Posted inଖେଳ

ମୁଁ କୋହଲିଙ୍କ ଭଳି: ଓ୍ବାର୍ନରଙ୍କ ଝିଅ

ସିଡ୍‌ନୀ,୧୧।୧୧(ପି.ଟି.)- ମୁଁ ବିରାଟ କୋହଲିଙ୍କ ଭଳି। ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଧୂଅଁାଧାର ଓପନର ଡେଭିଡ ଓ୍ବାର୍ନରଙ୍କ ଝିଅ ଇଭି ମାଏ। ବାପା ଡେଭିଡ୍‌ ଓ୍ବାର୍ନରଙ୍କ ସହ ଘରେ କ୍ରିକେଟ ଖେଳିବା ବେଳେ ଇଭି ଏହି କଥା କହିଛନ୍ତି। ଓ୍ବାର୍ନରଙ୍କ ସ୍ତ୍ରୀ କଣ୍ଡାଇସ୍‌ ଓ୍ବାର୍ନର ଏକ ଭିଡିଓ ଶୁଟ୍‌ କରିଥିଲେ। ଇଭିଙ୍କୁ ବାପା ଓ୍ବାର୍ନର ବଲ୍‌ ପକାଉଥିଲେ। ବ୍ୟାଟିଂ ପାଇଁ ପ୍ରସ୍ତୁତ୍‌ ହେଉଥିବା ବେଳେ ‘ମୁଁ କୋହଲିଙ୍କ ଭଳି’ ବାରମ୍ବାର କହୁଥିବା ଭିଡିଓରେ ଦେଖାଯାଇଛି।
ସୀମିତ ଓଭର କ୍ରିକେଟରେ ଓ୍ବାର୍ନର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହୁଅନ୍ତି। ତେବେ ତାଙ୍କ ଝିଅ କୋହଲିଙ୍କୁ ପସନ୍ଦ କରୁଛନ୍ତି। ଏହା ଏକ ମଜାଦାର ଘଟଣା ବୋଲ କୁହାଯାଇପାରେ। ୩୩ ବର୍ଷୀୟ ଓ୍ବାର୍ନର ଏହି ଭିଡିଓ ନିଜ ଇନ୍‌ଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି। ଝିଅ କୋହଲିଙ୍କ ଭଳି ହେବାକୁ ଚାହୁଁଛି। ତେବେ ଏ ନେଇ ମୁଁ ନିଶ୍ଚିତ ନୁହଁ ବୋଲି ଓ୍ବାର୍ନର କ୍ୟାପ୍‌ଶନରେ ଉଲ୍ଲେଖ କରିଛନ୍ତି। ଓ୍ବର୍ନରଙ୍କ ପତ୍ନୀ ମଧ୍ୟ ସମାନ ଭିଡିଓ ଟୁଇଟରରେ ପୋଷ୍ଟ କରିଛନ୍ତି। ଏହି ଛୋଟିଆ ଝିଆ ବହୁତ ସମୟ ଭାରତରେ କଟାଇଛି। ସେ ବିରାଟ କୋହଲିଙ୍କ ଭଳି ହେବାକୁ ଚାହୁଁଛି ବୋଲି କ୍ୟାପଶନରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri