Posted inଜାତୀୟ

ମୁକୁଳିଲେ ଭାରତୀୟ ଦୂତାବାସର ୨ ଅଧିକାରୀ

ନୂଆଦିଲ୍ଲୀ,୧୬ା୬: ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରୁ ୨ ଅଧିକାରୀ ସୋମବାର ସକାଳୁ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୭ ଘଣ୍ଟା ପରେ ପାକ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ମୁକ୍ତ କରିଦେଇଛନ୍ତି। ସେମାନେ ସକାଳ ସାଢ଼େ ୮ଟା ସମୟରେ କୌଣସି ଅଫିସ କାର୍ଯ୍ୟରେ ବାହାରକୁ ଯାଇ ଆଉ ଫେରି ନ ଥିଲେ। ଭାରତ ସରକାର ଏନେଇ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦୁଇ ଭାରତୀୟ ଅଧିକାରୀ ଗାଡ଼ି ଧକ୍କା ଦେଇ ଗିରଫ ହୋଇଥଲେ ବୋଲି କୁହାଯାଉଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ପାକ୍‌ ରାଷ୍ଟ୍ରଦୂତଙ୍କୁ ସମନ କରି ଦୃଢ଼ ପ୍ରତିବାଦ ଜଣାଇବା ପରେ ଇସ୍‌ଲାମାବାଦ ସେମାନଙ୍କୁ ମୁକ୍ତ କରିଦେଇଛି। ସେମାନେ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟକୁ ଫେରିଥିବା ଜଣାପଡିଛି। ସେମାନେ ଦୁର୍ଘଟଣା ଘଟାଇ ପଳାଇଯାଉଥିବା ଅଭିଯୋଗରେ ଗିରଫ ହୋଇଥିବା ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ଗୁପ୍ତଚର ବୃତ୍ତି ଅଭିଯୋଗରେ ଭାରତ ସରକାର ଦୁଇଜଣ ପାକିସ୍ତାନୀ ଅଧିକାରୀଙ୍କୁ ବହିଷ୍କୃତ କରିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଏହା ପରେ ପାକିସ୍ତାନ ଅନୁରୂପ ପଦକ୍ଷେପ ନେଇପାରେ ବୋଲି ଆଶଙ୍କା କରାଯାଉଥିଲା। ଭାରତୀୟ କୂଟନୀତିଜ୍ଞ ଏବଂ ବାଣିଜି୍ୟକ ଦୂତାବାସର କର୍ମଚାରୀମାନଙ୍କ ଉପରେ ପାକ୍‌ କର୍ତ୍ତୃପକ୍ଷ ନିରନ୍ତର ନଜର ରଖୁଥିବାରୁ ସେମାନଙ୍କ ପାଇଁ କାମ କରିବା କଷ୍ଟକର ହୋଇପଡ଼ିଥିଲା। କିଛି ସପ୍ତାହ ପୂର୍ବରୁ ଭାରତ ବ୍ୟାପାର ଦାୟିତ୍ୱରେ ଥିବା ଗୌରଭ ଆଲୁଓ୍ବାଲିଆଙ୍କ କାରକୁ ପାକ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ସଦସ୍ୟ ପିଛା କରିଥିଲେ। ପାକିସ୍ତାନୀ ସଂସ୍ଥାଗୁଡ଼ିକ ଭାରତୀୟ ଅଧିକାରୀଙ୍କୁ କ୍ରମାଗତ ଭାବେ ହଇରାଣ କରୁଥିବା ନେଇ ଗତ ମାର୍ଚ୍ଚରେ ସେଠାରେ ଥିବା ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପାକ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିକଟରେ ପ୍ରତିବାଦ କରିଥିଲା। ମାର୍ଚ୍ଚରେ ଏଭଳି ୧୩ ଥର ହଇରାଣ କରାଯାଇଥିବା ନେଇ ଅଭିଯୋଗ ହେବା ସହ ଏହାର ତଦନ୍ତ କରିବାକୁ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପାକ୍‌ କର୍ତ୍ତୃପକ୍ଷଙ୍କୁ କହିଥିଲା। ପାକ୍‌ ସଂସ୍ଥାଗୁଡ଼ିକର ବ୍ୟବହାର ଭିଏନା କୂଟନୈତିକ ସମ୍ପର୍କ ଚୁକ୍ତିନାମା, ୧୯୬୧ ଏବଂ କୂଟନୈତିକ ସହାୟତା ପାଇଁ ୧୯୯୨ରେ ଦୁଇଦେଶ ମଧ୍ୟରେ ସ୍ବାକ୍ଷର ହୋଇଥିବା ଦ୍ୱିପାକ୍ଷିକ ଆଚାର ସଂହିତାର ଉଲ୍ଲଂଘନ ବୋଲି ଗତ ଶୁକ୍ରବାର ଭାରତ ଇସ୍‌ଲାମାବାଦକୁ ଜଣାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?