ମୁସରଙ୍ଗି ଜଙ୍ଗଲରେ୨ ଛୁଆ ସମେତ ୪ ବାଘ: ଗ୍ରାମବାସୀ ଆତଙ୍କିତ; ଗତିବିଧି ଅନୁଧ୍ୟାନ କରୁଛି ବନବିଭାଗ

ନୂଆପଡା ଅଫିସ,୯ା୮ -ସ୍ଥାନୀୟ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ ଛୁଆ ସମେତ ୪ କଲରାପତରିଆ ବାଘ ରହିଥିବା ଜଣାପଡ଼ିବା ପରେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଦିନତମାମ ଜଙ୍ଗଲରେ ଥିବା ପାହାଡ଼ ଶିଖରରେ ବାଘ ହାକୁଟି ମାରୁଥିବାବେଳେ ରାତିରେ ଜଙ୍ଗଲ ତଳି ଅଞ୍ଚଳରେ ପଇଁତରା ମାରୁଥିବାରୁ ଏହା ଲୋକଙ୍କୁ ଭୟଭୀତ କରିଛି । ଖବର ପାଇ ନୂଆପଡା ରେଞ୍ଜର ଅସିତ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ ଗୁରୁବାର ଜଙ୍ଗଲ ବୁଲି ଦେଖିଥିଲେ ା ବାଇନାକୁଲାରରେ ଦୁଇଟି ବାଘ ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଲୋକେ ମଧ୍ୟ ସେହି ବାଘକୁ ଜଣ ଜଣ କରି ଦେଖିଥିଲେ। ନିର୍ଭୟରେ ବାଘମାନେ ଶୋଇ ରହିଥିଲେ। ଏହା ପରେ ଅଧିକାରୀମାନେ ସ୍ଥାନୀୟ ଗାଁ ଗୁଡିକୁ ବୁଲି ଲୋକଙ୍କୁ ସତର୍କ କରିଥିଲେ । ସନ୍ଧ୍ୟା ହେଲେ ଘରୁ ନ ବାହାରିବା, ଚାଷ ଜମିକୁ ନ ଯିବା, ସ୍କୁଲ ପିଲାଙ୍କୁ ବାହାରକୁ ନ ଛାଡିବାକୁ କୁହାଯାଇଛି । ଏହା ଉପରେ ରେଞ୍ଜର ଦାସ କହିଛନ୍ତି, ଜଙ୍ଗଲ ତଳେ ଏକ ଫରେଷ୍ଟ ଟିମ ୨୪ ଘଣ୍ଟା ଜଗି ରହିଛି । ବାଘମାନଙ୍କ ଗତିବିଧିକୁ ଅନୁଧ୍ୟାନ କରୁଛି। ଯଦି ଏମାନେ ହିଂସ୍ର ହୁଅନ୍ତି ତେବେ ଟ୍ରାନକ୍ୟୁଲାଇଜର ଲଗାଇ ବାଘମାନଙ୍କୁ ଘଉଡାଇବା ବ୍ୟବସ୍ଥା କରାଯିବ । ଆବଶ୍ୟକ ହେଲେ ଧରିବାକୁ ବ୍ୟବସ୍ଥା କରିବୁ ବୋଲି ସେ କହିଛନ୍ତି ।
ସୂଚନା ଅନୁସାରେ ସୁନାବେଡା ଅଭୟାରଣ୍ୟକୁ ଲାଗି ରହିଛି ମୋଟା ନୂଆପଡା ଗ୍ରାମପଞ୍ଚାୟତର ମୁସରଙ୍ଗି ସଂରକ୍ଷିତ ଜଙ୍ଗଲ। ଏହି ଜଙ୍ଗଲ ଅଞ୍ଚଳରେ ଗତ ଶନିବାର ଜଣେ ଚାଷୀଙ୍କ ବାଛୁରୀ ଓ ଗାଈକୁ ବାଘ ମାରି ଖାଇଯାଇଥିଲା। ବୁଧବାର ସକାଳେ ଜଙ୍ଗଲ ତଳେ ଘର କରି ରହିଥିବା ଜଇତରାମ ମାଝିଙ୍କ ପରିବାର ଲୋକ ଦୁଇ ଛୁଆ ସହ ୨ ବାଘ ପାହାଡ଼ ଶିଖରରେ ବୁଲୁଥିବା ଦେଖିବାକୁ ପାଇଥିବା କହିଛନ୍ତି । ଦିନବେଳା ଜଙ୍ଗଲ ଉପରେ ଥିବା ପଥର ଚଟାଣରେ ରହୁଛନ୍ତି । ରାତି ହେଲେ ସେମାନେ କୁଆଡେ ଚାଲି ଯାଉଛନ୍ତି ା ସେମାନେ ଶୀକାର ଉଦ୍ଦେଶ୍ୟରେ କୁଆଡେ ବୁଲୁଥିବା ଲୋକେ ଅନୁମାନ କରୁଛନ୍ତି । ସନ୍ଧ୍ୟା ହେଲେ ଲୋକେ ତାଟି କବାଟ ବନ୍ଦ କରି ରହୁଛନ୍ତି । ଜଙ୍ଗଲର ଗୋଟିଏ ପାର୍ଶ୍ୱରେ କୁକୁଡାଟାଲ, କୁକୁରୀମୁଣ୍ଡି ଗାଁ ଥିବାବେଳେ ଅନ୍ୟପଟେ ଦଲଦଲି ଗାଁ ରହିଛି । ଏହି ଗାଁରେ ଦିନବେଳା ଚାଷ ଜମିକୁ ଯିବାକୁ ଭୟ କରୁଥିବା ଚାଷୀ ତୁଳସୀ ସାହୁ, ମେଘରାଜ ମାଝି କହିଛନ୍ତି । ଏହା ଉପରେ ବନବିଭାଗ ଜାଲ ପକାଇ ବାଘକୁ ଧରିନେବା ବ୍ୟବସ୍ଥା କରିବାକୁ ଲୋକେ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri