ମୃତ୍ୟୁର ଆଁ ମେଲିଥିଲା: ରହସ୍ୟମୟ ପାଣି ସମ୍ପ

ଭୁବନେଶ୍ୱର, ୩।୮ (ବ୍ୟୁରୋ): ସତେ ଯେମିତି ମୃତ୍ୟୁର ଆଁ ମେଲି ରହିଥିଲା ସେହି ନିର୍ମାଣାଧୀନ ଘରର ପାଣି ସମ୍ପ୍‌। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପୁରୀ ବାଇପାସ୍‌ ରୋଡ୍‌ ପାର୍ଶ୍ୱ ପଳାଶୁଣୀ ଓ ପାଣ୍ଡରା ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଏହି ସମ୍ପ୍‌ ୩ଜଣଙ୍କ ଜୀବନ ନେବା ପରେ ଘଟଣା ପୂରା ରହସ୍ୟମୟ ହୋଇଯାଇଛି। ଏଠାରେ କାର୍ଯ୍ୟକରୁଥିବା ଶ୍ରମିକ ଠିକାଦାର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅଞ୍ଚଳର ସମିରନ୍‌ ମୁନିୟାନ, ଶ୍ରମିକ ଭ୍ରିଗୁରାମ ମଣ୍ଡଳ ଓ ବାସୁଦେବ ମଣ୍ଡଳଙ୍କ ମୃତଦେହ ସମ୍ପ୍‌ ପାଣିରୁ ଉଦ୍ଧାର କରାଯାଇଥିଲା। ତେବେ କେମିତି, କାହିଁକି ଓ କେଉଁ ପରିସ୍ଥିତିରେ ୩ ଜୀବନ ଅକାଳରେ ଚାଲିଗଲା ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ଶ୍ୱାସରୁଦ୍ଧ ହୋଇ ପାଣିରେ ବୁଡ଼ିଯାଇଥିବା ଆଶଙ୍କା
ଉକ୍ତ ନିର୍ମାଣାଧୀନ ଘରେ ରହି ମୃତ ତିନିଜଣଙ୍କ ସହ ପ୍ରଶାନ୍ତ ପାତ୍ର, କାଳିପଦ କ୍ରାମନା, ଉତ୍ପଲ ଦାସ ଓ ବିଶାରୂପ ରଞ୍ଜିତ କାର୍ଯ୍ୟ କରୁଥିଲେ। ପ୍ରଶାନ୍ତଙ୍କ କହିବାନୁସାରେ, ସମ୍ପଟି ୧୦ ଫୁଟ ଓସାର ୧୨ ଫୁଟ ଲମ୍ବର ହୋଇଥିବାବେଳେ ଗଭୀର ପାଖାପାଖି ୧୦ ଫୁଟ ଥିଲା। ସମିରନ ଓ ଭ୍ରିଗୁରାମ କାମ କରୁଥିବାବେଳେ ବାସୁଦେବ ରୋଷେଇ କରୁଥିଲେ। ନିକଟରେ ସମ୍ପଟିର ଉପର ଛାତ ପଡ଼ିଥିଲା। ସିଣ୍ଟରିଂ ଖୋଲିବା ପାଇଁ ସମିରନ ଓ ଭ୍ରିଗୁରାମ ତାହା ଭତରକୁ ପଶିଥିବା ଆଶା କରାଯାଉଛି। ଭିତରେ ଶ୍ୱାସରୁଦ୍ଧ ହୋଇ ଚିତ୍କାର କରିବା ପରେ ରୋଷେଇ କରୁଥିବା ବାସୁଦେବ ତା’ ଭିତରକୁ ପଶିବା ପରେ ସେ ମଧ୍ୟ ଫସିଯାଇଛନ୍ତି। ଉଦ୍ଧାର କରିବାକୁ ଚେଷ୍ଟା କରି ନିଜେ ବିପଦରେ ପଡିଯାଇଛନ୍ତି। ତେବେ ଅସୁସ୍ଥ ହୋଇପଡିବା ପରେ ଉପରକୁ ଉଠିବାର ସୁବିଧା ନ ଥିବାରୁ ସମସ୍ତେ ପାଣିରେ ବୁଡ଼ିଯାଇଥାଇ ପାରନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।
ସିମେଣ୍ଟରେ ମିଶିଥିଲା କେମିକାଲ
