Posted inଖେଳ

ମ୍ୟାକ୍‌ଗ୍ରାଥଙ୍କୁ କ୍ଷମା କରିନାହାନ୍ତି ଭାରତୀୟ ପ୍ରଶଂସକ

ଡାଭୋସ,୨୭।୧(ପି.ଟି.)- ୨୦୦୭ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ପେସର ଗ୍ଲେନ ମ୍ୟାକ୍‌ଗ୍ରାଥଙ୍କୁ ଭାରତୀୟ କ୍ରିକେଟ ପ୍ରଶଂସକ କ୍ଷମା କରିନାହାନ୍ତି। ୨୦୦୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ୩୫୯ ରନ୍‌ର ଟାର୍ଗେଟ ଛିଡ଼ା କରିଥିଲା। ପ୍ରଥମ ଓଭରରେ ହିଁ ଭାରତର ଆଶା ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ୟାଚ୍‌ ଆଉଟ କରି ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଏହି ଘଟଣା ଲାଗି ଭାରତୀୟ ପ୍ରଶଂସକାମାନେ ଏବେ ମଧ୍ୟ ଖୁବ୍ଧ ଅଛନ୍ତି। ମ୍ୟାକ୍‌ଗ୍ରାଥ ଓ୍ବାଲର୍‌ଡ ଇକୋନୋମିକ ଫୋରମ (ଡବ୍ଲ୍ୟୁଇଏଫ୍‌)ର ବାର୍ଷିକ ବୈଠକରେ ଯୋଗଦେଇ ଏହା କହିଛନ୍ତି। କିନ୍ତୁ ଉକ୍ତ ଘଟଣାକୁ ଭୁଲି ସଚିନ ଓ ମ୍ୟାକ୍‌ଗ୍ରାଥ ଏବେ ଭଲ ବନ୍ଧୁ ପାଲଟି ଯାଇଛନ୍ତି। ଏପରି କି କୌଣସି କାର୍ଯ୍ୟ ପାଇଁ ମୁମ୍ବାଇ ଆସିଲେ ସଚିନଙ୍କୁ ଦେଖା କରିବା ଭୁଲନ୍ତି ନାହିଁ ମ୍ୟାକ୍‌ଗ୍ରାଥ। ମୁଁ ପ୍ରଶିକ୍ଷଣ ପାଇଁ ବହୁବାର ଭାରତ ଯାଉଛି। ସେଠାରେ ମୋର ବହୁତ ବନ୍ଧୁ ମଧ୍ୟ ଅଛନ୍ତି। ମାତ୍ର କିଛି ବନ୍ଧୁ କୁହନ୍ତି, ସେମାନେ ୨୦୦୩ ବିଶ୍ୱକପ୍‌ ଫାଇନାଲ ପାଇଁ ମୋତେ କଦାପି କ୍ଷମା ଦେବେ ନାହିଁ। ୨୦୦୩ ଫାଇନାଲ ଜୋହାନ୍ସବର୍ଗଠାରେ ଖେଳାଯାଇଥିଲା। ଷ୍ଟାଡିୟମ ୯୦ ପ୍ରତିଶତ ଫୁଲ୍‌ ଥାଏ। ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ ୯୫ ପ୍ରତିଶତ ଭାରତକୁ ସମର୍ଥନ କରୁଥାନ୍ତି। କାରଣ ସେମାନେ ଦକ୍ଷିଣ ଆଫ୍ରିକାର ସମର୍ଥକ। ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଥିବା ଦଳର ସମର୍ଥନ କରୁଥିଲେ। ମୁଁ ପ୍ରଥମ ଓଭର ବୋଲିଂ କରୁଥାଏ। ଆରମ୍ଭରୁ ୩ ବଲରେ ସଚିନ କିଛି ରନ୍‌ କରିପାରି ନ ଥିଲେ। ଚତୁର୍ଥ ବଲକୁ ସଚିନ ପୁଲ୍‌ ଶଟ ଲଗାଇ ୪ ରନ୍‌ ହାସଲ କରିଥିଲେ। ମୁଁ ପରବର୍ତ୍ତୀ ବଲ ବାଉନ୍ସର ମାରିଥିଲି, ଯାହାକୁ ସଚିନ ପୁଲ୍‌ ଶଟ ଖେଳିଥିଲେ। ମାତ୍ର ବଲଟି ସିଧା ଉପରକୁ ଯାଇଥିଲା। ଆଉ ମୁଁ ସହଜରେ କ୍ୟାଚ୍‌ ଧରିଥିଲି। ମୁଁ ବହୁତ ଖୁସି ଥିଲି। ଉପସ୍ଥିତ ଦଶର୍କ ଓ ଭାରତୀୟ ଫ୍ୟାନଙ୍କ ମଧ୍ୟରେ ନିରାଶା ଖେଳିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ହେଉଛି’

ଭୁବନେଶ୍ୱର, ୨୨ା୩ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ପାଇଁ କାର୍ଯ୍ୟ ହେଉଛି। ଏଥିସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ବୀରଙ୍କୁ ୧୯ ବର୍ଷରୁ କମ୍‌ ସ୍କ୍ବାଶ ଟାଇଟଲ

ନୂଆଦିଲ୍ଲୀ,୨୯।୬(ପିଟି)- ଭାରତୀୟ ଖେଳାଳି ବୀର ଛୋଟ୍ରାନି ସାଥି ଖେଳାଳି ଯଶ ଫାଡତେଙ୍କୁ ହରାଇ ୧୯ ବର୍ଷରୁ କମ୍‌ ଏସିଆନ୍‌ ଜୁନିୟର ସ୍କ୍ବାଶ ଚାମ୍ପିୟନଶିପ୍‌ ଟାଇଟଲ ଜିତିଛନ୍ତି।...

ଦୂର ହେଲା ଆଇପିଏଲ ଫ୍ରାଞ୍ଚାଇଜଙ୍କ ଚିନ୍ତା

ମୁମ୍ବାଇ,୧୪।୮: ୟୁଏଇରେ ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଆଇପିଏଲ-୧୪’ର ବଳକା ମ୍ୟାଚ୍‌ ଲାଗି ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଦଳର ଖେଳାଳିମାନେ ଉପଲବ୍ଧ ରହିବେ। ଏ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ମୁମ୍ବାଇ,୨୨।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୩୪ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲସ୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ...

୩୬ ବଲ୍‌ରୁ ୧୬୦ ରନ୍‌ର ବିସ୍ଫୋରକ ଇନିଂସ ଖେଳି ଚର୍ଚ୍ଚାରେ ଏହି କ୍ରିକେଟର୍‌

ସିଡନୀ,୧୩।୧୦: ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ହେଡ ୧୨୭ ବଲ୍‌ରେ ୨୩୦ ରନ୍‌ର ପାଳି ଖେଳି ହାସଲ କରିଛନ୍ତି। ବାମହାତୀ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଟ୍ରେଭିସ ଆଶେସ ସିରିଜ...

ମୋଟେଗିରେ ମାର୍କ୍ୱେଜଙ୍କୁ ପ୍ରଥମ ପୋଲ୍‌ ପୋଜିଶନ

ମୋଟେଗି (ଜାପାନ),୧୯ା୧୦ (ପି.ଟି.): ଟିମ୍‌ ରେପ୍‌ସୋଲ ହୋଣ୍ଡାର ମାର୍କ ମାର୍କ୍ୱେଜ ଟ୍ବିନ ରିଙ୍ଗ୍‌ ମୋଟେଗିରେ ପ୍ରଥମ ଥର ମୋଟୋ ଜିପି ପୋଲ୍‌ ପୋଜିଶନ ହାସଲ କରିଛନ୍ତିି।...

ଟୋକିଓ ଅଲିମ୍ପିକ୍ସ କାର୍ଯ୍ୟସୂଚୀ ଅପରିବର୍ତ୍ତିତ ରହିବ

ଟୋକିଓ,୧୮।୭(ଏପି): ଟୋକିଓ ଅଲିମ୍ପିକ୍ସର କାର୍ଯ୍ୟସୂଚୀ ପ୍ରାୟ ଅପରିବର୍ତ୍ତତ ରହିବ। ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଏହି ବିଳମ୍ବିତ ମେଗା ଇଭେଣ୍ଟର ୪୨ଟି ଭେନ୍ୟୁକୁ ସୁରକ୍ଷିତ ରଖାଯାଇଛି।...

ଦିଲ୍ଲୀରେ ଏସିଆ କପ ପାଇଁ ଚୟନ କରାଯିବ ଭାରତୀୟ ଦଳ, ଚୟନ କମିଟି ବୈଠକରେ ଯୋଗଦେବେ ରୋହିତ

ନୂଆଦିଲ୍ଲୀ,୧୯।୮: ଅଜିତ ଅଗରକରଙ୍କ ନେତୃତ୍ୱରେ ବିସିସିଆଇର ପୁରୁଷ ବରିଷ୍ଠ ଚୟନ କମିଟିର ବୈଠକ ଦିଲ୍ଲୀରେ ସୋମବାର ଅର୍ଥାତ୍‌ ଅଗଷ୍ଟ ୨୧ରେ ବସିବ। ଏହାର ପ୍ରମୁଖ ଖେଳାଳିଙ୍କ...

Advertisement
Archives

Model This Week