ମୌସୁମୀ ନିଷ୍କ୍ରିୟ, ଚାଷୀ ହତାଶ:୧୬,୮୪୩ ହେକ୍ଟର ଜମି ପଡ଼ିଆ

ରୂପ୍‌ସା, ୧୯।୭-ଚଳିତବର୍ଷ ବର୍ଷା ନିୟମିତ ହେଉ ନ ଥିବାରୁ ଧାନ ଅମଳ ହେବାର ସମ୍ଭାବନା କ୍ଷୀଣ ହୋଇଛି। ବର୍ଷା ଅଭାବରୁ ଚାଷୀ ହାତ ବାନ୍ଧି ବସିଛି। ମୌସୁମୀ ସକ୍ରିୟ ହେଉ ନ ଥିବାରୁ ଆଦୌ ବର୍ଷା ହେଉନାହଁି। ଜୁଲାଇ ମାସର ୧୮ ଦିନ ବିତିଗଲାଣି। ହେଲେ ପାଣି ଅଭାବ ଯୋଗୁ ଚାଷକାମ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଚାଷୀ ହତାଶ ହୋଇ ବର୍ଷାକୁ ଅନେଇ ବସିଛିି। ବାଲେଶ୍ୱର ଜିଲା ବସ୍ତା ବ୍ଲକର ୧୬ହଜାର ୮୪୩ ହେକ୍ଟର ଜମିରେ ଜଳ ଅଭାବରୁ ଏଯାବତ୍‌ ଚାଷ ହୋଇ ନ ପାରି ପଡ଼ିଆ ପଡ଼ିଛି।
ବାଲେଶ୍ୱର ସଦର ବ୍ଲକର କଷିପଦା, ରୂପ୍‌ସା, ଆଙ୍କୋ, ହଳଦୀପଦା, ଛାନୁଆ, ବାହାବଳପୁର, ଶ୍ରୀରାମପୁର, ରସଲପୁର, ସାର୍ଥା, କଷାଫଳ ଆଦି ପଞ୍ଚାୟତ ସମେତ ବସ୍ତା ବ୍ଲକର ଗଡ଼ପଦା, ରାଉତପଡ଼ା, ମଥାନୀ, ଦୁଧହଂସା, ବାହାର୍ଦ୍ଦା, ତାଡ଼ଦା, ପାଉଁଶକୁଲି ଆଦି ପଞ୍ଚାୟତରେ ଜଳାଭାବ ଯୋଗୁ ବହୁ ଜମି ପଡ଼ିଆ ପଡ଼ିଛି। ଯେଉଁ ଜମିରେ ତଳି ପଡ଼ିଥିଲା ତାହା ବର୍ଷା ଅଭାବରୁ ଗଜା ମରୁଡ଼ି ହୋଇଛି। ଧାନଚାଷ ଉପରେ ନିର୍ଭର କରୁଥିବା ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବିଭିନ୍ନ ସ୍ଥାନରେ ଜମି ଫାଟି ଆଁ କରିଛି।
ସହକାରୀ କୃଷି ଅଧିକାରୀ ସୋମନାଥ ରଣାଙ୍କ ସୂଚନା ଅନୁଯାୟୀ ବସ୍ତା ବ୍ଲକର ମୋଟ ୩୧ଟି ପଞ୍ଚାୟତରେ ୨୦ହଜାର ୧୬୯ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ସେଥିମଧ୍ୟରୁ ୧୨ହଜାର ୨୪୮ହେକ୍ଟର ଜଳସେଚିତ ଓ ୭ହଜାର ୯୨୧ହେକ୍ଟର ଜମି ଅଣ ଜଳସେଚିତ ଅଟେ। ୧୨୩୦ ହେକ୍ଟର ଅଣଧାନ ଜମିରୁ ୯୦୭ହେକ୍ଟରରେ ପନିପରିବା, ଲଙ୍କା, ହଳଦୀ, ଅଦା, ପିଆଜ ଆଦି ମସଲା ଜାତୀୟ ଚାଷ କରାଯାଇଛି। ମୋଟ୍‌ ୧୮ହଜାର ୯୩୯ ହେକ୍ଟର ଧାନ ଚାଷ ଜମିରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୨୨୪ହେକ୍ଟର ଜମିରେ ବୁଣା ଓ ରୁଆ କାର୍ଯ୍ୟ ସରିଛି। ୧୮୭୨ ହେକ୍ଟର ଜମିରେ ତଳି ପଡ଼ିଛି। ଅବଶିଷ୍ଟ ୧୬ହଜାର ୮୪୩ ହେକ୍ଟର ଜମିରେ ଜଳ ଅଭାବରୁ ଏଯାବତ୍‌ ଚାଷ ହୋଇ ନ ପାରି ପଡ଼ିଆ ପଡ଼ିଛି। ବୁଣା, ରୁଆ ଯାଇଥିବା ଜମି ଓ ତଳି ପଡ଼ିଥିବା ଜମିରେ ବର୍ଷା ଅଭାବରୁ ଗଛ ମରିବାକୁ ବସିଛି। ଶାହାଡ଼ା, ଇଡ଼ିଦା ଓ ନାଇକୁଡ଼ି ଆଦିି ପଞ୍ଚାୟତର ୫ଶହ ଚାଷୀଙ୍କୁ ଧାଡ଼ିରୁଆ ପଦ୍ଧତିରେ ହେକ୍ଟର ପ୍ରତି ୪୦କେଜି ହିସାବରେ ମୋଟ୍‌ ୨ଶହ ହେକ୍ଟର ଚାଷ ପାଇଁ ୮୦ କୁଇଣ୍ଟାଲ ବିହନ ମାଗଣା ଦିଆଯାଇଥିଲା। ହେଲେ ବର୍ଷା ଅଭାବରୁ ଚାଷୀର ଜୀବିକା ଅର୍ଜନ ଆଶା ଫସର ଫାଟିଛି। ସହକାରୀ କୃଷି ଅଧିକାରୀ ସୋମନାଥ ରଣା କହିଛନ୍ତି ଯେ, ଜୁନ ମାସରେ ବସ୍ତା ବ୍ଲକରେ ହେବାକୁ ଥିବା ୨୫୩ ମି.ମି. ବର୍ଷାରୁ ୧୦୫ମି.ମି. ଓ ଜୁଲାଇରେ ୨୫୯ମି.ମି.ରୁ ୧୨୭ମି.ମି. ବର୍ଷା ହୋଇଛି। ଧାନଚାଷ ବାଧାପ୍ରାପ୍ତ ହେଲେ ସରକାରୀ ସ୍ତରରେ ଅନ୍ୟ ଚାଷର ସୁବିଧା ବ୍ୟବସ୍ଥା ରହିଛି। ଅଣଋଣୀ ଚାଷୀ ଜୁଲାଇ ୩୧ ତାରିଖ ସୁଦ୍ଧା କୃଷି କାର୍ଯ୍ୟାଳୟ ଓ କମନ ସର୍ଭିସ୍‌ ସେଣ୍ଟରରେ ସରକାରୀ ବୀମା ଯୋଜନାରେ ସାମିଲ ହେଲେ ସହାୟତା ପାଇବାରୁ ବଞ୍ଚତ୍ତ ହେବେ ନାହଁି। କୃଷି ବିଭାଗ ତରଫରୁ ଜିଲାବ୍ୟାପୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ସଚେତନତା ରଥ ପରିକ୍ରମା କରୁଛି।

(ବାଞ୍ଛାନିଧି ଦେ)


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri