ମୁକୁଳାପଡ଼ିଛି ନଦୀବନ୍ଧ

ବାଲେଶ୍ୱର ଅଫିସ,୨୩।୭(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲାର ରେମୁଣା ଓ ସଦର ବ୍ଲକ ମଧ୍ୟ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀରେ ବନ୍ୟାଜଳ ଅଧିକାଂଶ ବର୍ଷ କୂଳ ଲଂଘୁଛି। ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ବସୁଥିଲେ ବି ଏହାର ସ୍ଥାୟୀ ପ୍ରତିକାର ଲାଗି କୌଣସି ପଦକ୍ଷେପ ନିଆଯାଉନାହିଁ। ଅନେକ ସ୍ଥାନରେ ନଦୀବନ୍ଧ ମୁକୁଳା ପଡିଥିବା ବେଳେ ଜଳସେଚନ ବିଭାଗ ପକ୍ଷରୁ ଏହାର ମରାମତି ସହ ପଥର ପ୍ୟାକିଂ କରାଯାଉ ନାହିଁ ା ବର୍ଷାଦିନେ କୂଳ କ୍ଷୟ ଘଟି ନଦୀ ଗତିପଥ ବଦଳାଉଥିବାରୁ ଏଥର ବନ୍ୟା ଆସିଲେ ସ୍ଥିତି ଗମ୍ଭୀର ରୂପ ନେବ ବୋଲି ଅଞ୍ଚଳବାସୀ ଆଶଙ୍କା ବ୍ୟକ୍ତ କରିିଛନ୍ତି।
ରେମୁଣା ବ୍ଲକର କାଠସଗଡ଼ା, ମନ୍ଦାରପୁର, ନହରପାଟଣା, ଧରମପୁର, ଦହପଡ଼ା ପଞ୍ଚାୟତର ଅନେକ ଗ୍ରାମ ବୁଢ଼ାବଳଙ୍ଗ ନଦୀର ଉଭୟ ପାର୍ଶ୍ୱରେ ରହିଛି। ଏହି ଅଞ୍ଚଳକୁ ସୁରକ୍ଷା ଦେବା ଲାଗି ନଦୀବନ୍ଧକୁ ସୁଦୃଢ କରାଯାଉ ନ ଥିବାରୁ ବନ୍ୟା ବିପତ୍ତି ଲୋକଙ୍କ ଚିର ସହଚର ପାଲଟିଛି। କାଠସଗଡ଼ା, ମନ୍ଦାରପୁର ଅଞ୍ଚଳରେ ୧୬ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ପ୍ରାୟ ୧୫୦ମିଟର ନଦୀବନ୍ଧରେ ପଥର ପ୍ୟାକିଂ ଲାଗି ୨୦୧୮ରେ ଟେଣ୍ଡର ଡକାଯାଇଥିଲା। ଚଳିତବର୍ଷ ଜୁଲାଇ ୨୯ତାରିଖ ସୁଦ୍ଧା କାର୍ଯ୍ୟ ସାରିବାକୁ ସମୟସୀମା ନିର୍ଦ୍ଧାରଣ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ନାମକୁ ମାତ୍ର ଆଂଶିକ କାମ କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି କାଠସଗଡ଼ା ଗ୍ରାମର ୟୁକାଲିପଟାସ ପଦାଠାରୁ ଉତ୍ତରରୁ ପ୍ରାୟ ୧୫୦ରୁ ୨୦୦ ମିଟର ପଥର ପ୍ୟାକିଂ କାମ ଆଦୌ ଆରମ୍ଭ ହୋଇନାହଁି। ବର୍ଷାଭାବସ୍ଥିତି ଯୋଗୁ ବର୍ତ୍ତମାନ ନଦୀକୂଳ ଶୁଖିଲା ପଡ଼ିଥିବା ସତ୍ତ୍ୱେ କାର୍ଯ୍ୟ ତ୍ୱରାନ୍ବିତ କରିବା ସକାଶେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ବିଭାଗୀୟ ଉଦାସୀନତା ପଦାରେ ପଡିଛି। ଯଦି ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସେ କାଠସଗଡ଼ାଠାରେ ଅଧା ନଷ୍ଟ ହୋଇଥିବା ନଦୀବନ୍ଧ ନିଶ୍ଚିନ୍ତ ଭାଙ୍ଗିଯିବ ଏବଂ ରେମୁଣା ବ୍ଲକର ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ କ୍ଷତିଗ୍ରସ୍ତ ହେବ ବୋଲି ଅଞ୍ଚଳବାସୀ କହିିଛନ୍ତି।
ନଦୀବନ୍ଧର ସ୍ଥିତି ଦୁର୍ବଳ ଥିବା ହେତୁ ପ୍ରତିବର୍ଷ କୂଳକ୍ଷୟ ଘଟି ଏହାର ଗତିପଥ ବଦଳିବା ଯୋଗୁ ନଈଆଡ଼ି ପଦାରେ ଥିବା ଅନେକ ବଡ଼ ବଡ଼ ଗଛ ନଦୀଗର୍ଭକୁ ଟାଣି ହୋଇଗଲାଣି। ଏଣୁ ମନ୍ଦାରପୁର ଅଞ୍ଚଳ ପ୍ରତି ବିପତ୍ତି ଆଶଙ୍କା ବଢିିଛି। ଏ ସମ୍ପର୍କରେ ମନ୍ଦାରପୁର ସରପଞ୍ଚ ସୁଜାତା ଦାସ କହିଛନ୍ତି, ଅଟକଳ ଅନୁସାରେ ନଦୀବନ୍ଧ କାମ ହେଉ ନ ଥିବା ଜାଣି ଗ୍ରାମର ଲୋକେ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ନଦୀବନ୍ଧ ପ୍ୟାକିଂ କାମରେ ବଡ଼ ବଡ଼ ପଥର ପରିବର୍ତ୍ତେ ଛୋଟ ଛୋଟ ପଥର ବ୍ୟବହାର କରାଯିବା ଯୋଗୁ ଏହାକୁ ଲୋକେ ବିରୋଧ କରିଥିଲେ। ଏଣୁ ଛୋଟ ପଥର ବଦଳାଇବାକୁ ବିଭାଗୀୟ ଯନ୍ତ୍ରୀ ନିର୍ଦ୍ଦେଶ ଦେବା ପରଠାରୁ କାମ ବନ୍ଦ ରହିଛି। ଏ ସମ୍ପର୍କରେ ଜଳସେଚନ ବିଭାଗ ଏସ୍‌ଡ଼ିଓ ନିର୍ମଳକାନ୍ତି ଜେନାଙ୍କୁ ଜେନାଙ୍କୁ ପଚାରିବାରୁ କହିଛନ୍ତି, ଗତ ସାଧାରଣ ନିର୍ବାଚନ ଯୋଗୁ କାର୍ଯ୍ୟରେ ବିଳମ୍ବ ଘଟିଛି। ବିଭାଗ ପକ୍ଷରୁ ତାଗିଦ୍‌ କରାଯିବା ପରେ ଏହାମଧ୍ୟରେ ସମୟ ଅବଧି ବୃଦ୍ଧି କରିବାକୁ ସମ୍ପୃକ୍ତ ଠିକାଦାର ଆବେଦନ କରିଛନ୍ତି। ଏହାସତ୍ତ୍ୱେ ଯଥାଶୀଘ୍ର କାର୍ଯ୍ୟ ଶେଷ କରାଯିବ ବୋଲି ସେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri