ମୁଲତବୀ ଆଲୋଚନା:ବାଡ ଫସଲ ଖାଇଲେ…

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କେଉଁ ବଣ ଜଙ୍ଗଲ ଅଞ୍ଚଳ ନୁହେଁ,ଖୋଦ ରାଜଧାନୀରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଉଛି। ବାଡ ଯଦି ଫସଲ ଖାଇବ ତେବେ କଥା ସରିଲା। ସରକାରଙ୍କ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସରେ ଛାତ୍ରୀମାନେ ସୁରକ୍ଷିତ ନାହାନ୍ତି। ସ୍କୁଲ ଶିକ୍ଷକ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ୱାରା ଗର୍ଭବତୀ ହେଉଛନ୍ତି। ରାଜ୍ୟ ସରକାର ୫ ବର୍ଷରେ ୨୦ଜଣ ଝିଅ ଗର୍ଭବତୀ ହୋଇଥିବା ସୂଚନା ଦେଉଛନ୍ତି। ମାତ୍ର ବହୁ ଘଟଣା ଲୋକଲୋଚନକୁ ଆସି ପାରୁନାହିଁ। ଆଦିବାସୀମାନଙ୍କ ପାଇଁ ଆସୁଥିବା ଅର୍ଥ ବିକାଶ କ୍ଷେତ୍ରରେ ଲାଗୁନାହିଁ। ସରକାରଙ୍କ ଜନଜାତିଙ୍କ ପ୍ରତି ଉଦସୀନ ମନୋଭାବ ପୋଷଣ କରୁଛନ୍ତି ବୋଲି ଶୁକ୍ରବାର ମୁଲତବୀ ଆଲୋଚନା ବେଳେ ଭାଜପା ଓ କଂଗ୍ରେସ ସଦସ୍ୟମାନେ ସରକାରଙ୍କୁ କଡା ସମାଲୋଚନା କରିଥିଲେ।
ରାଜ୍ୟରେ ଅନୁସୂଚୀତ ଜନଜାତି ବିଭାଗ ଦ୍ୱାରା ପ୍ରତିଷ୍ଠିତ ଛାତ୍ରୀ ନିବାସରେ ଅବ୍ୟବସ୍ଥା ଓ ଅସଦାଚରଣ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ ସ୍କୁଲରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ବଳାତ୍କାର କରି ଗିରଫ ହୋଇଛନ୍ତି। ଏ ନେଇ ଓଡିଶା ପୋଷ୍ଟରେ ଖବର ପ୍ରକାଶ ପାଇଛି। ସରକାର କହୁଛନ୍ତି ସ୍କୁଲରେ ଛାତ୍ରୀମାନେ ଗର୍ଭବତୀ ହେଉ ନାହାନ୍ତି, ଗାଁରେ ହେଉଛନ୍ତି। ଏହି ଘଟଣାରେ ସରକାର କଣ କହିବେ ବୋଲି ସେ ପ୍ରଶ୍ନ କରିଥିଲେ। କେନ୍ଦୁଝର ଜିଲାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗିରଫ କରାଯାଇଥିଲା। ସରକାର ଆଦିବାସୀ ବିଭାଗକୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ। ଭାଜପା ସଦସ୍ୟ ମୁକେଶ ମହାଲିଙ୍ଗ, ସନାତନ ବିଜୁଳି , କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନିପତି ପ୍ରମୁଖ ସ୍କୁଲରେ ଆଦିବାସୀ ଛାତ୍ରୀ ବଳାତ୍କାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଛାତ୍ରୀ ନିବାସ ପରିବେଶକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଛାତ୍ରୀ ନିବାସଗୁଡିକରେ ମହିଳା ଶିକ୍ଷକ ଓ କର୍ମଚାରୀ ନିଯୁକ୍ତ କରିବାକୁ ଦାବି କରିଥିଲେ। ଦୃଷ୍ଟି ଆକର୍ଷଣ ପ୍ରସ୍ତାବ ଆଣି ଶାସକ ଦଳ ସଦସ୍ୟ ପ୍ରମୋଦ ମଲ୍ଲିକ, ଭାଗିରଥୀ ସେଠୀ, ଶ୍ରୀକାନ୍ତ ସାହୁ, ରଘୁରାମ ପଡାଲ ଆଦିବାସୀ ଛାତ୍ରୀଛାତ୍ରଙ୍କ ଶିକ୍ଷା ଓ ବିକାଶ ପାଇଁ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିସହିତ ଛାତ୍ରୀମାନଙ୍କର ସୁରକ୍ଷା ପାଇଁ ସରକାର ବଦ୍ଧପରିକର ବୋଲି କହିଥିଲେ। ମୁଲତବୀ ପ୍ରସ୍ତାବ ଆଲୋଚନାର ଜବାବରେ ଅନୁସୂଚୀତ ଜାତି, ଜନଜାତି ଓ ପଛୁୂଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ ଏସ୍‌ସି, ଏସ୍‌ଟିଙ୍କ ସାମୁହିକ ବିକାଶ ପାଇଁ ଶିକ୍ଷା ମୁଖ୍ୟ ମାଧ୍ୟମ। ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି ୬ ଲକ୍ଷ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କୁ ୬୫୦୦ ହଷ୍ଟେଲରେ ରଖାଯାଇ ଆବାସିକ ବିଦ୍ୟାଳୟରେ ଶିକ୍ଷାଦାନ କରାଯାଉଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୩.୩୦ ଲକ୍ଷ ହେଉଛନ୍ତି ଛାତ୍ରୀ। ଛାତ୍ରୀଛାତ୍ରଙ୍କ ସୁରକ୍ଷା, ନିରାପତ୍ତା ଓ ସ୍ବାସ୍ଥ୍ୟ ପ୍ରତି ସରକାର ସଚେତନ ଥିବାରୁ ଏହାକୁ ଗୁରୁତ୍ୱ ଦେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର(ଏସଓପି) ଅନୁସରଣ କରିବାକୁ ପ୍ରାଧନ ଶିକ୍ଷକ ଓ ମଙ୍ଗଳଅଧିକାରୀଙ୍କୁ ଅବଗତ କରାଯାଇଛି। ୩୦୦ ମାଟ୍ରନ ଛାତ୍ରୀ ନିବାସରେ ନିୟୋଜିତ କରାଯାଇଛି। ଏଏନ୍‌ଏମ୍‌ଙ୍କ ସହ ଯୋଗାଯୋଗ କରି ଛାତ୍ରୀମାନଙ୍କୁ ମାଟ୍ରନମାନେ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସହାୟକ ହେଉଛନ୍ତି। ରାଜ୍ୟ ସରକାର ୩୩୮ ଏଏନ୍‌ଏମ୍‌ ପଦବୀ ସୃଷ୍ଟି କରି ପ୍ରତି ୫/୬ଟି ସ୍କୁଲ ହଷ୍ଟେଲ ପାଇଁ ଜେଣ ଲେଖାଏ ଏଏନ୍‌ଏମ୍‌ଙ୍କୁ ନିୟୋଜିତ କରାଯାଇଛି। ଛାତ୍ରୀମାନଙ୍କ ଅଭିଯୋଗ ଶୁଣାଣି ପାଇଁ ରାଜ୍ୟ ସ୍ତରରେ ଏକ ସ୍ବତନ୍ତ୍ର ସ୍କୁଲ ହଷ୍ଟେଲ ମନିଟରିଂ ୟୁନିଟ ରହିଛି। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆଠାରେ ଏକ କଣ୍ଟ୍ରୋଲ ରୁମ ଖୋଲା ଯାଇଛି। ଆବାସିକ ବିଦ୍ୟାଳୟ ପରିସର ଉପରେ ନଜର ରଖିବାକୁ ୧୧୨୦ଟି ସିସିଟିଭି କ୍ୟାମେରା ଲଗାଯାଇଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଜଙ୍କ ଏକାଦଶରେ ଚାଲିଗଲା ନାତୁଣୀଙ୍କ ଜୀବନ

ନିଶ୍ଚିନ୍ତକୋଇଲି,୨୨।୨(ସ୍ବ.ପ୍ର.): ଜେଜଙ୍କ ଏକାଦଶରେ ନଦୀରେ ବୁଡି ନାତୁଣୀଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବୁହାଳ ପଞ୍ଚୟତ ସାଧକନଗର...

ରାଜଧାନୀରୁ ୨୭୭ କରୋନା ପଜିଟିଭ ଚିହ୍ନଟ: ସେଥିରୁ ୯୬ ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର,୧୫।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶନିବାର ପୁଣି ୨୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୭୭ ମଧ୍ୟରୁ ୧୮୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୯୬ ଜଣ...

ଥାନା ଭିତରେ ନାବାଳିକାଙ୍କୁ ବଳାତ୍କାର ପରେ ଗର୍ଭପାତ ଘଟଣା: ଥାନା ଅଧିକାରୀ ନିଲମ୍ବିତ

ସୁନ୍ଦରଗଡ଼, ୨୬।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ରଖି ଜଣେ ନାବାଳିକାଙ୍କୁ କ୍ରମାଗତ ବଳାତ୍କାର କରିବା ଏବଂ ସମ୍ପୃକ୍ତ ନାବାଳିକାଙ୍କ ଗର୍ଭପାତ କରାଇବା ଘଟଣାରେ ଥାନା...

ମନ ଜିଣିଲେ ‘ସୁପର ୨୨’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ଗୋଡ଼ ନ ଥାଇ ବି ନାଚିବାର ଇଚ୍ଛା। ହାତ ନ ଥାଇ ବି ଅଭିନୟ କରିବାର ଇଚ୍ଛା। କଥା କହି ନ ପାରିଲେ ବି...

ମପାଯିବ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା

ଭୁବନେଶ୍ୱର, ୧୯ା୧୦ (ବ୍ୟୁରୋ): ମୋ ସରକାର ଏବଂ ୫-ଟି କାର୍ଯ୍ୟକାରୀ କ୍ଷେତ୍ରରେ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ମପାଯିବ। ଏ ନେଇ କର୍ମଚାରୀମାନଙ୍କର ବାର୍ଷିକ...

ନିୟମିତ ପାଇବେ କଳାକାର: ଭୁବନେଶ୍ୱରରୁ ଯିବ ଭତ୍ତା ଟଙ୍କା

ଭୁବନେଶ୍ୱର,୫ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ରାଜ୍ୟର କଳାକାରମାନଙ୍କୁ ଦିଆଯାଉଥିବା ଭତ୍ତା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ମାଧ୍ୟମରେ ପ୍ରଦାନ କରାଯିବ। ରାଜ୍ୟସ୍ତରରୁ ସିଧାସଳଖ କଳାକାରଙ୍କ...

୨୦ ବ୍ଲକରେ ଡିଗ୍ରୀ କଲେଜ ନାହିଁ

ଭୁବନେଶ୍ୱର, ୨୦।୭(ବ୍ୟୁରୋ) – ରାଜ୍ୟର ୧୦ଟି ଜିଲାର ୨୦ ବ୍ଲକରେ ଡିଗ୍ରୀ କଲେଜ ନାହିଁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସୂଚନା ଦେଇଛନ୍ତି। ରାଜ୍ୟରେ...

ବ୍ରହ୍ମପୁର ଏମ୍‌ପିଙ୍କୁ ନବୀନ ନିବାସରୁ ଡାକରା, ଚାପୁଡ଼ା ମାରିବାର ତର୍ଜମା ହେବା ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୫।୯(ବ୍ୟୁରୋ): ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ବେହେରାଙ୍କୁ ନବୀନ ନିବାସରୁ ଡାକରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନ ୪ଟାରେ ତାଙ୍କୁ ନବୀନ ନିବାସ ଡାକିଛନ୍ତି। ତେବେ...

Advertisement
Archives

Model This Week