ମୁଣ୍ଡରେ ଖପୁରି ପ୍ରତିରୋପଣ ପରେ ସ୍କୁଲ ଯିବ ଜଗା

କଟକ ଅଫିସ, ୧୬ା୯ : କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ରବିବାର ଆଇନ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଭେଟିଛନ୍ତି। ଏଥିସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ମେଡିକାଲର ସୁପରିଣ୍ଟେଣ୍ଡେଣ୍ଟ ଓ ଚିକିତ୍ସା ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ। ମେଡିକାଲରେ ଜଗାକୁ କିଛି ସମୟ ମନ୍ତ୍ରୀ ଜେନା କୋଳରେ ଧରିଥିବା ଦେଖିବାକୁ ମିଳିଥିଲା। ଏ ନେଇ ମନ୍ତ୍ରୀ ଜେନା କହିଛନ୍ତି, ଜଗା ଏବେ ବୁଲୁଛି, ଖେଳୁଛି, ଖାଉଛି। କିନ୍ତୁ କାଳିଆ ଅବସ୍ଥା ଏମ୍‌ସରୁ ଆସିବା ସମୟରୁ ହିଁ ସ୍ଥିର ରହିଛି। ଖୁବ୍‌ଶୀଘ୍ର କାଳିଆ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବ ବୋଲି ଡାକ୍ତର କହିଛନ୍ତି। ଜଗା ମୁଣ୍ଡରେ ଖପୁରି ପ୍ରତିରୋପଣ କରାଯିବା ପରେ ଜଗାକୁ ପାଠ ପଢିବା ପାଇଁ ସ୍କୁଲ ପଠାଯିବ। ଏଥିସହ ମନ୍ତ୍ରୀ ଜେନା ଆହୁରି କହିଛନ୍ତି, ପୃଥିବୀରେ ଏଭଳି ବିରଳ ଅସ୍ତ୍ରୋପଚାର କ୍ୱଚିତ୍‌ ମାତ୍ରାରେ ହୋଇଥାଏ। ଜଗା-କାଳିଆଙ୍କ ଏହି ଘଟଣା ମେଡିକାଲ କ୍ଷେତ୍ରରେ ଗୋଟିଏ ବଡ଼ ସଫଳତା। ଏହି ଘଟଣା ଓ ଅନ୍ୟ ଘଟଣା ଭିତରେ ପାର୍ଥକ୍ୟ ହେଲା ଅନ୍ୟ କେସ୍‌ଗୁଡ଼ିକ ପାର୍ଟଲି ଜଏଣ୍ଟ ହୋଇଥାଏ। କିନ୍ତୁ ଜଗା-କାଳିଆଙ୍କ କ୍ଷେତ୍ରରେ ମୁଣ୍ଡ ସମ୍ପୂର୍ଣ୍ଣ ଭାବେ ଲାଗିକି ଥିଲା। ଜଗାର ବ୍ରେନ୍‌ କାଳିଆ ମୁଣ୍ଡ ଭିତରେ ଓ କାଳିଆ ବ୍ରେନ୍‌ ଜଗା ମୁଣ୍ଡ ଭିତରେ ପଶିକି ଥିଲା। କିନ୍ତୁ ମହାପ୍ରଭୁଙ୍କ ଆଶୀର୍ବାଦରୁ ଉଭୟ ସୁସ୍ଥ ଅଛନ୍ତି। ସେଥିପାଇଁ ଏମ୍‌ସ ଟିମ୍‌କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶା ପୂରଣ ହୋଇଛି। ଅନ୍ୟପକ୍ଷରେ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସିବିକେ ମହାନ୍ତି କହିଛନ୍ତି, ଜଗା-କାଳିଆଙ୍କ ଚିକିତ୍ସା ପାଇଁ ୧୪ ଜଣିଆ ଡାକ୍ତରୀ ଟିମ୍‌ ଲାଗିଛନ୍ତି। ଜଗା ସମ୍ପୂର୍ଣ୍ଣ ସୁସ୍ଥ ଅଛି, କିନ୍ତୁ କାଳିଆର ଅବସ୍ଥା ସ୍ଥିର ରହୁଛି। ଡାକ୍ତରମାନେ ପରିଶ୍ରମ କରୁଛନ୍ତି। ଆଶା ରଖିଛୁ ଖୁବ୍‌ଶୀଘ୍ର କାଳିଆ ମଧ୍ୟ ସୁସ୍ଥ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri