ମିଳୁନି ପ୍ରୋତ୍ସାହନ : କ୍ରୀଡ଼ାରୁ ମୁହଁ ଫେରାଉଛନ୍ତି ଯୁବପିଢ଼ି

ପୁରୀ ଅଫିସ,୫ା୮ : ପୁରୀ ଜିଲାରେ ବହୁ ପ୍ରତିଭାବାନ ଖେଳାଳି ଉପେକ୍ଷିତ ହେଉଛନ୍ତି। ସେହିପରି କ୍ରୀଡ଼ାରୁ ମୁହଁ ଫେରାଇ ନେଉଛନ୍ତି ଯୁବ କ୍ରୀଡ଼ାବିତ୍‌। ଏକଦା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପୁରୀ ଜିଲାର ଅନେକ କ୍ରୀଡାବିତ୍‌ ସଫଳତା ହାସଲ କରିଥିଲେ। ମାତ୍ର ଏବେ କ୍ରୀଡ଼ା ପ୍ରତି ପ୍ରଶାସନ ଆଉ ବିଶେଷ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଜିଲାରେ ଉନ୍ନତମାନର ଷ୍ଟାଡିୟମ ନ ଥିବାରୁ ରାଜ୍ୟ କି ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ହୋଇ ପାରୁନାହିଁ। ଖେଳାଳିମାନେ କ୍ରୀଡ଼ାଭ୍ୟାସ ପାଇଁ ଜିଲା ସ୍କୁଲ ଓ ଏସ୍‌ସିଏସ୍‌ କଲେଜ ଖେଳପଡ଼ିଆ ଉପରେ ନିର୍ଭର କରୁଥିଲେ। ମାତ୍ର ତାହାକୁ ସର୍ବସାଧାରଣଙ୍କ ବ୍ୟବହାର ଲାଗି କଟକଣା ପରେ କ୍ରୀଡ଼ାଭ୍ୟାସରୁ ବଞ୍ଚତ୍ତ ହେବାକୁ ପଡୁଛି। ଅନ୍ୟପଟେ ଏକମାତ୍ର ଭରସା ପାଲଟିଥିବା ଇନଡୋର ଷ୍ଟାଡିୟମ୍‌ ଚାରିପଟେ ଅନାବନା ଗଛଲତା ମାଡ଼ିିଗଲାଣି। ଷ୍ଟାଡିୟମ ସାରା ଗୋଡ଼ିପଥର ପଡ଼ି ରହିଥିବା ବେଳେ କଣ୍ଟାଗଛ ଉଠିଛି। ତେଣୁ ଏଠାରେ ମଧ୍ୟ ଅଭ୍ୟାସ କରିପାରୁନାହାନ୍ତି ଖେଳାଳି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ଓ ପ୍ରୋତ୍ସାହନ ଅଭାବ ସାଙ୍ଗକୁ ପ୍ରଶାସନିକ ଉଦାସୀନତାକୁ ଦାୟୀ କରିଛନ୍ତି କ୍ରୀଡ଼ାବିତ ଏବଂ କ୍ରୀଡ଼ାପ୍ରେମୀ।
ଜିଲା କ୍ରୀଡ଼ା ସଂସଦ ପକ୍ଷରୁ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଷ୍ଟାଡ଼ିୟମ ନିର୍ମାଣ ନେଇ ଅନିଶ୍ଚିତତା ଲାଗିରହିଛି। ଏହା ଏବେ ମୁକ୍ତାକାଶ ଶୌଚାଳୟରେ ପରିଣତ ହୋଇଛି। ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ଲାଗି ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ୮ଏକର ୫୮୦ ଡେସିମିଲ୍‌ ଜମି ୯୦ବର୍ଷ ପାଇଁ ଲିଜ୍‌ ସୂତ୍ରରେ ଜିଲା କ୍ରୀଡ଼ା ସଂସଦକୁ ହସ୍ତାନ୍ତର କରିଥିଲେ। ଇତିମଧ୍ୟରେ ଦୀର୍ଘ ବର୍ଷ ବିତିଲାଣି। ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ପ୍ରସ୍ତାବିତ ଷ୍ଟାଡିୟମରେ ଅଳିଆ ଆବର୍ଜନା ଗଦା ହୋଇଥିବାବେଳେ ପାଚେରି ଭାଙ୍ଗିପଡ଼ିିଛି। ଫନୀ ବାତ୍ୟାରେ ଷ୍ଟାଡିୟମ ଅଧୀନରେ ଥିବା ଦୋକାନ ଗୃହ ଦୁର୍ବଳ କାନ୍ଥ ପଡ଼ିିଯାଇଥିଲା। ବର୍ତ୍ତମାନ ସୁଦ୍ଧା ମରାମତି କରାଯାଇନାହିଁ। ଲିଜ୍‌ ସୂତ୍ରରେ ଦିଆଯାଇଥିବା ଦୋକାନ ଗୃହଠାରୁ ଆଦାୟ ହେଉଥିବା ଅର୍ଥର କୌଣସି ହିସାବ ରହୁ ନ ଥିବା ଅଭିଯୋଗ ହେଉଛି।
