Posted inଖେଳ

ମୁମ୍ବାଇ ବିମାନବନ୍ଦରରେ ୭୪ ଦିନ ରହିଲେ ଘାନା ଫୁଟବଲର

ମୁମ୍ବାଇ, ୮।୬ : ଘାନାର ଜାତୀୟ ଫୁଟବଲ ଖେଳାଳି ର଼୍ୟାଣ୍ଡି ଜୁଆନ ମୁଲେର ଲକ୍‌ଡାଉନ୍‌ କାରଣରୁ ୭୪ ଦିନ ମୁମ୍ବାଇ ବିମାନବନ୍ଦରରେ ଫସି ରହିଥିବା ଘଟଣା ପଦାକୁ ଆସିଛି। ତାଙ୍କୁ ଏବେ ଏକ ହୋଲେଟକୁ ନିଆଯାଇଛି। କେରଳର ଏକ କ୍ଲବରୁ ଖେଳୁଥିବା ମୁଲେର କେନିୟା ଏୟାରଓ୍ବେଜ୍‌ ଫ୍ଲାଇଟ୍‌ରେ ଘରକୁ ଯିବାପାଇଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚତ୍ଥିଲେ। ମାତ୍ର ବିମାନ ଆସିବା ପୂର୍ବରୁ କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଫଳରେ ବିମାନ ବାତିଲ ହୋଇଥିଲା। ସେହି ଦିନଠାରୁ ମୁମ୍ବାଇ ବିମାନବନ୍ଦର ଏହି ୨୩ ବର୍ଷୀୟ ଘାନା ଜାତୀୟ ଫୁଟବଲ ଖେଳାଳିଙ୍କର ଘର ହୋଇଯାଇଥିଲା। ଏହି ଅବସରରେ ମୁଲେର କଠୋର ପରୀକ୍ଷାର ସମ୍ମୁଖୀନ ହୋଇଥିବାରୁ ହଲିଉଡ୍‌ ଚଳଚ୍ଚିତ୍ର ‘ଦି ଟର୍ମିନାଲ’ର ଟମ୍‌ ହ୍ୟାଙ୍କ୍ସଙ୍କ ଚରିତ୍ରକୁ ମନେ ପକାଇଥିଲେ। ଶେଷରେ ଶିବସେନାର ୟୁଥ୍‌ ଓ୍ବିଙ୍ଗ୍‌ ଯୁବ ସେନାର କର୍ମୀମାନେ ପହଞ୍ଚତ୍ ତାଙ୍କୁ ସାହାଯ୍ୟ କରିଥିଲେ। ମୁଲେର ଏବେ ଏକ ସ୍ଥାନୀୟ ହୋଲେଟରେ ଅବସ୍ଥାନ କରୁଛନ୍ତି ଏବଂ ବିମାନ ଚଳାଚଳ ସ୍ବାଭାବିକ ହେବା ସ୍ଥିତିକୁ ଅପେକ୍ଷା କରିଛନ୍ତି।
୭୪ ଦିନ ରହଣି ଅବସରରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ପକ୍ଷରୁ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ତାଙ୍କୁ ଖାଦ୍ୟ ଦିଆଯିବା ସହ ଫୋନ୍‌ କଲ୍‌ ପାଇଁ ବିମାନବନ୍ଦରର ଓ୍ବାଇଫାଇ ନେଟଓ୍ବର୍କ ବ୍ୟବହାର ପାଇଁ ଅନୁମତି ଦିଆ ଯାଇଥିଲା ବୋଲି ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ମୁଲେର ବିମାନବନ୍ଦରର କୃତ୍ରିମ ଉଦ୍ୟାନରେ ବୁଲିବା ସହ ବିମାନ ବନ୍ଦରର କର୍ମକର୍ତ୍ତାଙ୍କ ସହ ସମୟ ଅତିବାହିତ କରୁଥିଲେ। ରହଣି ସମୟରେ ବିମାନବନ୍ଦରର କର୍ମକର୍ତ୍ତାମାନେ ତାଙ୍କୁ ବହୁତ ସାହାଯ୍ୟ କରିଥିବା ମୁଲେର କହିଛନ୍ତି ବୋଲି ଯୁବସେନା କର୍ମକର୍ତ୍ତା ରାହୁଲ କନଲ ପ୍ରକାଶ କରିଛନ୍ତି। ଘର ପରିବାର ସହିତ କଥା ହେବାପାଇଁ ଜଣେ ସିକ୍ୟୁରିଟି ଅଫିସର ତାଙ୍କୁ ମୋବାଇଲ ଦେଉଥିଲେ। ଜଣେ ଟୁଇଟର ବ୍ୟବହାରକାରୀ ମୁଲେରଙ୍କ ସମ୍ପର୍କରେ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଯୁବସେନାର ରାହୁଲ କନଲ ଏହି ଫୁଟବଲରଙ୍କ ନିକଟରେ ପହଞ୍ଚତ୍ଥିଲେ ଏବଂ ତାଙ୍କୁ ହୋଟେଲକୁ ଆଣିବାରେ ସାହାଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri