ମୋ’ ବସରେ କ୍ୟୁଆର୍‌ କୋଡ୍‌ ସେବା ଆରମ୍ଭ

ଭୁବନେଶ୍ୱର, ୧୦ା୬ (ବ୍ୟୁରୋ)-କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ତରଫରୁ ମୋ’ ବସ୍‌ରେ କ୍ୟାସଲେସ୍‌ ଟିକେଟ୍‌ ସେବାର ଆରମ୍ଭ ହୋଇଛି। ଏହା କୋରୋନା ସମୟର ଏକ ମୁଖ୍ୟ ଭୟ (ନୋଟ୍‌ ଏବଂ ଖୁଚୁରା)ର ଆଦାନପ୍ରଦାନ ଜନିତ ସମ୍ପ୍ରସାରଣକୁ କମ୍‌ କରିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ। ଯାତ୍ରୀ ଏବଂ ଗାଇଡ୍‌ମାନେ ଏଥିଯୋଗୁଁ ନିଜକୁ ସୁରକ୍ଷିତ ରଖିପାରିବେ। କ୍ରୁଟ୍‌ ପ୍ରବନ୍ଧକ ଦିପ୍ତି ମହାପାତ୍ର କହିଛନ୍ତି, ବର୍ତ୍ତମାନ ମୋ’ ବସର ‘ରୁଟ୍‌ ନଂ ୧୬ ଏବଂ ୨୦ରେ ଏହି ସୁବିଧା ଉପଲବ୍ଧ କରାଯାଇଛି। କ୍ରମଶଃ ସମସ୍ତ ରୁଟ୍‌ରେ ଯାତ୍ରୀମାନେ କ୍ୟୁଆର୍‌ କୋଡ୍‌ ମାଧ୍ୟମରେ ନିଜର ଟିକେଟ୍‌ କରିପାରିବେ। ପୂର୍ବରୁ ମୋ’ ବସରେ ମୋବାଇଲ୍‌ ଆପ୍‌ ଏବଂ ଅନଲାଇନ ଟିକେଟ୍‌ ସେବା ଉପଲବ୍ଧ ଥିବାବେଳେ ଏବେ କ୍ୟାସ୍‌ଲେସ୍‌ ସେବା ତଥା କ୍ୟୁଆର କୋହ୍‌ ସେବା ଉପଲବ୍ଧ କରାଯାଇଛି ବୋଲି ମହାପାତ୍ର କହିଛନ୍ତି।
ଯାତ୍ରୀମାନେ ଡିଜିଟାଲ ୱାଲେଟକୁ ବ୍ୟବହାର କରି ଟିକେଟ୍‌ କରିପାରିବେ। ବସରେ ଚଢ଼ିବା ମାତ୍ରେ ଯାତ୍ରୀମାନେ ଗାଇଡମାନଙ୍କ ପାଖରେ ଥିବା କ୍ୟୁଆର୍‌ କୋଡ୍‌କୁ ସ୍କାନ କରିପାରିବେ। ସ୍କାନ କରିବା ମାତ୍ରେ ଟିକେଟ୍‌ର ମୂଲ୍ୟ ସିଧାସଳଖ କ୍ରୁଟ୍‌ର ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଉଭୟ ଯାତ୍ରୀ ଏବଂ ଗାଇଡ୍‌ ଏହି ଦେୟ ସମ୍ବଦ୍ଧୀୟ ମେସେଜ୍‌ ନିଜ ମୋବାଇଲରେ ପାଇବେ। ସଫଳ ଦେୟକୁ ତନଖି କରିବା ପରେ ଗାଇଡ୍‌ ଟିକେଟ୍‌ ପ୍ରିଣ୍ଟ କରି ଯାତ୍ରୀଙ୍କୁ ଦେବେ। ଆଗାମୀ ଦିନରେ ଡିଜିଟାଲ୍‌ ଟିକେଟ୍‌ ବୁକିଙ୍ଗ ସେବାକୁ ଅଧିକାରୁ ଅଧିକା ସମୃଦ୍ଧ କରାଯିବ। ନୋଟ୍‌ର ପ୍ରଚଳନକୁ କମ କରିବା ପାଇଁ କ୍ରୁଟ୍‌ ତରଫରୁ ଚେଷ୍ଟା ଚାଲିଛି। ଖୁବ୍‌ଶୀଘ୍ର ଟ୍ୟାପ୍‌ ଏବଂ ପେ କାର୍ଡ ସେବା ଆରମ୍ଭ ହେବାକୁ ଯାଉଛି। କୋରୋନା ସମୟରେ ଏଭଳି ବ୍ୟବସ୍ଥା ଯାତ୍ରୀ ଏବଂ ମୋ’ ବସ କର୍ମଚାରୀମାନଙ୍କୁ ସୁରକ୍ଷିତ ରଖିବ ବୋଲି ମହାପାତ୍ର ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri