ମୌଳିକ ସୁବିଧାରୁ ବଞ୍ଚିତ ୭ ପରିବାର : ରାସ୍ତା କି ବିଦ୍ୟୁତ୍‌ ସେବା ନାହିଁ

ବାଲିଆ,୩।୮: ବିରିଡ଼ି ବ୍ଲକ ବାରେଡିଆ ପଞ୍ଚାୟତ ୪ ନଂ. ଓ୍ବାର୍ଡ ଗୋପାଳ ସାହି ବାସିନ୍ଦା ଏବେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ  ହୋଇ ରହିଛନ୍ତି। ସାହିର ନିରଞ୍ଜନ ବେହେରା, ଶ୍ରୀକାନ୍ତ ବେହେରା, ବନମାଳି ବେହେରା, ଅନୁପମା ବେହେରା, ଶ୍ରୀମତି ଦାସ, ଦୈତାରୀ ବେହେରା, ସନାତନ ବେହେରାଙ୍କ ପରିବାର ରାସ୍ତା, ବିଦ୍ୟୁତ୍‌, ପାନୀୟଜଳ ଭଳି ମୌଳିକ ସୁବିଧା ପାଇପାରୁନାହାନ୍ତି। ସେମାନଙ୍କ ଘର ନିକଟକୁ ସ୍ଥାୟୀ ପକ୍କା ରାସ୍ତା ଖଣ୍ଡେ ନାହିଁ। ତେଣୁ ଅଣଓସାରିଆ ହିଡ଼ ରାସ୍ତାରେ ସେମାନେ ଯାତାୟାତ କରୁଛନ୍ତି। ସରକାରଙ୍କ ପକ୍ଷରୁ ଉକ୍ତ ପଞ୍ଚାୟତରେ ପ୍ରତିବର୍ଷ ରାସ୍ତା ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି, କିନ୍ତୁ ଉକ୍ତ ରାସ୍ତା ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଏଥିପାଇଁ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନକୁ ସେମାନେ ଦାୟୀ କରିଛନ୍ତି। ସେହିପରି ବିଦ୍ୟୁତ୍‌ ସେବା ସେମାନଙ୍କ ନିକଟରେ ପହଞ୍ଚତ୍ପାରିନାହିଁ। ଏବେ ବି ସେମାନେ ଡିବିରି ଓ ଲଣ୍ଠନ ଆଲୁଅରେ ଚଳୁଛନ୍ତି। କିଛିମାସ ତଳେ ସେମାନେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ଆବେଦନ କରିଥିଲେ। କିନ୍ତୁ ଆଜି ହେବ କାଲି ହେବ କହି ସେସୁ ପକ୍ଷରୁ ସମୟ ଗଡ଼ା ଚାଲିଛି। ଫନି ବାତ୍ୟା ପରେ ଜଣେ ଠିକାଦାର ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଟାଣି ଦେବାକୁ କହି ସେମାନଙ୍କଠାରୁ ଆଧାର କାର୍ଡ ଓ ଅନ୍ୟ କେତେକ ଆବଶ୍ୟକ କାଗଜପତ୍ର ସହ ୫୦୦ ଟଙ୍କା ଲେଖାଏ ନେଇଥିଲେ। ତେବେ ସମସ୍ତଙ୍କ କାନ୍ଥରେ ୨ଟି ସୁଇଜ ବୋଡ ଲଗାଇ ଦେଇ ସେ ଆଉ ଧରା ଦେଉନାହାନ୍ତି। ଏ ସମ୍ପର୍କରେ ସାହି ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସେମାନେ ନ ଶୁଣିଲା ଭଳି ରହୁଛନ୍ତି। ଗତ ୨୨ ତାରିଖରେ ବିରିଡ଼ିରେ ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣିରେ ମଧ୍ୟ ଏନେଇ ଅଭିଯୋଗ ହୋଇଥିଲା। ସେତେବେଳେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ୭ ଦିନ ମଧ୍ୟରେ ଉକ୍ତ କାର୍ଯ୍ୟ ସାରିବା ନିମନ୍ତେ ସେସୁ ଜେଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ୧୫ ଦିନ ବିତିଥିଲେ ସୁଦ୍ଧା ବିଭାଗୀୟ ଯନ୍ତ୍ରୀ ବନୋଜ ନାୟକ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏ ସମ୍ପର୍କରେ ଯନ୍ତ୍ରୀ ନାୟକଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ତେବେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱରଞ୍ଜନ ଦେହୁରୀଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଅବଗତ ନ ଥିଲେ, ଏବେ ଜାଣିବା ପରେ ଖୁବ୍‌ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଘ ପୂର୍ଣ୍ଣିମାରେ ଶହ ଶହ ଭକ୍ତଙ୍କ ସମାଗମ

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡପଦା ଗ୍ରାମ ସ୍ଥିତ ଶ୍ରୀ ଉଦୟନାଥେଶ୍ୱର ଶୈବ ପୀଠରେ ଚାଲିଥିବା ପଞ୍ଚକୁଣ୍ଡିୟ ଶ୍ରୀରାମ ତାରକ…

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri