ମୌସୁମୀ ପୂର୍ବରୁ ସଫା ହେବ ସମସ୍ତ ଡ୍ରେନ୍‌ : ୨୩୦ ଶ୍ରମିକ ନିୟୋଜିତ, ୬୭ ଓ୍ବାର୍ଡରେ ବିଏମ୍‌ସି ପକ୍ଷରୁ ୨୫ ଘରୋଇ ଠିକା ସଂସ୍ଥାକୁ ଦାୟିତ୍ୱ

ଭୁବନେଶ୍ୱର,୨୭।୫(ବ୍ୟୁରୋ) : ଚଳିତବର୍ଷ ମୌସୁମୀ ଆସିବା ପୂର୍ବରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ମୁଖ୍ୟ ଓ ସବ୍‌ ଡ୍ରେନ୍‌ ସଫା କରାଯିବ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗତ ୨୪ତାରିଖରୁ ମୁଖ୍ୟ ୧୦ ଡ୍ରେନ୍‌ର ସଫେଇ ସହିତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଏବେ ପ୍ରମୁଖ ରାସ୍ତାକଡ଼ରେ ଥିବା ସବ୍‌ ଡ୍ରେନ୍‌ଗୁଡ଼ିକର ସଫେଇ କାର୍ଯ୍ୟ ଜାରି ରହିଛି। ଡ୍ରେନ୍‌ରେ ଜମିଥିବା ଅଳିଆ ଆବର୍ଜନା ସହ ମାଟି କଢ଼ାଯାଇ ତାକୁ ନିଷ୍କାସନ ଉପଯୋଗୀ କରାଯାଉଛି। ୬୭ ଓ୍ବାର୍ଡରେ ବିଏମ୍‌ସି ପକ୍ଷରୁ ୨୫ ଘରୋଇ ଠିକା ସଂସ୍ଥାକୁ ଏ ନେଇ ଦାୟିତ୍ୱ ଦିଆଯାଇଥିବା ବେଳେ ୩ ସଫେଇ ସଂସ୍ଥା କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ବିଏମ୍‌ସି ଦ୍ୱାରା ପରିଚାଳିତ ଡ୍ରେନେଜ ଡିଭିଜନ ନିଜେ ୧୦ ଓ୍ବାର୍ଡରେ ଥିବା ମୁଖ୍ୟ ଓ ସବ୍‌ ଡ୍ରେନ୍‌ର ସଫେଇ ଦାୟିତ୍ୱ ନେଇଛି। ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ତଦାରଖରେ ଏହି ସଫେଇ କାର୍ଯ୍ୟ ଜାରି ରହିଛି। ମୌସୁମୀ ଆସିବା ପୂର୍ବରୁ ସମସ୍ତ ଡ୍ରେନ୍‌ର କାର୍ଯ୍ୟ ସରିଯିବ ବୋଲି ବିଏମ୍‌ସି ଆଶା ପ୍ରକାଶ କରିଛି।
ମୁଖ୍ୟ ଡ୍ରେନ୍‌ଗୁଡ଼ିକରେ ୧୦ରୁ ୧୨ ପ୍ରୋକ୍‌ଲିନ୍‌ ମେଶିନ ଏବେଠାରୁ ପ୍ରତ୍ୟେକ ଦିନ ସଫେଇ କରିବେ। ଆବଶ୍ୟକ ପଡ଼ିଲେ ଅଧିକ ମେଶିନ ଯୋଗାଇ ଦିଆଯିବ। ଯେଉଁ ସ୍ଥାନରେ ମେଶିନରେ କାମ କରିହେବ ନାହିଁ, ସେଠାରେ ଶ୍ରମିକ ନିୟୋଜିତ ରହିବେ। ଏଥିପାଇଁ ୨୩୦ଜଣ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ମୋଟ ୧୦ ମୁଖ୍ୟ ଡ୍ରେନ୍‌ ରହିଛି। ସେଗୁଡ଼ିକ ମିଶି ପାଖାପାଖି ୬୦କିମି ଲମ୍ବ ହୋଇଥିବା ବେଳେ ସବ୍‌ ଡ୍ରେନ୍‌ଗୁଡ଼ିକ ମିଶି ୫୬୦କିମି ଲମ୍ବ। ସମସ୍ତ ଡ୍ରେନ୍‌ ଗଙ୍ଗୁଆ ନାଳ ସହ ସଂଯୋଗ ହୋଇଛି। ସେହିପରି ଗଙ୍ଗୁଆ ନାଳକୁ ଦୟା ନଦୀ ସହ ସଂଯୋଗ କରାଯାଇଛି। ଭୁବନେଶ୍ୱରରେ ଥିବା ମୁଖ୍ୟ ଡ୍ରେନ୍‌ଗୁଡ଼ିକ ଯଥା- ଡ୍ରେନ୍‌ ନଂ-୧ ଫରେଷ୍ଟ ଲେକ୍‌ ଚନ୍ଦ୍ରଶେଖରପୁରଠାରୁ ଆରମ୍ଭ ହୋଇ ଗଙ୍ଗୁଆରେ ପଡ଼ିଛି, ଯାହାକି ୫.୭କିମି ଲମ୍ବ। ଡ୍ରେନ୍‌ ନଂ-୨ ସୈନିକ ସ୍କୁଲ ନିକଟରୁ ବାହାରି ୦.୮୫ କିମି ଯିବା ପରେ ଭିଏସ୍‌ଏସ୍‌ ନଗର ରେଲଓ୍ବେ ବ୍ରିଜ୍‌ ନିକଟରେ ଡ୍ରେନ୍‌ ନଂ-୩ରେ ମିଶିଛି। ଡ୍ରେନ୍‌ ନଂ-୩ ଗଜପତି ନଗରରୁ ଆରମ୍ଭ ହୋଇ ଗଙ୍ଗୁଆରେ ମିଶିଛି, ଯାହାକି ୪.୨୨କିମି ଲମ୍ବ। ଡ୍ରେନ୍‌ ନଂ-୪ ଏକାମ୍ର କାନନ ଲେକ୍‌ଠାରୁ ଆରମ୍ଭ ହୋଇ ଗଙ୍ଗୁଆରେ ମିଶିଛି। ଏହା ୭.୫କିମି ଲମ୍ବ। ସେହିପରି ଡ୍ରେନ୍‌ ନଂ-୫ ଗୁରୁଦ୍ୱାରା ସିଂ ସଭାଠାରୁ ଆରମ୍ଭ ହୋଇ ଗଙ୍ଗୁଆରେ ମିଶିଛି, ଯାହାକି ୩.୫୪କିମି ଲମ୍ବ। ଡ୍ରେନ୍‌ ନଂ-୬ ଅଶୋକ ନଗରରୁ ବାହାରି ୩.୫କିମି ଯାଇ ଗଙ୍ଗୁଆରେ ମିଶିଥିବା ବେଳେ ଡ୍ରେନ୍‌ ନଂ-୭ ଗଙ୍ଗନଗରସ୍ଥିତ ବନଦୁର୍ଗା ମନ୍ଦିରରୁ ବାହାରି ୫.୪୫କିମି ଯାଇ ଗଙ୍ଗୁଆରେ ପଡ଼ିଛି। ସେପଟେ ଡ୍ରେନ୍‌ ନଂ-୮ ଓୟୁଏଟିଠାରୁ ବାହାରି ୫.୩୬କିମି ଯାଇ ଗଙ୍ଗୁଆରେ ମିଶିଛି, ଡ୍ରେନ୍‌ ନଂ-୯ ପଚଶଖା ନଗରରୁ ବାହାରି ସବୁଠୁ ଅଧିକ ଅର୍ଥାତ୍‌ ୧୫.୫କିମି ଯାଇ ଗଙ୍ଗୁଆରେ ମିଶିଛି। ସେହିପରି ଡ୍ରେନ୍‌ ନଂ-୧୦ ମୁମତାଜ ଅଲ୍ଲୀ ହାଇସ୍କୁଲ ନୟାପଲ୍ଲୀରୁ ବାହାରି ୭.୩୭କିମି ଯାଇ ଗଙ୍ଗୁଆରେ ପଡ଼ିଛି। ବର୍ତ୍ତମାନ ଏହି ସମସ୍ତ ଡ୍ରେନ୍‌ରେ ବିଏମ୍‌ସି ପକ୍ଷରୁ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri