ମୁହଁ ଖୋଲିଲେ ଅନୁପଙ୍କ ପରିବାରବର୍ଗ, ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ସୁରକ୍ଷା ମାଗିଲେ

ଝାରସୁଗୁଡା ଅଫିସ, ୨୩ା୨: ଝାରସୁଗୁଡା ଜିଲା ବ୍ରଜରାଜନଗରର କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟାକାଣ୍ଡ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପୋଲିସ ଗିରଫ କରିବା ଦିନରୁ ଚୁପ୍‌ ରହିଥିବା ତାଙ୍କ ପରିବାରବର୍ଗ ଶେଷରେ ମୁହଁ ଖୋଲିଛନ୍ତି। ଶନିବାର ଅପରାହ୍ନରେ ଅନୁପଙ୍କ ସ୍ତ୍ରୀ ସୁଷମା, ପୁଅ ଶୁଭମ୍‌ ଓ ବଡ ଭାଇ ପ୍ରମୋଦଙ୍କ ସମେତ ପରିବାର ଅନ୍ୟମାନେ ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷା ଦାବି କରି ବସି ରହିଛନ୍ତି। ଏମାନେ ଜିଲାପାଳଙ୍କ ଅଫିସ ଆଗରେ ବସିବା ଖବର ପାଇ ସେଠାରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ। ଅନୁପଙ୍କୁ ରାଜନୈତିକ ଷଡଯନ୍ତ୍ର କରି ଫସାଇ ଦିଆଯାଇଛି। ସେ ଅପରାଧୀ ପ୍ରବୃତ୍ତିର ବ୍ୟକ୍ତି ନୁହନ୍ତି। ତାଙ୍କୁ ପୋଲିସ ମିଛରେ ଗିରଫ କରିଛି। ଛତିଶଗଡ଼ ପୋଲିସ ପରିବାରର ସମସ୍ତଙ୍କୁ ଗିରଫ କରିବାକୁ ଧମକ ଦେଉଛି। ପୋଲିସ ନିକଟରେ କୌଣସି ତଥ୍ୟ ଓ ପ୍ରମାଣ ନ ଥିବା ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇଛି। ମିଛକୁ ସତ ବୋଲି ସ୍ବୀକାର କରିବା ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ପୂର୍ବରୁ ଅନୁପଙ୍କୁ ବାରମ୍ବାର ନୋଟିସ ଦେଇଥିବା ପୋଲିସ ମିଛ କହୁଛି। ଘରେ କେହ ବି ଏ ନେଇ ଜାଣି ନାହାନ୍ତି। ପୋଲିସ କେବେ କେବେ ନୋଟିସ ଦେଇଛି ତାହା ସ୍ପଷ୍ଟ କରୁ। ପରିବାର ସଦସ୍ୟଙ୍କୁ ମଧ୍ୟ ପୋଲିସ ମାନସିକ ନିର୍ଯାତନା ଦେଉଛି। ବାରମ୍ବାର ଥାନାକୁ ଡାକୁଛି। ଗିରଫର ଭୟ ଦେଖାଉଛି। ଏହି ନିର୍ଯାତନା ଅସହ୍ୟ ହୋଇ ଗଲାଣି। ଅନୁପଙ୍କ ଘରଲୋକେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହା କହିଛନ୍ତି। ତେବେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁପଙ୍କ ମା’ଙ୍କ ସମେତ ସମସ୍ତ ପରିବାର ବର୍ଗ ଶୀତ ରାତିରେ ବସି ରହିଥିଲେ ବି ଜିଲା ପ୍ରଶାସନର କୌଣସି ଅଧିକାରୀ ପହଞ୍ଚତ୍ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri