ମୋଦିଙ୍କ ସହିତ ଆଲୋଚନାରେ ସାମିଲ୍‌ ହେଲେନି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ

ନୂଆଦିଲ୍ଲୀ,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଲକ୍‌ଡାଉନ୍‌ ନେଇ ଆଲୋଚନା କରିଛନ୍ତି। ଏହି ଅବସରରେ କରୋନା ସଂକ୍ରମଣ ଉପରେ ମଧ୍ୟ ବିସ୍ତୃତ ଚର୍ଚ୍ଚା ହୋଇଛି। ତେବେ ଏହି ଆଲୋଚନାରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଯୋଗ ଦେଇ ନ ଥିଲେ। ଏଥିରେ ଯୋଗଦେବା ଜରୁରୀ ମନେ ହୋଇ ନ ଥିବାରୁ ସେ ଏଭଳି କରିଥିବା କହିଛନ୍ତି। ତାଙ୍କ ପକ୍ଷରୁ ରାଜ୍ୟର ମୁଖ୍ୟ ସଚିବ ଏହି ଆଲୋଚନାରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, କେରଳରେ ସୋମବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୫୮ ରହିଛି। ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷରେ ୩୦୦ରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମନିର୍ଭରଶୀଳତା ବନାମ ରକ୍ଷଣଶୀଳତା: ବଢୁଛି ‘ସେକ୍ସ ଟୟ’ ଉଦ୍ୟୋଗ

ନୂଆଦିଲ୍ଲୀ, ୨୬ା୬: କରୋନା ପ୍ରଭାବିତ ଦେଶର ଅର୍ଥବ୍ୟବସ୍ଥା ସୁଧାରିବା ଏବଂ ଗ୍ରାମୀଣ ହସ୍ତଶିଳ୍ପ ସହ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର...

୧୬୦ ନମୁନାରୁ ନେଗେଟିଭ ଆସିଛି ୧୯

ସୁନାବେଡ଼ା,୧୬ା୪: କୋରାପୁଟ ଜିଲାରୁ ଏଯାବତ୍‌ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହାସତ୍ତ୍ୱେ ଜିଲା ପ୍ରଶାସନ କୋଭିଡ୍‌-୧୯ ମୁକାବିଲା ପାଇଁ ସଜାଗ ରହିଛି। ଜିଲା...

ଭୂମିପୂଜାରେ ଅଯୋଧ୍ୟରେ ଭିଡ଼ ଏକତ୍ରିତ ନ କରିବାକୁ ଯୋଗୀଙ୍କ ଅପିଲ୍‌

ଆଯୋଧ୍ୟା,୩୧।୭: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମରେ ଭିଡ଼...

କରୋନା ସହାୟତାରୁ ବଞ୍ଚିତ ୧୧ ହଜାର ଉଠାଦୋକାନୀ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ଡାଉନ୍‌ ପାଇଁ ପ୍ରତ୍ୟେକ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ କରୋନା ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ଏବେ...

କିମିଆ କଲା ମୟୂର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଏବେ ପ୍ରକୃତିର ବିଭିନ୍ନ ରୂପକୁ ଦେଖିବାକୁ ପାଉଛନ୍ତି ଲୋକେ। ରାସ୍ତାଘାଟରେ ଲୋକମାନଙ୍କ କୋଳାହଳ କମ୍‌ଥିବାରୁ ଜୀବଜନ୍ତୁମାନେ ବେଶ୍‌ ସ୍ବଚ୍ଛନ୍ଦରେ ବୁଲାବୁଲି କରିପାରୁଛନ୍ତି।...

ଭୋଟ ମାଗିବାକୁ ଗାଁ ଆସିଲେ ମିଳିବ ଠେଙ୍ଗାମାଡ଼: ଭାଜପା ବିଧାୟକଙ୍କୁ ଗ୍ରାମବାସୀଙ୍କ ଜବାବ…

ଡେରାଡୁନ୍‌,୨୦।୫: ଉତ୍ତରାଖଣ୍ଡରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଭାଜପା ବିଧାୟକ ଦେଶରାଜ କର୍ନଓ୍ବାଲଙ୍କୁ ଝବରେଡ଼ା ଗାଁର ଲୋକେ ଛାଟ ଦେଖାଇଛନ୍ତି। ଦେଶରାଜ...

ଅଯୋଧ୍ୟା ମଧ୍ୟସ୍ଥ କମିଟି ରିପୋର୍ଟ ଦାଖଲ: ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ, ୨।୮(ପି.ଟି.):ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ଶୁଣାଣି ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ହେବ। ଅଦାଲତଙ୍କ ହ୍ବାରା ନିଯୁକ୍ତ ମଧ୍ୟସ୍ଥ କମିଟି ସୋମବାର...

କର୍ମଯୋଗୀ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୩ା୯: ସରକାରୀ କର୍ମଚାରୀମାନଙ୍କ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ମିଶନ କର୍ମଯୋଗୀକୁ ବୁଧବାର କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏହା ସେମାନଙ୍କ ପାଇଁ ଭବିଷ୍ୟତରେ ସହାୟକ ହେବ।...

Advertisement
Archives

Model This Week