ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ ପ୍ରତିନିଧି ଦଳ

ଭୁବନେଶ୍ୱର,୮ା୨(ବ୍ୟୁରୋ): ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ଡିଫେନ୍ସ କଲେଜର ଏକ ପ୍ରତିନିଧି ଦଳ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏୟାରଚିଫ୍‌ ମାର୍ଶଲ ବି.ଭି ଉପାଧ୍ୟାୟଙ୍କ ନେତୃତ୍ୱରେ ଲୋକସେବା ଭବନରେ ଡିଫେନ୍ସ କଲେଜର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଓ ବାର୍ତ୍ତାଳାପ କରିଥିଲେ। ଏହି ପ୍ରତିନିଧି ଦଳ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ୫-ଟି ମନ୍ତ୍ର ଏବଂ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବାର୍ତ୍ତାଳାପ ହୋଇଥିଲା। ଏହା ଦ୍ୱାରା ଜନସାଧାରଣଙ୍କୁ ଅଧିକ ଦୃଢ଼ଭାବେ ପ୍ରଶାସନିକ ସୁବିଧା ଯୋଗାଇ ଦିଆଯାଇ ପାରୁଛି। ତେଣୁ ଏହି ଉଦ୍ୟମକୁ ପ୍ରତିନିଧି ଦଳ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶେଷ କରି ରାଜ୍ୟ ସରକାରଙ୍କ ଜମିଜମା ସମ୍ବନ୍ଧୀୟ ବନ୍ଦୋବସ୍ତ, ଭୂମିହୀନଙ୍କୁ ଜମି ପ୍ରଦାନ କାର୍ଯ୍ୟକ୍ରମ ସୁଦୂରପ୍ରସାରୀ ହୋଇପାରିଛି। ଏହି ପଦକ୍ଷେପକୁ ପ୍ରତିନିଧି ଦଳ ସ୍ବାଗତ କରିବା ସହ ସରକାରୀଙ୍କୁ ସାଧୁବାଦ ଜଣାଇଥିଲେ। ତୃଣମୂଳସ୍ତରରେ ବିଭିନ୍ନ ସରକାରୀ ଯୋଜନା କିପରି କାର୍ଯ୍ୟକାରୀ ହେଉଛି, ତାହା ଏହି ଦଳ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ଅନୁଧ୍ୟାନ କରିବ।
ପ୍ରତିନିଧି ଦଳରେ ୧୪ ଜଣ ବରିଷ୍ଠ ପ୍ରତିରକ୍ଷା ଏବଂ ପ୍ରଶାସନିକ ଅଧିକାରୀ ରହିଛନ୍ତି। ଏହା ମଧ୍ୟରେ ୪ ଜଣ ବିଦେଶୀ ଅଧିକାରୀ ଏବଂ ୨ ଜଣ ମହିଳା ରହିଛନ୍ତି। ଜଣେ ମହିଳା ଆଇପିଏସ୍‌ ଅଧିକାରୀ ଏବଂ ଅନ୍ୟ ଜଣେ ଆଇଆରଏସ୍‌ ଅଧିକାରୀ ଅଟନ୍ତି। ସର୍ବଭାରତୀୟସ୍ତରରେ ଷ୍ଟ୍ରାଟେଜି ଲର୍ନିଂ ପାଇଁ ଡିଫେନ୍ସ ଏକାଡେମୀ ଏକ ଉତ୍କୃଷ୍ଟ ମାଧ୍ୟମ। ଏଥିରେ ସର୍ବଭାରତୀୟ ପ୍ରଶାସନିକ ସେବା ଏବଂ ଇଣ୍ଡିଆନ୍‌ ଆର୍ମଡ ଫୋର୍ସର ଅଧିକାରୀମାନେ ଅଧ୍ୟୟନ କରିଥାଆନ୍ତି। ସେହିପରି ଭାରତର ମିତ୍ର ଦେଶ ଯଥା-ଆମେରିକା, ୟୁରୋପର କେତେକ ରାଷ୍ଟ୍ର, ଶ୍ରୀଲଙ୍କା, ନେପାଳ, ୟୁଏଇ ଏବଂ ଅନ୍ୟ କେତେକ ରାଷ୍ଟ୍ରର ପ୍ରତିନିଧି ଡିଫେନ୍ସ କଲେଜରେ ଅଧ୍ୟୟନ ସୁଯୋଗ ଲାଭ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ: ଆମେରିକା ଏୟାରବେସ୍‌ ଉପରେ ଆକ୍ରମଣ କଲା ଇରାନ

ତେହରାନ,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

ଘରେ ପଶିଲେ କିଛି କହିବା ପୂର୍ବରୁ ଖଣ୍ଡାରେ ହାଣି ଲୁଟିନେଲେ  

ପରଜଙ୍ଗ,୧।୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ଗାଁରେ ସଶସ୍ତ୍ର ଡକାୟତ ହୋଇଛି। ବିଳମ୍ବିତ ରାତିରେ ଘରେ ପଶିଲେ କିଛି କହିବା ପୂର୍ବରୁ ଠେଙ୍ଗାରେ ପିଟି…

ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା 

ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…

Iran New Leader: ଖାମେନେଇଙ୍କ ପୁଅ ହେଲେ ଇରାନର ନୂଆ ସୁପ୍ରିମ ଲିଡର, ଆମେରିକାରେ ହାଇ ଆଲର୍ଟ!

ତେହରାନ୍‌,୧।୩: ଖାମେନେଇଙ୍କ ପୁଅ ହେଲେ ଇରାନର ସୁପ୍ରିମ ଲିଡର। ମୁଜତାବା ହୋସେନି ଖାମନେଇ ହେଲେ ଇରାନର ନୂଆ ନେତା। ଖାମେନେଇଙ୍କ ପୁଅ ହେଲେ ମୁଜତାବା। ଏୟାର ଷ୍ଟ୍ରାଇକରେ…

Ali Khamenei Dead: ଖାମେନେଇଙ୍କ ପରେ କିଏ? ରକ୍ତମୁଖା ହେଲା ଇରାନ

ତେହରାନ୍‌,୧।୩: ଇରାନର ସର୍ୱୋଚ୍ଚ ନେତା ଅଲି ଖାମନେଇ ଇସ୍ରାଏଲୀ ଏବଂ ଆମେରିକୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ନିଶ୍ଚିତ ହୋଇଛି ଏବଂ ଇରାନରେ ଏକ ଜାତୀୟ…

ଧର୍ମାନ୍ତରୀକରଣ ଓ ଲଭ୍ ଜିହାଦ

ଆକାର ପଟେଲ ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି…

ମାର୍ଚ୍ଚରୁ ମେ’ ପ୍ରବଳ ଗରମ

ଭୁବନେଶ୍ୱର,୧।୩(ବନ୍ଦନା ସେଠୀ): ମାର୍ଚ୍ଚ ଆରମ୍ଭ ନ ହେଉଣୁ ରାଜ୍ୟରେ ତାପମାତ୍ରା ୩୬ ଡିଗ୍ରୀ ଟପିଛି। ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା। ବିଶେଷକରି…

LPG Price Hike: ହୋଲି ପୂର୍ବରୁ ବଡ଼ ଝଟକା! ଆଜିଠୁ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର, ନୂଆ ମୂଲ୍ୟ…

ନୂଆଦିଲ୍ଲୀ, ୧।୩: ସାଧାରଣ ଲୋକଙ୍କ ପାଇଁ ବଡ଼ ଝଟକା। ହୋଲି ପୂର୍ବରୁ ୧ ମାର୍ଚ୍ଚରେ ୨୦୨୬ରେ ଏଲପିଜି ଦର ଅପଡେଟ୍ କରାଯାଇଛି। ହୋଲି ପୂର୍ବରୁ ମଧ୍ୟ ଗ୍ରାହକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri