କ ଅବମାନନା କରିବା ସହିତ ସମାନ। ମହାପ୍ରସାଦକୁ ଅବମାନନା କରିବା ଏକ ଅକ୍ଷମଣୀୟ ଅପରାଧ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଧରି ସମାନ ସ୍ଥିତି: ଅସରାଏ ବର୍ଷାରେ ଘରେ ପଶୁଛି ପାଣି; ସ୍ଥାୟୀ ସମାଧାନ ଦାବି

ଚୌଦାର,୧୨।୭(ଡି.ଏନ୍‌.ଏ.): ମାସେ ନୁହେଁ କି ବର୍ଷେ ନୁହେଁ। ଆଜକୁ ୪୦ବର୍ଷରୁ ଊର୍ଦ୍ଧ୍ୱ ଦିନ ହେବ ବାସଗୃହ କରି ରହିଛନ୍ତି ଲୋକେ । ହେଲେ ଅସରାଏ ବର୍ଷା...

ଭୁବନେଶ୍ୱରରେ ୩ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁ ସ୍ତରରୁ ଉଦ୍ୟମ ଚାଲିଛି। ଏବେ ଭୁବନେଶ୍ୱରର ୩ ଘରୋଇ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକ ହେଲା...

ତେଲ୍‌ ନଦୀରେ ବୁଡ଼ି ୩ ଶିଶୁଙ୍କ ଜୀବନ ଗଲା

ନବରଙ୍ଗପୁର,୬ା୮(ବି.ପ୍ର.) : ଗୁରୁବାର ତେଲ ନଦୀରେ ବୁଡ଼ି ତିନି ଶିଶୁଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଏବଂ ଦୁଇ ଶିଶୁକନ୍ୟା ରହିଥିବାବେଳେ ସମସ୍ତେ...

ସୁବର୍ଣ୍ଣପୁର ଜିଲା ପରିଷଦ ଅଧ୍ୟକ୍ଷା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ସୋନପୁର,୧୩ା୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ପରିଷଦ ଅଧ୍ୟକ୍ଷା ଭାବେ ସୁପରା ଠେଲା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ଠେଲା ଜିଲାର ୩ ନମ୍ବର ଜୋନ୍‌ରୁ ଜିଲାପରିଷଦ ସଦସ୍ୟ...

୫ ବର୍ଷରେ ୫୦ ପ୍ରତିଶତ ଫୁଏଲ୍‌ ଷ୍ଟେଶନ ହେବ ସୌରଚାଳିତ: ଧର୍ମେନ୍ଦ୍ର

ଭୁବନେଶ୍ୱର ୯।୯(ବ୍ୟୁରୋ): ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡିକର ମାଲିକାନାରେ ଥିବା ଦେଶର ପ୍ରାୟ ୫୦ ପ୍ରତିଶତ ଫ୍ୟୁଏଲ୍‌(ଇନ୍ଧନ) ଷ୍ଟେସନକୁ ଆସନ୍ତା ୫ ବର୍ଷରେ ସୌରଚାଳିତ କରାଯିବ। ଆନ୍ତର୍ଜାତିକ...

ଡରାଇଲାଣି ୪ ଜିଲାର ସ୍ଥିତି

ଭୁବନେଶ୍ୱର, ୧୦।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ୪ଟି ଜିଲାର ସ୍ଥିତି ଉଦ୍‌ବେଗଜନକ ରହିଛି। ବିଶେଷ କରି ସୁନ୍ଦରଗଡ଼ ଓ ସମ୍ବଲପୁର...

ସ୍ବାମୀ, ଝିଅଙ୍କୁ ଖୋଜିବାକୁ ବୌଦ୍ଧରେ ଦିଲ୍ଲୀର ମହିଳା

ବୌଦ୍ଧ,୫।୪ (ସ୍ବ.ପ୍ର): ଜଣେ ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରତାରଣାର ଶିକାର ହେବା ପରେ ସ୍ବାମୀ ଓ ସନ୍ତାନର ସନ୍ଧାନରେ ବୌଦ୍ଧ ଆସି ନିରାଶ ହୋଇ ଫେରିଯାଇଛନ୍ତି...

୮ ବର୍ଷ ହେବ ବନ୍ଦୀ ଜୀବନ

ନିଶ୍ଚିନ୍ତକୋଇଲି,୧୨।୩: ସରକାର ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ମାତ୍ର ଏସବୁ ଯୋଜନାର ଲାଭ ହିତାଧିକାରୀଙ୍କୁ ମିଳିପାରୁନାହିଁ। ବହୁ...

Advertisement
Archives

Model This Week