ଅନ୍ୟପକ୍ଷରେ ଦେଖିବାକୁ ଗଲେ ଲୁହାରେ କଳଙ୍କି ଓ ଉଈ ନ ଲାଗିବା ପାଇଁ ସିମେଣ୍ଟରେ ଏକ ପ୍ରକାର କେମିକାଲ ଦିଆଯାଇଥାଏ। ଉକ୍ତ ନିର୍ମାଣାଧୀନ ଘରୁ କେମିକାଲ ଡବା ମଧ୍ୟ ମିଳିଛି। ଛାତ ପଡ଼ିବା ପରେ ପ୍ରାୟ ୨ ମାସ ହେବ ସମ୍ପଯି ବନ୍ଦ ହୋଇ ରହିଥିଲା। ତେଣୁ ସ୍ବାଭାବିକ ଭାବେ ସମ୍ପ୍‌ ଭିତରେ ଅମ୍ଳଜାନ ଅଭାବ ରହିଥିବ। ପୁଣି କେମିକାଲ ଗ୍ୟାସ୍‌ ଆହୁରି ମାରାତ୍ମକ ହୋଇଥିବ। ମୃତଦେହଗୁଡିକୁ ଉଦ୍ଧାର କରିବା ସମୟରେ ଅନ୍ୟ ଶ୍ରମିକମାନେ ମଧ୍ୟ ସେଭଳି କିଛି ଅନୁଭବ କରିଥିଲେ। କିଛି ସମୟ ପାଇଁ ମୁଣ୍ଡ ବୁଲାଇବା ସହ ବନ୍ତି ଲାଗିଥିଲା ବୋଲି ଉତ୍ପଲ କହିଛନ୍ତି।

ଅଧା ରହିଗଲା ରୋଷେଇ
ରୋଷେଇ ଦାୟିତ୍ୱରେ ଥିଲେ ବାସୁଦେବ। ଭାତ ରୋଷଇ ସାରି ଦେଇଥିବାବେଳେ ପରିବା ଓ ମାଛ କାଟି ରଖିଥିଲେ। ଆଉ କିଛି ସମୟ ପରେ ରୋଷେଇ ସରିଥାନ୍ତା। ସମସ୍ତେ ମିଳିମିଶି ଖାଇଥାନ୍ତେ। ହେଲେ ଏହାପୂର୍ବରୁ ବାସୁଦେବଙ୍କ ସମେତ ୩ ଜୀବନ ନେଇଗଲା ନିଜେ ତିଆରି କରୁଥିବା ପାଣି ସମ୍ପ୍‌। ମୃତଦେହକୁ ଉଦ୍ଧାର କରିସାରିବା ପରେ ରୋଷେଇ ଘରେ ବାହୁନି କାନ୍ଦୁଥିଲେ ସହଯୋଗୀ ଶ୍ରମିକ ପ୍ରଶାନ୍ତ ଓ ଉତ୍ପଲଙ୍କ ସମେତ ଅନ୍ୟମାନେ। ବନ୍ଧୁଙ୍କୁ ହରାଇ ସମସ୍ତେ ପୂରା ଭାଙ୍ଗିପଡିଛନ୍ତି।
ବିନା ସୁରକ୍ଷାରେ କାର୍ଯ୍ୟ କରୁଥିଲେ
ନିର୍ମାଣାଧୀନ ଘରେ କାର୍ଯ୍ୟରତ ଶ୍ରମିକମାନେ ଅସୁରକ୍ଷିତ ଭାବେ ରହୁଥିଲେ। ଏପରିକି କାର୍ଯ୍ୟ କରୁଥିବା ସମୟରେ କୌଣସି ସୁରକ୍ଷା ସରଞ୍ଜାମ ବ୍ୟବହାର କରୁ ନ ଥିଲେ। ସମ୍ପ୍‌ ଭିତରେ ଅମ୍ଳଜାନ ଅଭାବ ହେଉ ଅବା ବିଷାକ୍ତ କେମିକାଲ ଜୀବନ ନେଇଥାଉ, ଶ୍ରମିକମାନେ ସୁରକ୍ଷା ସରଞ୍ଜାମ ବ୍ୟବହାର କରିଥିଲେ ହୁଏତ ଏପରି ଦୁଃଖଦ ଘଟଣା ଘଟି ନ ଥାନ୍ତା ବୋଲି ଘଟଣାସ୍ଥଳରେ ଉପସ୍ଥିତି ଲୋକେ ଓ ଅଗ୍ନିଶମ କର୍ମଚାରୀ କହିଛନ୍ତି। ଠିକାଦାରମାନେ ଅଧିକ ଲାଭ ଆଶାରେ ଏଭଳି ରାଜଧାନୀର ଅଧିକାଂଶ ସ୍ଥାନରେ ଶ୍ରମିକମାନଙ୍କୁ ବିନା ସୁରକ୍ଷା ବ୍ୟବସ୍ଥାରେ ବିପଦଜ୍ଜନକ କାର୍ଯ୍ୟରେ ନିୟୋଜିତ କରୁଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri