ମୁକୁଳିଲେ ୪୨ ନିର୍ଯାତିତ ଦାଦନ: ଖାଦ୍ୟ କି ଦରମା ମିଳୁ ନ ଥିଲା

ବ୍ରହ୍ମପୁର ଅଫିସ୍‌,୫ା୧୨-କର୍ନାଟକରେ ୩ ମାସ ହେଲା ଦରମା କିମ୍ବା ଖାଦ୍ୟ ନ ପାଇ ନିର୍ଯାତିତ ହେଉଥିବା ୪୨ ଶ୍ରମିକ ନିଜସ୍ବ ଉଦ୍ୟମରେ ଘରକୁ ଫେରିଛନ୍ତି। ମଙ୍ଗଳବାର ରାତିରେ ଏକ ଟ୍ରେନ୍‌ରେ ବ୍ରହ୍ମପୁରରେ ପହଞ୍ଚିଥିଲେ। ବୁଧବାର ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଦାଖଲ କରିଥିଲେ। ସାନଖେମୁଣ୍ଡି, ହିଞ୍ଜିଳି, ଶେରଗଡ଼ ଓ ଆସିକା ବ୍ଲକ ଅର୍ନ୍ତଗତ ବିଭିନ୍ନ ଗ୍ରାମର ୪୨ ଶ୍ରମିକ ୩ ମାସ ତଳେ ୨ ଜଣ ଦଲାଲଙ୍କ ସହାୟତାରେ କର୍ନାଟକର ୱାଡ଼ି ଜଙ୍ଗସନ୍‌ରେ ଥିବା ଏକ ରେଳ କଂକ୍ରିଟ୍‌ ସ୍ଲିିପର କାରଖାନାରେ କାମ କରିବାକୁ ଯାଇଥିଲେ। ସେମାନଙ୍କୁ ମାସିକ ୧୪ ହଜାର ଟଙ୍କା ଦରମା ସହିତ ଖାଇବା ଓ ରହିବା ପ୍ରତିଶ୍ରୁତି ଦିଆଯାଇଥିଲା। ଆଡ଼ପଡ଼ାର ଅଳୟ ସାମଲ, ମହେନ୍ଦ୍ର ଜେନା ଏବଂ ସେମାନଙ୍କର ଦୁଇ ସହଯୋଗୀ ଭୀଷ୍ମଗିରିର ବି. ରାଜା ରେଡ୍ଡୀ ଏବଂ ଖଲ୍ଲିକୋଟର ଆଲୋକ ପ୍ରମୁଖଙ୍କ ସହାୟତାରେ କର୍ନାଟକ ଯାଇଥିଲେ। ସେଠାରେ ସେମାନଙ୍କୁ ବିନା ଓଭର ଡ଼୍ୟୁଟିରେ ଦୈନିକ ୧୦ରୁ ୧୨ ଘଣ୍ଟା ଖଟାଇବା ସହ ବିଭିନ୍ନ ନିର୍ଯାତନା ଦିଆଯାଉଥିଲା। ଦୈନିକ ତିନି ଥର ପରିବର୍ତ୍ତେ ଦୁଇଥର ଖାଇବାକୁ ଦେବା ସହ ମାସ ଶେଷରେ ମଜୁରି ଆଦୌ ନ ଦେଇ ଖଟାଗଲା । ଠିକାଦାରର ମନମୁଖୀ କାମର ପ୍ରତିବାଦ କଲେ ଏହି ଶ୍ରମିକମାନଙ୍କୁ ଉପରୋକ୍ତ ଦଲାଲଙ୍କ ଦ୍ୱାରା ନିଯୁକ୍ତ ଗୁଣ୍ଡାମାନେ ମାଡ଼ ମାରିବା ସହ ହତ୍ୟା କରିବାକୁ ଧମକ ଦେଉଥିଲେ। ଏପରିକି ଶ୍ରମିକମନେ ଘରକୁ ଫେରିବାକୁ ଚାହିଁଲେ ବି ସେମାନେ ଛାଡ଼ୁ ନ ଥିଲେ। ଏହିଭଳି ଆତଙ୍କିତ ଅବସ୍ଥାରେ ସେମାନେ ଦୀର୍ଘ ୩ ମାସ ଧରି କାମ କରିବା ପରେ ନିଜ ହକ୍‌ ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସର ଆଶ୍ରୟ ନେଇଥିଲେ। ସେମାନଙ୍କ ମଧ୍ୟସ୍ତତାରେ ଶ୍ରମିକମାନଙ୍କୁ ୩ ମାସର ପ୍ରାପ୍ୟ ଦେବାକୁ ଠିକାଦାର ରାଜି ହୋଇଥିଲେ ମଧ୍ୟ ପରେ ସବୁ ଦଲାଲମାନଙ୍କୁ ଦେଇ ଦିଆଗଲା। ସେମାନଙ୍କଠାରୁ ନେଇଯିବାକୁ ଠିକାଦାରଙ୍କ ପକ୍ଷରୁ କୁହାଗଲା। ଏ ନେଇ ଥାନାରେ ଅଭିଯୋଗ କଲେ ସେମାନେ ଧମକ ଦେଇଛନ୍ତି। ଏହିଭଳି ପରିସ୍ଥିତିରେ ସମ୍ପୃକ୍ତ ଶ୍ରମିକମାନେ ଜୀବନ ବିକଳରେ ମଙ୍ଗଳବାର ସନ୍ଧ୍ୟାରେ ବ୍ରହ୍ମପୁର ଫେରିବା ସହ ଗୁରୁବାର ଆଇଏଫ୍‌ଟିୟୁର ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କ ସହଯୋଗରେ ସ୍ଥାନୀୟ ଜିଲା ଶ୍ରମ ଅଧିକାରୀ ବାବୁ ପାତ୍ର ଏବଂ ଶ୍ରମ କମିଶନର ଦିପ୍ତୀ ରଞ୍ଜନ ମହାନ୍ତିଙ୍କୁ ସାକ୍ଷାତ କରିଥିଲେ । ସମ୍ପୃକ୍ତ ଦଲାଲଙ୍କଠାରୁ ପ୍ରାପ୍ୟ ପାଇବା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ଶ୍ରମିକମାନଙ୍କ ପକ୍ଷରୁ ମିଥୁନ ପ୍ରଧାନ, କାଳିଆ ଭୋଳ, କାହ୍ନା ମହାନ୍ତି, ସୁଦାମ ସେଠୀ, ସନାତନ ଗୌଡ଼ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଶ୍ରମିକମାନଙ୍କ ବୟାନ ରେକର୍ଡ଼ କରାଯାଇଥିଲା। ଶ୍ରମ ଅଧିକାରୀଙ୍କ ସହାୟତାରେ ଗଁାକୁ ଫେରିଛନ୍ତି । ଜିଲାରେ ବେଆଇନ ଭାବେ ଦଲାଲାମାନଙ୍କ ଜରିଆରେ ଚାଲିଥିବା ଏଭଳି ଶ୍ରମିକ ଚାଲାଣ ଏବଂ ଶୋଷଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଇଏଫ୍‌ଟିୟୁ ପକ୍ଷରୁ ଶ୍ରମିକ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ଦାବି କରିଛନ୍ତି । ଗୁରୁବାର ଉପରୋକ୍ତ ଶ୍ରମିକମାନଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଏସ୍‌ପିଙ୍କୁ ଭେଟି ସମ୍ପୃକ୍ତ ଦଲାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବ ବୋଲି ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri