Posted inଜାତୀୟ

ମୁମ୍ବାଇ ମାରାଥନରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ହୃଦ୍‌ଘାତରେ ମୃତ୍ୟୁ

ମୁମ୍ବାଇ,୧୯।୧: ରବିବାର ସକାଳେ ଡ୍ରିମ୍‌ ରନ୍‌ ମୁମ୍ବାଇ ମାରାଥନ ଆରମ୍ଭ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ। ପିଲାଠାରୁ ବୟସ୍କ ସମସ୍ତେ ଉତ୍ସାହର ସହ ଏଥିରେ ଦୌଡୁଥିବା ଦେଖାଯାଇଥିଲା। ଏହି ସମୟରେ ୬୪ ବର୍ଷୀୟ ଜଗାନନ ମାଲଜାଲକରଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିିଛି। ଦୌଡିବା ସମୟରେ ତାଙ୍କର ହୃଦ୍‌ଘାତ ହେବାରୁ ତୁରନ୍ତ ତାଙ୍କୁ ବମ୍ବେ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହିଭଳି ଆହୁରି ୭ ମାରାଥନ ଦୌଡାଳୀ ହୃଦ୍‌ଘାତର ଶିକାର ହେବାରୁ ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏହି ମାରାଥନରେ ଯୋଗ ଦେବାକୁ ସମସ୍ତଙ୍କ ଆଶା ଥିବା ବେଳେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରତିଯୋଗୀମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସକାଳେ ଏହାର ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇବାବାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

ଶିରିଡି,୧୯।୧: ଆଜି ଶିରିଡି ବନ୍ଦ ଥିବା ବେଳେ ସାଇବାବାଙ୍କ ମନ୍ଦିର କିନ୍ତୁ ଖୋଲା ରହିଛି। ସକାଳୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ମନ୍ଦିରରେ ଧାଡିରେ ଠିଆ...

ବର୍ଷା ବିତ୍ପାତ: ମୃତ୍ୟୁସଂଖ୍ୟା ୧୪୫; ବିହାର ଉପମୁଖ୍ୟମନ୍ତ୍ରୀ ଓ ପରିବାରଙ୍କୁ ଉଦ୍ଧାର କଲା ଏନ୍‌ଡିଆର୍‌ଏଫ୍‌

ନୂଆଦିଲ୍ଲୀ, ୧ା୧୦(ପି.ଟି.): ବିହାର ଓ ଉତ୍ତରପ୍ରଦେଶ ସମେତ ୪ ରାଜ୍ୟରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୧୪୫ରେ ପହଞ୍ଚିଛି। ଲଗାଣ ବର୍ଷା ଯୋଗୁ କେତେକ ରାଜ୍ୟରେ ବନ୍ୟା ସ୍ଥିତି...

ଜିଲାପାଳମାନେ କରୋନା ଲଢ଼େଇର ଫିଲ୍ଡ୍‌ କମାଣ୍ଡର: ମୋଦି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ରାଜ୍ୟର...

ହିମନ୍ତ ଆସାମ ମୁଖ୍ୟମନ୍ତ୍ରୀ

ଗୁଆହାଟୀ, ୧୦।୫: ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମା ଆସାମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ରବିବାର ଗୁଆହାଟୀରେ ଅନୁଷ୍ଠିତ ଭାଜପା ବିଧାୟକ ଦଳ ବୈଠକରେ ତାଙ୍କୁ...

ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି ବୋରିସ୍‌

ନୂଆଦିଲ୍ଲୀ, ୧୪ା୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଆସନ୍ତା ସପ୍ତାହରେ ଭାରତ ଆସିପାରନ୍ତି। ଭାରତ-ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ଚୁକ୍ତିର ୨୬ ଚାପ୍ଟର...

ରାହୁଲଙ୍କୁ ନୂଆ ସମନ ଜାରି କଲା ଇଡି

ନୂଆଦିଲ୍ଲୀ,୩।୬: ନ୍ୟାସନାଲ ହେରାଲ୍ଡ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ନୂଆ ସମନ ଜାରି କରିଛି। ମିଳିଥିବା...

ମାନବ ଶୃଙ୍ଖଳ ସମୟରେ ଶିକ୍ଷକଙ୍କ ମୃତ୍ୟୁ

ଦରଭଙ୍ଗା,୧୯।୧: ବିହାରର ଦରଭଙ୍ଗାଠାରେ ରବିବାର ଆୟୋଜିତ ମନବ ଶୃଙ୍ଖଳରେ ଯୋଗ ଦେଇଥିବା ଜଣେ ଶିକ୍ଷକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନାମିଳିଛି। ଦରଭଙ୍ଗା ଜିଲାପାଳ ଥିଆଗରଜନ ଏସ୍‌ଏମ୍‌...

ଅନ୍ତିମ ସଂସ୍କାର ପାଇଁ ଆସିଲେନି ସାହି-ପଡ଼ିଶା: ଦୁଇ ପୁଅଙ୍କୁ ନେଇ ସ୍ତ୍ରୀ କଲେ ଏପରି…

ବେଲଗାମ୍‌, ୧୯।୭: କରୋନା ମହାମାରୀ ସଙ୍କଟ ସମୟରେ ଲୋକଙ୍କ ମଧ୍ୟରେ ମାନବିକତା ରହୁ ନ ଥିବା ନେଇ ଏବେ ଚର୍ଚ୍ଚା ହେଉଛି। ଏହାର ସଦ୍ୟତମ ଉଦାହରଣ...

Advertisement
Archives

Model This Week