ଗତ ୧୦ବର୍ଷ ମଧ୍ୟରେ କ୍ରୀଡ଼ା ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆସିଛି। ମାତ୍ର କାମ ଶୂନ। ତେଣୁ ଏ ନେଇ ତଦନ୍ତ ଲାଗି ସାଧାରଣରେ ଦାବି ହେଉଛି। ଷ୍ଟାଡିୟମ ନିର୍ମାଣ ବାବଦ ଆସିଥିବା ୨୭କୋଟି ଟଙ୍କାକୁ ହଡପ ପାଇଁ ଯୋଜନା ଚାଲିଥିବା କେତେଜଣ କ୍ରୀଡାବିତ୍‌ ଜିଲାପାଳଙ୍କ ନିକଟରେ ଅଭିଯୋଗ ଆଣି ତଦନ୍ତ ଦାବି କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଅନ୍ୟପଟେ ଗତ ୧୦ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ଧରି ଜିଲା କ୍ରୀଡା ସଂସଦ ଅଚଳ ହୋଇପଡ଼ିିଛି। ନିୟମ ମୁତାବକ ପ୍ରତି ଦୁଇବର୍ଷ ବ୍ୟବଧାନରେ କର୍ମକର୍ତ୍ତା ଚୟନ ହେବା କଥା। ମାତ୍ର ତାହା ହେଉନାହିଁ। ଫଳରେ କ୍ରୀଡା ସଂସଦର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ବାଚନ ପାଇଁ ନିକଟରେ କେତେଜଣ କ୍ରୀଡାବିତ୍‌ ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ପ୍ରସ୍ତାବିତ ଷ୍ଟାଡିୟମ ନିର୍ମାଣରେ ପ୍ରତିବନ୍ଧକ ସାଜିଛି ବୋଲି କ୍ରୀଡା ସଙ୍ଗଠକ ସବ୍ୟସାଚୀ ରଥ କହିଛନ୍ତି। ଜିଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ କହିଛନ୍ତି, ଜିଲାରେ କ୍ରୀଡ଼ାର ବିକାଶ ଲାଗି ଗୁରୁତ୍ୱ ଦିଆଯାଉଛି। ବାତ୍ୟାରେ କ୍ରୀଡ଼ା ଛାତ୍ରାବାସ କ୍ଷତିଗ୍ରସ୍ତ ହୋଇଥିଲା। ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ଦିଆଯାଇଛି। ପ୍ରସ୍ତାବିତ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ଠିକା ସଂସ୍ଥା। ଜିଲା କ୍ରୀଡ଼ା ସଂସଦ ନିର୍ବାଚନ ସମ୍ପର୍କରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ପୁରୀ ଜିଲାରେ କ୍ରୀଡ଼ାର ବିକାଶ ଲାଗି ଗୁରୁତ୍ୱ ଦିଆଯିବ। ଏଥିଲାଗି ଅନ୍ତର୍ଜାତୀୟସ୍ତରୀୟ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri