ଅନୁଗୋଳ ଅଫିସ, ୨୮।୫୧୯ ବର୍ଷ ହେଲା ବିଜେଡି ଅନୁଗୋଳ ନିର୍ବାଚନମଣ୍ଡଳୀକୁ ନିଜର ଗଡ଼ କରିଆସିଛି। ୨୦୦୦ ମସିହାରେ ଅଦ୍ୱୈତ୍ୟ ପ୍ରସାଦ ସିଂ ବିଜେଡିରୁ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଅଦ୍ୱୈତ୍ୟ ପ୍ରସାଦଙ୍କ ପୁଅ ରଜନୀକାନ୍ତ ସିଂ ବିଜେଡି ପ୍ରାର୍ଥୀ ଭାବେ ଏଠାରୁ କ୍ରମାଗତ ବିଜୟଲାଭ କରିଆସୁଛନ୍ତି। ଚଳିତ ନିର୍ବାଚନରେ ତାଙ୍କର ୪ର୍ଥ ବିଜୟ ଏକ ରେକର୍ଡ। କିନ୍ତୁ ଦଳ ଏଠାରେ ଜିତୁଥିଲେ ବି କ୍ରମାଗତ ଭାବେ ଭୋଟ ହାର ହ୍ରାସ ପାଉଛି। ଗତ ୩ଟି ନିର୍ବାଚନକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହେଉଛି। ୨୦୦୯ରୁ ୨୦୧୪ ମଧ୍ୟରେ ବିଜେଡି ଅନୁଗୋଳରେ ୨ ପ୍ରତିଶତ ଭୋଟରଙ୍କୁ ହରାଇଛି। ସେହିପରି ୨୦୧୪ ନିର୍ବାଚନ ତୁଳନାରେ ୨୦୧୯ରେ ଦଳ ୬ ପ୍ରତିଶତ କମ୍ ଭୋଟ ପାଇଛି। ତେବେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କଂଗ୍ରେସ। ଚଳିତ ନିର୍ବାଚନରେ କଂଗ୍ରେସ ଭୋଟ ହାର ୧୫ ପ୍ରତିଶତ ହ୍ରାସ ପାଇଥିଲେ ବି ଦଳୀୟ ପ୍ରାର୍ଥୀ ଅମାନତ ହରାଇବାରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ବିଜୟଠାରୁ ୮୮୨୩ ଭୋଟ ଦୂରରେ ରହିଥିବା ଭାଜପା ସର୍ବାଧିକ ଲାଭବାନ ହୋଇଛି। ୨୦୧୪ ତୁଳନାରେ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ୨୨ ପ୍ରତିଶତ ଅଧିକ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
୨୦୦୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଅନୁଗୋଳ ନିର୍ବାଚନମଣ୍ଡଳୀରେ ମୋଟ୍ ୧ଲକ୍ଷ ୨୩ ହଜାର ୫୨୧ ମତଦାତା ମତଦାନ କରିଥିଲେ। ଭୋଟ୍ ହାର ଥିଲା ୬୭.୫। ସେଥିରୁ ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂ ୪୯.୭୦ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଥିଲେ। ସେ ମୋଟ୍ ୬୧,୩୮୧ ଭୋଟ ପାଇଥିଲେ। ସେହିପରି କଂଗ୍ରେସର ସଂଗ୍ରାମ କେଶରୀ ମିଶ୍ର ୩୩.୧୩ ପ୍ରତିଶତ ଅର୍ଥାତ୍ ୪୦,୯୧୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ସେତେବେଳେ ଭାଜପା ପ୍ରାର୍ଥୀ ହୋଇଥିବା ମୀନକେତନ ଅମାନ୍ତ ମାତ୍ର ୯.୫୦ ପ୍ରତିଶତ ଭୋଟ ପାଇପାରିଥିଲେ। ତାଙ୍କୁ ମାତ୍ର ୧୧,୭୩୧ ଖଣ୍ଡ ଭୋଟ ମିଳିଥିଲା।
ସେହିପରି ୨୦୧୪ରେ ମୋଟ୍ ୧ଲକ୍ଷ ୫୧ ହଜାର ୧୯୨ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିବାବେଳେ ମତଦାନ ହାର ଥିଲା ୭୭.୦୮। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରଜନୀକାନ୍ତ ସିଂ ୪୭.୮୭ ପ୍ରତିଶତ ଅର୍ଥାତ୍ ୭୨,୩୭୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଦ୍ୱିତୀୟ ସ୍ଥାନରେ ଥିଲେ ବି ଦଳ ପୂର୍ବଥର ଅପେକ୍ଷା ୧ ପ୍ରତିଶତ ଅଧିକ ଭୋଟ ପାଇଥିଲା। ପ୍ରତାପଙ୍କୁ ୩୪.୪୨ ପ୍ରତିଶତ ଅର୍ଥାତ୍ ୫୨୦୩୬ ଭୋଟ ମିଳିଥିଲା। ଭାଜପା ଭୋଟ ହାର ମଧ୍ୟ ୪ ପ୍ରତିଶତ ବଢ଼ି ୧୩.୧୯ ହୋଇଥିଲା। ଦଳୀୟ ପ୍ରାର୍ଥୀ ଥିବା ମୀନକେତନ ଅମାନ୍ତ ୧୯,୯୪୮ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।
ତେବେ ୨୦୧୯ ନିର୍ବାଚନରେ ଦଳୀୟ ଭୋଟ ହାରରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ବିଜେଡି ନିଜର ୬ ପ୍ରତିଶତ ଭୋଟରଙ୍କୁ ହରାଇଥିବା ବେଳେ କଂଗ୍ରେସ ଦ୍ୱିତୀୟ ସ୍ଥାନରୁ ୧୫ ପ୍ରତିଶତ ହ୍ରାସ ପାଇ ଏକାବେଳେ ତୃତୀୟ ସ୍ଥାନକୁ ଖସି ଆସିଛି। ଭାଜପା ତୃତୀୟରୁ ୨୨ ପ୍ରତିଶତ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଭୋଟ ହାରରେ ଏପରି ହ୍ରାସ ବୃଦ୍ଧି ସତ୍ତ୍ୱେ ବିଜେଡି ନିଜ ଗଡ଼ ବଜାୟ ରଖିଛି। ଚଳିତଥର ଜିଲାରେ ୧ ଲକ୍ଷ ୬୩ ହଜାର ୬୪୯ ଜଣ ମତଦାତା ମତଦାନ କରିଛନ୍ତି। ଭୋଟ ପ୍ରତିଶତ ରହିଛି ୭୭.୩୭। ସେଥିରୁ ୪୧.୩୬ ପ୍ରତିଶତ ଅର୍ଥାତ୍ ୬୫,୩୮୮ ଖଣ୍ଡ ଭୋଟ ପାଇ ରଜନୀକାନ୍ତ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ବିପ୍ଳବ ଜେନା ୧୯.୩୪ ପ୍ରତିଶତ ଭୋଟ ପାଇଛନ୍ତି। ତାଙ୍କୁ ମାତ୍ର ୩୦,୫୭୨ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ଛାଡ଼ି ଭାଜପାରୁ ଲଢ଼ିଥିବା ପ୍ରତାପ ଚନ୍ଦ୍ର ପ୍ରଧାନ ୩୫.୭୮ ପ୍ରତିଶତ ଭୋଟ ପାଇଛନ୍ତି। ତାଙ୍କୁ ୫୬,୫୬୫ ମତଦାତା ଭୋଟ ଦେଇ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି।
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…
ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…
ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…
ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା
ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…
ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ
ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…
ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ
ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…
ଜଙ୍ଗଲରେ ଭୋଜି ମନା
ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…
ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍ ପଛରେ ପିଟିହେଲା କାର୍, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…
ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…
ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ
ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…
Archives

