ମୁସଲମାନ ବୋଲି ହେଲାନି ଡାଏଲିସିସ୍‌, ଚାଲିଗଲା ଜୀବନ

କଟକ ଅଫିସ୍‌,୩୦।୪: ମୁସଲମାନ ହୋଇଥିବା ଯୋଗୁ ଜଣେ କିଡ୍‌ନୀ ରୋଗୀଙ୍କୁ ଡାଏଲିସିସ୍‌ କରିବାକୁ ବୁଧବାର କଟକର ଏକ ଘରୋଇ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ମନାକରି ଦେଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ଦାବିରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏହାର ଉପଯୁକ୍ତ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଚିକିତ୍ସା ବେଳେ କୌଣସି ରୋଗୀଙ୍କର ଜାତି, ଧର୍ମ ନ ଦେଖିବାକୁ ନିବେଦନ କରାଯାଇଛି।
ମାମଲାରୁ ପ୍ରକାଶ, କେନ୍ଦ୍ରାପଡ଼ା ସରକାରୀ ଡାକ୍ତରଖାନାର ଆୟୁଷ୍‌ ଡାକ୍ତର ସୟଦ୍‌ ଅବ୍‌ଦୁଲ ହସନ୍‌ ଅବସର ନେବାପରେ ସାଲେପୁରରେ ରହୁଥିଲେ। ଗତ ଦେଢ଼ ବର୍ଷ ହେଲା ସେ କିଡ୍‌ନୀରୋଗରେ ଆକ୍ରାନ୍ତ ଥିବା ଯୋଗୁ କଟକ ମଙ୍ଗଳାବାଗର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ। ସପ୍ତାହରେ ଦୁଇଥର ଅର୍ଥାତ୍‌ ମଙ୍ଗଳବାର ଏବଂ ଶୁକ୍ରବାର ତାଙ୍କର ଡାଏଲିସିସ୍‌ ହେଉଥିଲା। ଗତ ୧୦ ତାରିଖରେ ତାଙ୍କର ଡାଏଲିସିସ୍‌ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ସେ ନିଜ ଡ୍ରାଇଭରଙ୍କ ସହ ନର୍ସିଂହୋମ୍‌କୁ ଆସିଥିଲେ। କିନ୍ତୁ କରୋନା ସଂକ୍ରମଣ ଆଶଙ୍କା କରି ନର୍ସିଂହୋମ୍‌ କର୍ତ୍ତୃପକ୍ଷ ତାଙ୍କୁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ) କିଟ୍‌ ଆଣିବାକୁ କହିବାରୁ ମଙ୍ଗଳାବାଗ ଛକରୁ ସେ କିଟ୍‌ କିଣିଥିଲେ ।
ତଥାପି ଟେକ୍ନିସିଆନ୍‌ ଜଣକ ଡାଏଲିସିସ୍‌ କରିବାକୁ ମନା କରିଥିଲେ। ତବ୍‌ଲିଘି ଜମାତ୍‌ କାର୍ଯ୍ୟକ୍ରମ ଯୋଗୁ ଅନେକ ମୁସଲମାନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ପ୍ରଥମେ କରୋନା ପରୀକ୍ଷା କରିବା ପାଇଁ କୁହାଯାଇଥିଲା। କିନ୍ତୁ ସେ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନର୍ସିଂହୋମ୍‌ କର୍ତ୍ତୃପକ୍ଷ କିଛି ଶୁଣି ନ ଥିଲେ। ଏଣୁ ନିରାଶରେ ସେ ଘରକୁ ଫେରିଥିଲେ। ଡାଏଲିସିସ୍‌ ନ ହେବା ଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଆଉ ଦୁଇଟି ଘରୋଇ ହସ୍ପିଟାଲ୍‌ ମଧ୍ୟ ଡାଏଲିସିସ୍‌ ପାଇଁ ତାଙ୍କୁ ମନାକରି ଦେଇଥିଲେ। ଶେଷରେ ଅବ୍‌ଦୁଲ୍‌ଙ୍କ ଜୀବନ ଚାଲିଯାଇଥିଲା।
ଏହି ଘଟଣାର ଉପଯୁକ୍ତ ତଦନ୍ତ ସହ ଘରୋଇ ନର୍ସିଂହୋମ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶା କାଉନ୍‌ସିଲ୍‌ ଅଫ୍‌ ମେଡ଼ିକାଲ୍‌ ରେଜିଷ୍ଟ୍ରେଶନ୍‌କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରାଯାଇଛି । ଏଥି ସହ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲ୍‌ରେ ରୋଗୀଙ୍କ ଜାତି, ଧର୍ମ, ରଙ୍ଗ ଏବଂ ଲିଙ୍ଗକୁ ନ ଦେଖି ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରାର୍ଥନା କରାଯାଇଛି। ସେହିଭଳି ରାଜ୍ୟରେ ଜୀବନ ରକ୍ଷାକାରୀ ଔଷଧ ମହଜୁଦ୍‌ ରଖିବା, ସମସ୍ତ ହସ୍‌ପିଟାଲ୍‌ରେ ଓପିଡ଼ି ଖୋଲା ରଖିବା ଏବଂ ମାଗଣା ଚିକିତ୍ସା ଦିଗରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରାଯାଇଛି । ଆଜରା ଜମାଲଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଲନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri