Posted inରାଜ୍ୟ

ମେଧାବୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଉତ୍ସବ

ବୋଲଗଡ଼,୧୮ା୭(ଡି.ଏନ୍‌.ଏ.): ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ରଘୁନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଧବାର ଅଧ୍ୟାପିକା/ଅଧ୍ୟାପକ ଓ ଅତିଥି ମାନଙ୍କ ଗହଣରେ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୨୦୧୯ ଉଚ୍ଚ ମାଧ୍ୟମିକ ପରିଷଦ ପରୀକ୍ଷା ବିଜ୍ଞାନ ଓ କଳା ଶ୍ରେଣୀରେ ୧୪ ଛାତ୍ରୀଛାତ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଅନୁଷ୍ଠାନର ସୁନାମକୁ ବଜାୟ ରଖିଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ତପନ କୁମାର ଜେନା ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ବୋଲଗଡ଼ ପରମାନନ୍ଦ ମହା ବିଦ୍ୟାଳୟର ଅଧ୍ୟକ୍ଷ ଅନିରୁଦ୍ଧ ପଣ୍ଡା ଉପସ୍ଥିତ ଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଭାଗୀରଥି ସାହୁୁ, ପୂର୍ବତନ ଛାତ୍ର ତଥା ନାଇଜର ସ୍କଲାର ଲକ୍ଷ୍ମୀଧର ଗୁଆଳ, ଅଧ୍ୟାପକ ମାନସ ବେହେରା, ଅଧ୍ୟାପକ ଭଗବାନ ଜେନା, ଉମାକାନ୍ତ ଓଝା, ସମୀର ଦାସ, ପ୍ରତାପ ବେହେରା ପ୍ରମୁଖ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଏହି ସମାରୋହରେ ବିଜ୍ଞାନରେ ଟପ୍ପର ପ୍ରିୟଙ୍କା ପଟ୍ଟନାୟକ ଓ କଳାରେ ଟପ୍ପର ସବିନା ବେଗମ୍‌ଙ୍କ ସମେତ କୃତୀ ଛାତ୍ରୀଛାତ୍ରଙ୍କୁ ମେଡାଲ ଓ ମାନପତ୍ର ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଅଧ୍ୟାପକ ଓଝା ଧନ୍ୟବାଦ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ, ମୁଣ୍ଡବ୍ୟଥାର କାରଣ ପାଲଟିଛି ଖୋର୍ଦ୍ଧା

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୮୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୯୯,୯୧୩ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଆଜି ଚନ୍ଦ୍ରଭାଗାରେ ମାଘମେଳା

କୋଣାର୍କ, ୧୯ା୨(ଡି.ଏନ.ଏ):ଚନ୍ଦ୍ରଭାଗାରେ ଏଥର କୋଭିଡ୍‌ କଟକଣାରେ ମାଘମେଳା ହେବ। ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇବା ଉପରେ ପ୍ରଶାସନ କଟକଣା ଜାରି କରିଥିବାବେଳେ କେବଳ ୫୦୦ ଜଣଙ୍କୁ ନୀତି...

ଛେଣ୍ଡିପଦାରେ ସଶସ୍ତ୍ର ଡକାୟତି: ଆଜବେଷ୍ଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଛେଣ୍ଡିପଦା,୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୬ଜଣ ଦୁର୍ବୃତ୍ତ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ...

ବିଜେଡି ଫୋକସ୍‌ରେ ବିଧାନ ପରିଷଦ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ଓଡ଼ିଶା ବିଧାନସଭାରେ ପୂର୍ବରୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ହେଲେ ଏଥିପାଇଁ ପାର୍ଲାମେଣ୍ଟରେ ବିଧେୟକ ଆସି ଗୃହୀତ...

ରାସ୍ତାରେ କରୋନା ଆପଣଙ୍କୁ ଖୋଜୁଛି, ଘରେ ରୁହନ୍ତୁ; ଜୀବନଶୈଳୀ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୁଅନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଗତ ୩ ଦିନ ଜନତା କର୍ଫ୍ୟୁ ଏବଂ ଲକ୍‌ଡାଉନ୍‌କୁ ନେଇ ଜନଜୀବନ ଅସ୍ଥିର ହୋଇପଡ଼ିଛି। ମଙ୍ଗଳବାର ଲକ୍‌ଡାଉନ୍‌ର ୨ୟ ଦିନ। ଆସନ୍ତା ୨୯ ତାରିଖ...

ଜାଲ ନୋଟ କାରବାର: ୨ଜଣଙ୍କୁ ଗିରଫ କଲା ଆଦର୍ଶ ଥାନା ପୋଲିସ

ଖୋର୍ଦ୍ଧା ଅଫିସ,୧୦।୩: ଜାଲ ନୋଟ କାରବାର ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ମଙ୍ଗଳବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଗତ...

ତିନିଦିନ ହେଲା ଟେନ୍‌ସା କଲେଇପୋଷ ରାସ୍ତା ଜାମ : ଦୁର୍ଦ୍ଦଶାରେ ୫୦ହଜାର ଜନସାଧାରଣ

ଟେନ୍‌ସା, ୯।୨ (ଡି.ଏନ.ଏ)- ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ସୁନ୍ଦରଗଡ଼ ଜିଲା କୋଇଡ଼ାର ବରସୁଆଁ ନୂଆପୋଲର ଉଭୟ...

ଆଜି ପବିତ୍ର ଶାମ୍ବ ଦଶମୀ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଆଜି ପବିତ୍ର ଶାମ୍ବ ଦଶମୀ । ଏହି ଦିନ ସୂର୍ଯ୍ୟ ଦେବତାଙ୍କ ପୂଜା କରାଯାଏ । ଏ ନେଇ ପ୍ରାତଃରୁ ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁ...

Advertisement
Archives

Model This Week