ମୋତେ ଶୀଘ୍ର ବାହା କର, ଏମିତି ଜିଦ୍‌ ଧରିଲେ ଯୁବତୀ; ଆଉ ତା’ ପରେ…

ଭୋପାଳ,୧୯।୫: ସମଗ୍ର ଦେଶରେ କରୋନା ମହାମାରୀ ଚାଲିଥିବାରୁ କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଲୋକଙ୍କୁ କିଛି ଜରୁରୀ କାମରେ ଅସୁବିଧାର ସାମ୍ନା କରିବାକୁ ପଡୁଛି। ମଧ୍ୟପ୍ରଦେଶର ବେତୁଲରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଲକ୍‌ଡାଉନ୍‌ ହୋଇଥିବାରୁ ଏକ ପ୍ରେମୀଯୁଗଳଙ୍କ ବିବାହ ବନ୍ଦ ରହିଥିଲା। ଫଳରେ ପ୍ରେମିକା ଜଣକ ୧୦୦ ନମ୍ବରକୁ ଡାଏଲ କରି ପୋଲିସକୁ ନିଜର ଅସୁବିଧା ବିଷୟରେ କହିଥିଲେ। ପରେ ପୋଲିସ ପ୍ରେମୀଯୁଗଳଙ୍କୁ ଥାନାକୁ ଡାକିଥିଲା। ବନ୍ଧୁ ଏବଂ ପରିବାରବର୍ଗଙ୍କ ସହମତିରେ ଏକ ମନ୍ଦିରରେ ଏହି ଯୋଡ଼ିଙ୍କ ବିବାହ ସମ୍ପନ୍ନ ହୋଇଛି।

ଏହି ଘଟଣା ବେତୁଲର ଭେସଦେହି ଅଞ୍ଚଳରେ ଦେଖିବାକୁ ମିଳିଛି। ପ୍ରେମିକା ଜଣକ ତୁରନ୍ତ ବିବାହ କରିବାକୁ ଜିଦ୍‌ ଧରି ବସିଲେ। ଏମିତି ହଙ୍ଗାମା କଲେ ଯେ, ପୋଲିସ ଶେଷରେ ହାରି ମାନିଥିଲା। ଦୁଇ ପରିବାର ଚାହୁଁଥିଲେ ଲକ୍‌ଡାଉନ୍‌ ସରିବା ପରେ ବିବାହ ଧୂମ୍‌ଧାମରେ କରାଯିବ। ମାତ୍ର କାହା କଥା ମାନି ନ ଥିଲେ ଯୁବତୀ ଜଣକ। ସେ କହିଲେ ଶୀଘ୍ର ମୋ’ ବାହାଘର କର। ଏପରିକି ପୋଲିସ ଡାକିଥିଲେ। ପୋଲିସ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ କାହା କଥା ଶୁଣି ନ ଥିଲେ ପ୍ରେମୀଯୁଗଳ। ଶେଷରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏକ ମନ୍ଦିରରେ ବିବାହ ସମ୍ପନ୍ନ କରାଇଥିଲା ପୋଲିସ।

ଏହି ମାମଲାରେ ମହିଳା ଡେସ୍କ ପ୍ରଭାରୀ ସୁମନ ମିଶ୍ର କହିଛନ୍ତି, ଧାବା ଗ୍ରାମର ଏହି ପ୍ରେମୀଯୁଗଳ ନିଜ ଇଚ୍ଛାରେ ବିବାହ କରିବାକୁ ଚାହୁଁଥିଲେ। ୩ ବର୍ଷ ଧରି ସେମାନଙ୍କର ପ୍ରେମ ସମ୍ପର୍କ ଥିଲା। ଲକ୍‌ଡାଉନ୍‌ ଯୋଗୁ ତାଙ୍କ ବିବାହ ହୋଇ ପାରୁ ନ ଥିଲା। ତେଣୁ ସେମାନେ ୧୦୦କୁ ଡାଏଲ କରି ସୂଚନା ଦେଇଥିଲେ। ପୋଲିସ ତାଙ୍କ ମାତାପିତାଙ୍କୁ ଥାନାକୁ ଡାକି ଏ ବିଷୟରେ ଆଲୋଚନା କରିଥିଲେ। ତେବେ ପରେ ଉଭୟପକ୍ଷଙ୍କ ଆପୋଷ ବୁଝାମଣା ଆଉ ସହମତିରେ ପୋଲିସ ପ୍ରଶାସନ ଦ୍ୱାରା ଏହି ବିବାହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri