ମୁଦ୍ରାନୀତି ବୈଠକ ପୂର୍ବରୁ ସୀତାରାମନ୍‌ଙ୍କୁ ଭେଟିଲେ ଗଭର୍ନର

ନୂଆଦିଲ୍ଲୀ,୨୫-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆସନ୍ତା ମୁଦ୍ରାନୀତି ସମୀକ୍ଷା ପୂର୍ବରୁ ଗଭର୍ନର ଶକ୍ତିକାନ୍ତ ଦାସ ମଙ୍ଗଳବାର ଏଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଭେଟିଛନ୍ତି। ସରକାରଙ୍କ ଆର୍ଥିକ ନୀତି, ମୁଦ୍ରାସ୍ଫୀତି, ଜିଡିପି ହାର ହ୍ରାସ ଆଦି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆର୍‌ବିଆଇର ମୁଦ୍ରାନୀତି ଘୋଷଣା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ସହ ଆର୍‌ବିଆଇ ଗଭର୍ନରଙ୍କ ଭେଟ ପାରମ୍ପରିକ ରହିଥାଏ। ବାହାରେ ଅପେକ୍ଷାରତ ଖବରଦାତାଙ୍କ ସହ ଆଲୋଚନା କାଳରେ ସେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସ ହ୍ରାସ ଘୋଷଣା ସକାରାମତ୍କ ହେବ। ଫଳରେ ଭାରତ ବିଦେଶୀ ନିବେଶକଙ୍କ ଲାଗି ଅତ୍ୟନ୍ତ ଆକର୍ଷଣୀୟ ସ୍ଥଳ ପାଲଟିଯାଇଛି ବୋଲି ସେ କହିଛନ୍ତି।
ଗଭର୍ନର ଦାସ କହିଛନ୍ତି ଯେ, କର୍ପୋରେଟ ଟିକସ ହ୍ରାସ ଦ୍ୱାରା ଭାରତ ଆସିଆନ ଓ ଏସିଆର ଅନ୍ୟ ବିକାଶଶୀଳ ବଜାର ତୁଳନାରେ ଅଧିକ ପ୍ରତିଯୋଗିତାମୂଳକ ହୋଇଛି। ତାଙ୍କ ମତରେ ଆଜି ଭାରତ ପ୍ରତିଯୋଗିତା କ୍ଷେତ୍ରରେ ମଜଭୁତ ସ୍ଥିତିରେ ରହିଛି। ଏହାଦ୍ୱାରା ଦେଶରେ ଅଧିକ ନିବେଶ ହୋଇପାରିବ। ଘରୋଇ ନିବେଶ ସମ୍ପର୍କରେ ମତବ୍ୟକ୍ତ କରି ଶକ୍ତିକାନ୍ତ କହିଛନ୍ତି ଯେ, ବର୍ତ୍ତମାନ କମ୍ପାନୀଙ୍କ ନିକଟରେ ପୁଞ୍ଜିଗତ ନିବେଶ ବଢ଼ାଇବା ଲାଗି ପୂର୍ବାପେକ୍ଷା ଅଧିକ ଅର୍ଥ ସଞ୍ଚୟ ହେବ। ଫଳରେ ସେମାନଙ୍କ ମଧ୍ୟରୁ କେତେକ ନିବେଶ ବଢ଼ାଇବେ ଓ ଅନ୍ୟ କେତେକ ନିଜର ଋଣ ପରିଶୋଧ କରିବେ। ଏହାଦ୍ୱାରା ସେମାନଙ୍କର ବାଲାନ୍ସ ସିଟ୍‌ ସୁଧୁରିଯିବ। ସୂଚନାଥାଉ କି, ଅକ୍ଟୋବର ପହିଲାରୁ ଆର୍‌ବିଆଇର ୩ ଦିନିଆ ମୁଦ୍ରାନୀତି ସମୀକ୍ଷା ବୈଠକ ବସିବାକୁ ଯାଉଛି। ଅକ୍ଟୋବର ୪ରେ ମୁଦ୍ରାନୀତି ଘୋଷଣା କରାଯିବ। ମାନ୍ଦାବସ୍ଥାକୁ ଦୂର କରିବା ତଥା ଆର୍ଥିକ ପ୍ରଗତିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ଆର୍‌ବିଆଇ ୫ମଥର ପାଇଁ ରେପୋ ରେଟ୍‌ ହ୍ରାସ କରିପାରନ୍ତି ବୋଲି ଆଶାକରାଯାଉଛି। ସ୍ବୟଂ ଗଭର୍ନର ମଧ୍ୟ ଏନେଇ ସଙ୍କେତ ଦେଇଛନ୍ତି। ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ସ୍ଥିର ରହିଛି। ଏହା ୪%ଠାରୁ ବହୁ ତଳେ ରହିଛି। ଆସନ୍ତା ବର୍ଷକ ମଧ୍ୟରେ ଏହା ତଳେ ରହିବ ବୋଲି ଅନୁମାନ କରାଯାଉଛି। ଏପରିସ୍ଥିତିରେ ଅଭିବୃଦ୍ଧି ହାର ଧିମା ହୋଇଥିବାରୁ ରେପୋ ରେଟ୍‌ ହ୍ରାସ ହେବାର ବହୁ ସୁଯୋଗ ରହିଛି ବୋଲି ଶକ୍ତିକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri