Posted inଖେଳ

ମୁମ୍ବାଇ ବିମାନବନ୍ଦରରେ ୭୪ ଦିନ ରହିଲେ ଘାନା ଫୁଟବଲର

ମୁମ୍ବାଇ, ୮।୬ : ଘାନାର ଜାତୀୟ ଫୁଟବଲ ଖେଳାଳି ର଼୍ୟାଣ୍ଡି ଜୁଆନ ମୁଲେର ଲକ୍‌ଡାଉନ୍‌ କାରଣରୁ ୭୪ ଦିନ ମୁମ୍ବାଇ ବିମାନବନ୍ଦରରେ ଫସି ରହିଥିବା ଘଟଣା ପଦାକୁ ଆସିଛି। ତାଙ୍କୁ ଏବେ ଏକ ହୋଲେଟକୁ ନିଆଯାଇଛି। କେରଳର ଏକ କ୍ଲବରୁ ଖେଳୁଥିବା ମୁଲେର କେନିୟା ଏୟାରଓ୍ବେଜ୍‌ ଫ୍ଲାଇଟ୍‌ରେ ଘରକୁ ଯିବାପାଇଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚତ୍ଥିଲେ। ମାତ୍ର ବିମାନ ଆସିବା ପୂର୍ବରୁ କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଫଳରେ ବିମାନ ବାତିଲ ହୋଇଥିଲା। ସେହି ଦିନଠାରୁ ମୁମ୍ବାଇ ବିମାନବନ୍ଦର ଏହି ୨୩ ବର୍ଷୀୟ ଘାନା ଜାତୀୟ ଫୁଟବଲ ଖେଳାଳିଙ୍କର ଘର ହୋଇଯାଇଥିଲା। ଏହି ଅବସରରେ ମୁଲେର କଠୋର ପରୀକ୍ଷାର ସମ୍ମୁଖୀନ ହୋଇଥିବାରୁ ହଲିଉଡ୍‌ ଚଳଚ୍ଚିତ୍ର ‘ଦି ଟର୍ମିନାଲ’ର ଟମ୍‌ ହ୍ୟାଙ୍କ୍ସଙ୍କ ଚରିତ୍ରକୁ ମନେ ପକାଇଥିଲେ। ଶେଷରେ ଶିବସେନାର ୟୁଥ୍‌ ଓ୍ବିଙ୍ଗ୍‌ ଯୁବ ସେନାର କର୍ମୀମାନେ ପହଞ୍ଚତ୍ ତାଙ୍କୁ ସାହାଯ୍ୟ କରିଥିଲେ। ମୁଲେର ଏବେ ଏକ ସ୍ଥାନୀୟ ହୋଲେଟରେ ଅବସ୍ଥାନ କରୁଛନ୍ତି ଏବଂ ବିମାନ ଚଳାଚଳ ସ୍ବାଭାବିକ ହେବା ସ୍ଥିତିକୁ ଅପେକ୍ଷା କରିଛନ୍ତି।
୭୪ ଦିନ ରହଣି ଅବସରରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ତାଙ୍କୁ ଖାଦ୍ୟ ଦିଆଯିବା ସହ ଫୋନ୍‌ କଲ୍‌ ପାଇଁ ବିମାନବନ୍ଦରର ଓ୍ବାଇଫାଇ ନେଟଓ୍ବର୍କ ବ୍ୟବହାର ପାଇଁ ଅନୁମତି ଦିଆ ଯାଇଥିଲା ବୋଲି ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ମୁଲେର ବିମାନବନ୍ଦରର କୃତ୍ରିମ ଉଦ୍ୟାନରେ ବୁଲିବା ସହ ବିମାନ ବନ୍ଦରର କର୍ମକର୍ତ୍ତାଙ୍କ ସହ ସମୟ ଅତିବାହିତ କରୁଥିଲେ। ରହଣି ସମୟରେ ବିମାନବନ୍ଦରର କର୍ମକର୍ତ୍ତାମାନେ ତାଙ୍କୁ ବହୁତ ସାହାଯ୍ୟ କରିଥିବା ମୁଲେର କହିଛନ୍ତି ବୋଲି ଯୁବସେନା କର୍ମକର୍ତ୍ତା ରାହୁଲ କନଲ ପ୍ରକାଶ କରିଛନ୍ତି। ଘର ପରିବାର ସହିତ କଥା ହେବାପାଇଁ ଜଣେ ସିକ୍ୟୁରିଟି ଅଫିସର ତାଙ୍କୁ ମୋବାଇଲ ଦେଉଥିଲେ। ଜଣେ ଟୁଇଟର ବ୍ୟବହାରକାରୀ ମୁଲେରଙ୍କ ସମ୍ପର୍କରେ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଯୁବସେନାର ରାହୁଲ କନଲ ଏହି ଫୁଟବଲରଙ୍କ ନିକଟରେ ପହଞ୍ଚତ୍ଥିଲେ ଏବଂ ତାଙ୍କୁ ହୋଟେଲକୁ ଆଣିବାରେ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri