ମୁସଲମାନ ବୋଲି ହେଲାନି ଡାଏଲିସିସ୍‌, ଚାଲିଗଲା ଜୀବନ

କଟକ ଅଫିସ୍‌,୩୦।୪: ମୁସଲମାନ ହୋଇଥିବା ଯୋଗୁ ଜଣେ କିଡ୍‌ନୀ ରୋଗୀଙ୍କୁ ଡାଏଲିସିସ୍‌ କରିବାକୁ ବୁଧବାର କଟକର ଏକ ଘରୋଇ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ମନାକରି ଦେଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ଦାବିରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏହାର ଉପଯୁକ୍ତ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଚିକିତ୍ସା ବେଳେ କୌଣସି ରୋଗୀଙ୍କର ଜାତି, ଧର୍ମ ନ ଦେଖିବାକୁ ନିବେଦନ କରାଯାଇଛି।
ମାମଲାରୁ ପ୍ରକାଶ, କେନ୍ଦ୍ରାପଡ଼ା ସରକାରୀ ଡାକ୍ତରଖାନାର ଆୟୁଷ୍‌ ଡାକ୍ତର ସୟଦ୍‌ ଅବ୍‌ଦୁଲ ହସନ୍‌ ଅବସର ନେବାପରେ ସାଲେପୁରରେ ରହୁଥିଲେ। ଗତ ଦେଢ଼ ବର୍ଷ ହେଲା ସେ କିଡ୍‌ନୀରୋଗରେ ଆକ୍ରାନ୍ତ ଥିବା ଯୋଗୁ କଟକ ମଙ୍ଗଳାବାଗର ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ। ସପ୍ତାହରେ ଦୁଇଥର ଅର୍ଥାତ୍‌ ମଙ୍ଗଳବାର ଏବଂ ଶୁକ୍ରବାର ତାଙ୍କର ଡାଏଲିସିସ୍‌ ହେଉଥିଲା। ଗତ ୧୦ ତାରିଖରେ ତାଙ୍କର ଡାଏଲିସିସ୍‌ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ସେ ନିଜ ଡ୍ରାଇଭରଙ୍କ ସହ ନର୍ସିଂହୋମ୍‌କୁ ଆସିଥିଲେ। କିନ୍ତୁ କରୋନା ସଂକ୍ରମଣ ଆଶଙ୍କା କରି ନର୍ସିଂହୋମ୍‌ କର୍ତ୍ତୃପକ୍ଷ ତାଙ୍କୁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ(ପିପିଇ) କିଟ୍‌ ଆଣିବାକୁ କହିବାରୁ ମଙ୍ଗଳାବାଗ ଛକରୁ ସେ କିଟ୍‌ କିଣିଥିଲେ ।
ତଥାପି ଟେକ୍ନିସିଆନ୍‌ ଜଣକ ଡାଏଲିସିସ୍‌ କରିବାକୁ ମନା କରିଥିଲେ। ତବ୍‌ଲିଘି ଜମାତ୍‌ କାର୍ଯ୍ୟକ୍ରମ ଯୋଗୁ ଅନେକ ମୁସଲମାନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ପ୍ରଥମେ କରୋନା ପରୀକ୍ଷା କରିବା ପାଇଁ କୁହାଯାଇଥିଲା। କିନ୍ତୁ ସେ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନର୍ସିଂହୋମ୍‌ କର୍ତ୍ତୃପକ୍ଷ କିଛି ଶୁଣି ନ ଥିଲେ। ଏଣୁ ନିରାଶରେ ସେ ଘରକୁ ଫେରିଥିଲେ। ଡାଏଲିସିସ୍‌ ନ ହେବା ଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଆଉ ଦୁଇଟି ଘରୋଇ ହସ୍ପିଟାଲ୍‌ ମଧ୍ୟ ଡାଏଲିସିସ୍‌ ପାଇଁ ତାଙ୍କୁ ମନାକରି ଦେଇଥିଲେ। ଶେଷରେ ଅବ୍‌ଦୁଲ୍‌ଙ୍କ ଜୀବନ ଚାଲିଯାଇଥିଲା।
ଏହି ଘଟଣାର ଉପଯୁକ୍ତ ତଦନ୍ତ ସହ ଘରୋଇ ନର୍ସିଂହୋମ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ମୁଖ୍ୟ ଶାସନ ସଚିବ ଏବଂ ଓଡ଼ିଶା କାଉନ୍‌ସିଲ୍‌ ଅଫ୍‌ ମେଡ଼ିକାଲ୍‌ ରେଜିଷ୍ଟ୍ରେଶନ୍‌କୁ ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରାଯାଇଛି । ଏଥି ସହ ସମସ୍ତ ସରକାରୀ ଏବଂ ଘରୋଇ ହସ୍ପିଟାଲ୍‌ରେ ରୋଗୀଙ୍କ ଜାତି, ଧର୍ମ, ରଙ୍ଗ ଏବଂ ଲିଙ୍ଗକୁ ନ ଦେଖି ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରାର୍ଥନା କରାଯାଇଛି। ସେହିଭଳି ରାଜ୍ୟରେ ଜୀବନ ରକ୍ଷାକାରୀ ଔଷଧ ମହଜୁଦ୍‌ ରଖିବା, ସମସ୍ତ ହସ୍‌ପିଟାଲ୍‌ରେ ଓପିଡ଼ି ଖୋଲା ରଖିବା ଏବଂ ମାଗଣା ଚିକିତ୍ସା ଦିଗରେ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପାଇଁ ନିବେଦନ କରାଯାଇଛି । ଆଜରା ଜମାଲଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଲନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଳ ଚାଲୁନି, ପେଟ ପୂରୁନି

ଭୁବନ, ୨୬ା୫ ରାତି ନ ପାହୁଣୁ ଶାଳ ଘରୁ ତାଲା ଖୋଲାଯାଉଥିଲା। ବରାଦ ଅନୁସାରେ ବାସନ ଗଢ଼ାଯାଉଥିଲା। ସେଥିରେ ପୁଣି ଭଳି କି ଭଳି କାରିଗରି।...

ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ

ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ...

ଭୁବନେଶ୍ୱରରୁ ଆଜି ୩୧୬ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୩୨

ଭୁବନେଶ୍ୱର,୯।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୨...

ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲା ଡାକବିଭାଗ

ଭବାନୀପାଟଣା,୨।୪(ସ୍ବ.ପ୍ର)-କଳାହାଣ୍ଡି ଜିଲା ଡାକ ମଣ୍ଡଳ ପକ୍ଷରୁ ଗୁରୁବାର ଭବାନୀପାଟଣା ବ୍ଲକର ବିଭିନ୍ନ ଗ୍ରାମରେ ଥିବା ୫ଶହ ଅସହାୟ ଗରୀବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।...

ମୁଣ୍ଡଳି ବ୍ୟାରେଜରୁ ଡେଇଁଥିବା ବ୍ୟକ୍ତିଙ୍କ ଏଯାଏ ମିଳୁନି ସନ୍ଧାନ

ବାରଙ୍ଗ,୨୯।୧୦(ଡି.ଏନ୍‌.ଏ.): ମୁଣ୍ଡଳି ବ୍ୟାରେଜରୁ ମହାନଦୀକୁ ଡେଇଁ ନିଖୋଜ ଥିବା ଯୁବକଙ୍କୁ ଶୁକ୍ରବାର ପୁଣି ଖୋଜାଖୋଜି ଆରମ୍ଭ ହୋଇଛି। ସକାଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖାଜାଖୋଜି ଆରମ୍ଭ...

ଆବାସ ନିର୍ମାଣ କାର୍ଯ୍ୟ ତଦାରଖ

ଭଣ୍ଡାରିପୋଖରୀ,୮।୨(ଡି.ଏନ.ଏ.): ଭଦ୍ରକ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ, ଭଣ୍ଡାରିପୋଖରୀ ବିଡିଓ ବନମାଳି ତରାଇ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ମିଶ୍ର ଶନିବାର...

ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ରାତିଅଧିଆ ଚଢ଼ାଉ

ଶେରଗଡ଼,୩ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଶେରଗଡ଼ ତହସିଲଦାର ଡ଼. ଦୟାସିନ୍ଧୁ ପରିଡ଼ା ଓ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ସଦଳବଳ ଗୁରୁବାର ରାତିରେ ଚଢ଼ାଉ...

ଲାଞ୍ଚ ମାମଲାର ଖୋଳତାଡ଼: ସମ୍ପତ୍ତି ବିବରଣୀ ଦେଇନାହାନ୍ତି ବିଜୟ କେତନ

କଟକ ଅଫିସ,୧୮।୫: ଏକଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇ ପରେ ଜାମିନରେ ମୁକୁଳିଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ସମ୍ପତ୍ତି ବିବରଣୀର...

Advertisement
Archives

Model This Week