Posted inଜାତୀୟ

ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୫: ସାଧାରଣ ନିର୍ବାଚନରେ ଭାଜପାର ଐତିହାସିକ ବିଜୟର ତିଦିଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମଥର ପାଇଁ ଉଭୟ ଫୋନରେ କଥା ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ମହମ୍ମଦ ଫୈଜଲ। ସେ ଟୁଇଟ୍‌ କରି କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଓ ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ମିଳିମିଶି କାମ କରିବାର ଇଚ୍ଛା ବ୍ୟକ୍ତ କରଛନ୍ତି। ଏହାସହ ଦକ୍ଷିଣ ଏସିଆ ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବା ପାଇଁ ଉଭୟ ଦେଶ ମିଶି କାମ କରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାଜପାର ବିଜୟ ପରେ ଇମ୍ରାନ ଇଂରାଜୀ ଓ ଉର୍ଦ୍ଦୁରେ ଟୁଇଟ୍‌ କରି କହିଥିଲେ, ଭାଜପା ଓ ସହଯୋଗୀ ଦଳର ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଦକ୍ଷିଣ ଏସିଆରେ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ମୋଦିଙ୍କର ସହିତ ମିଶି କାମ କରିବା ପାଇଁ ମୁଁ ଆଶାନ୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ଅଛି କଶ୍ମୀର ସ୍ଥିତି

ନୂଆଦିଲ୍ଲୀ/ଶ୍ରୀନଗର,୫ା୮ :୩୭୦ ଉଚ୍ଛେଦକୁ ଗୁରୁବାର ୨ ବର୍ଷ ପୂରିଛି। ଯେଉଁ ଉଦ୍ଦେଶ୍ୟ ନେଇ ଏହି ସାମ୍ବିଧାନିକ ପଦକ୍ଷେପ ନିଆଯାଇଥିଲା ତାହା କେତେ ସାଧିତ ହୋଇଛି? ଜମ୍ମୁ-କଶ୍ମୀରରୁ...

ଦୈନିକ ସଂକ୍ରମଣ ୮ ଶହ ତଳେ…

ନୂଆଦିଲ୍ଲୀ, ୨୧।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ମଧ୍ୟ ପ୍ରଦେଶକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ଭୋପାଳ,୧।୪: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇଛନ୍ତି। ଏହି ଟ୍ରେନର ଲୋକାର୍ପଣ ପ୍ରଧାନମନ୍ତ୍ରୀ...

କରୋନା ଭାଇରସ: ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କଲେ ବିଶ୍ୱର ସବୁଠାରୁ ଗେଡା ମହିଳା

ନାଗପୁର,୧୪।୪: କରୋନା ଭାଇରସକୁ ରୋକିବାକୁ ଏବେ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେଣୁ ଏହି ସମୟରେ ବାହାରେ ନ ବୁଲି ଘରେ...

ଜୁନ୍‌ ୨୪ରୁ ଆରମ୍ଭ ହେବ ସେନା ନିଯୁକ୍ତି ପ୍ରକ୍ରିୟା

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ବିରୋଧ କରି ଯୁବକମାନଙ୍କ ପ୍ରଦର୍ଶନ ତୃତୀୟ ଦିନ ପାଇଁ ଜାରି ରହିଛି। ବିହାରର ଅନେକ ସ୍ଥାନରେ ଏହି ନୂତନ...

ସିନ୍ଧେଙ୍କ ଆବେଦନ ଉପରେ ଡେପୁଟି ସ୍ପିକରଙ୍କୁ ନୋଟିସ ପଠାଇଲେ ସୁପ୍ରିମ କୋର୍ଟ, ପରବର୍ତ୍ତି ଶୁଣାଣି ଜୁଲାଇ ୧୧ରେ

ନୂଆଦିଲ୍ଲୀ,୨୭ ।୬: ମହାରାଷ୍ଟ୍ରର ଅସନ୍ତୁଷ୍ଟ ବିଧାୟକ ଏକନାଥ ସିନ୍ଧେଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରାୟତଃ ସମସ୍ତ ପକ୍ଷଙ୍କୁ ନୋଟିସ ଦେଇଛନ୍ତି । ଏହି ନୋଟିସର ଜବାବ...

ରାଜସ୍ଥାନରେ ହଜିଗଲେ ୭୮ ପାକ୍‌ ନାଗରିକ

ନୂଆଦିଲ୍ଲୀ,୧୨।୯: ଦେଶରେ ଏନ୍‌ଆର୍‌ଆଇକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜସ୍ଥାନରେ ରହୁଥିବା ପାକ୍‌-ବାଂଲାଦେଶୀ ନାଗରିକଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ରାଜସ୍ଥାନରେ ପ୍ରାୟ ୭୮ ପାକିସ୍ତାନୀ ନାଗରିକ...

ମୁଁ କାହା ବାପାଙ୍କୁ ବି ଭୟ କରେନା, ଯାହା କହିଛି ସତ କହିଛି: ସଞ୍ଜୟ ରାଉତ-ଅଜିତ ପାଓ୍ବାର ମୁହାଁମୁହିଁ…

ମୁମ୍ବାଇ,୧୯।୪ : ଅଜିତ ପାୱାରଙ୍କ ଉପରେ କଠୋର ଆଭିମୁଖ୍ୟ ଦର୍ଶାଇ ଶିବସେନା (ଉଦ୍ଧବ ବାଲ ଠାକରେ) ନେତା ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି ଠାକରେ ସେନା...

Advertisement
Archives

Model This Week