ମିଳୁନି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପ୍ରୋତ୍ସାହନ ରାଶି, ହିତାଧିକାରୀ ନିରାଶ

କୁଆଁରମୁଣ୍ଡା, ୨୪।୪(ଡି.ଏନ.ଏ.)-ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଗରିବ ପରିବାରକୁ ଚିହ୍ନଟ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନାରେ କଂକ୍ରିଟ ଛାତ ଘର ନିର୍ମାଣ ନିମନ୍ତେ ସରକାରୀ ସହାୟତା ପ୍ରଦାନ କରାଯାଉଛି। ପୁଣି ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଯଦି ହିତାଧିକାରୀ ଗୃହ ନିର୍ମାଣ ସମ୍ପୂର୍ଣ୍ଣ କରନ୍ତି, ତେବେ ତାଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବା ପାଇଁ ସ୍ବୀକୃତି ପ୍ରଦାନ କରାଯାଇଛି। ମାତ୍ର ବିଡମ୍ବନାର ବିଷୟ ଯେ, ଗରିବ ହିତାଧିକାରୀ ଦିନରାତି ଏକାକାର କରି ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରୁଥିଲେ ମଧ୍ୟ ତାହା ସେମାନଙ୍କୁ ମିଳୁ ନ ଥିବା ଅଭିଯୋଗ ହେଉଛି। ସେମାନଙ୍କର ଏହି ଆଶା କେବଳ ଆଶାରେ ହିଁ ରହିଯାଉଥିବା ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି। ଏଥିପାଇଁ ସେମାନେ ସ୍ଥାନୀୟ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ସୁନ୍ଦରଗଡ଼ ଜିଲା ଆଦିବାସୀବହୁଳ କୁଆଁରମୁଣ୍ଡା ବ୍ଲକ। ଏହି ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ଗଞ୍ଜୁବସ୍ତିର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ସରସ୍ବତୀ ରାଉତ୍‌ ଗତ ୨୦୧୭-୧୮ ବର୍ଷ ନିମନ୍ତେ ପଞ୍ଚାୟତରୁ ପିଏମ୍‌ଏୱାଇ (ପ୍ରଧାନମନ୍ତ୍ରୀ ଆବାସ ଯୋଜନା)ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ। କାର୍ଯ୍ୟାଦେଶ ପାଇବାର ପ୍ରଥମ ୪ ମାସ ମଧ୍ୟରେ ଗୃହ ନିମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସରକାରଙ୍କ ପ୍ରୋତ୍ସାହନ ବାବଦ ୨୦ ହଜାର ଟଙ୍କା ପାଇବା ପାଇଁ ମାସ ମାସ ଧରି ଅନାଇ ବସିଛନ୍ତି। ଏହା ସହ ତାଙ୍କ ଘରକୁ ବିପିଏଲ୍‌ ବିଦ୍ୟୁତ୍‌  ସଂଯୋଗ ପାଇଁ ବିଭାଗ ପକ୍ଷରୁ କେବଳ ବଙ୍କା ପାଇପ ଓ ମିଟର ଲଗାଯାଇଛି,ମାତ୍ର ବିଦ୍ୟୁତ୍‌ ସଂଯୋଗ ଦିଆ ନ ଯିବା ସମ୍ପୂର୍ଣ୍ଣଭାବେ ସରକାରୀ ଉଦାସୀନତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ପଦ୍ମପୁର ଗ୍ରାମକୁ ଯିବା ବେଳେ ପିଏମ୍‌ଏୱାଇ ହିତାଧିକାରୀ ସରସ୍ବତୀ ରାଉତ୍‌ ଧରିତ୍ରୀ ପ୍ରତିନିଧିଙ୍କୁ ଭେଟି ଏହି ଦୁଃଖଦ ଘଟଣା ସମ୍ପର୍କରେ ଜଣାଇଛନ୍ତି। ଏ ନେଇ ପଦ୍ମପୁର ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବବ୍ରତ ଦାସଙ୍କୁ ଅବଗତ କରାଯିବା ପରେ ସେ କହିଲେ ଯେ, ସରସ୍ବତୀଙ୍କ ଭଳି ଆହୁରି ଅନେକ ହିତାଧିକାରୀ ନିର୍ଦ୍ଧାରିତ ସମୟରେ ଗୃହ ନିର୍ମାଣ କରିଥିଲେ ମଧ୍ୟ କାହାରିକୁ ପ୍ରୋତ୍ସାହନ ରାଶି ମିଳିନାହିଁ। ଉପର ସ୍ତରରୁ ଏହି ଟଙ୍କା ଆସିଲେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଦାସ କହିଛନ୍ତି। କାର୍ଯ୍ୟାଦେଶ ଫର୍ମରେ ସ୍ପଷ୍ଟ ଲେଖାଅଛି ଯେ, ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଗୃହ କାର୍ଯ୍ୟ ଆରମ୍ଭ ନ ହେଲେ/ସମ୍ପୂର୍ଣ୍ଣ  କରା ନ ଗଲେ ଦିଆଯାଇଥିବା କାର୍ଯ୍ୟାଦେଶ ରଦ୍ଦ କରାଯିବ ଏବଂ ପ୍ରଦାନ କରାଯାଇଥିବା ଅର୍ଥରାଶି ଆଦାୟ ନିମନ୍ତେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଯଦି ହିତାଧିକାରୀ ନିର୍ଦ୍ଧାରିତ ୪ ମାସ ଅବା ୬ ମାସ ସମୟ ଅବଧି ମଧ୍ୟରେ ଗୃହ କାର୍ଯ୍ୟ ନିର୍ମାଣ ସମ୍ପୂର୍ଣ୍ଣ କରୁଛି, ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନରେ ବିଭାଗୀୟ ଅବହେଳା ପାଇଁ କି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ହିତାଧିକାରୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ତେବେ ସେ ଯାହା ହେଉନା କାହିଁକି ଘଟଣା ଉପରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସମେତ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁ ଆକ୍ରମଣରେ ମହିଳା ଆହତ

ସମ୍ବଲପୁର,୧୮।୫(ବ୍ୟୁରୋ): ସମ୍ବଲପୁର ଧମା ରେଞ୍ଜ କେଶାପାଲି ସେକ୍ସନ ଗହୀରପାଲି ଗାଁରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଜଣେ ମହିଳା ଆହତ ହୋିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର...

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଗ୍ୟାସ୍‌ ଟ୍ୟାଙ୍କର-କୋଇଲା ବୋଝେଇ ଟ୍ରକ୍‌: ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସମ୍ବଲପୁର,୧୪।୧୨(ବ୍ୟୁରୋ): ସମ୍ବଲପୁର-ଅନୁଗୋଳ ଜାତୀୟ ରାଜପଥ ୫୫ନଂ. ଯୁଯୁମୁରା ଥାନା ଛକ ନିକଟରେ ଶନିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଏଲ୍‌ପିଜି...

ବୁଢ଼ାବୁଢ଼ି ଭତାରୁ ବଁଚିତ୍‌ କୁଆଦେଇ : ବଢ଼ୁଛେ ବଏସ୍‌, କମୁଛେ ଆଶ୍‌

ଲାଠୋର, ୯ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବୁଢ଼ାବୁଢ଼ି, ବିଧବା, ଦିବ୍ୟାଙ୍ଗମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ...

ଘରଭଙ୍ଗା ସହାୟତା ପାଇଁ ଦାବିପତ୍ର

ବାଲିଅନ୍ତା,୩୧ା୧୨(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’ରେ ଘର ଭାଙ୍ଗିଯାଇଥିବା ହିତାଧିକାରୀଙ୍କୁ ସରକାରୀ ସହାୟତା ପ୍ରଦାନ ଦାବିରେ ସୋମବାର ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ସ୍ବାଇଁଙ୍କୁ ସୋମବାର...

ସରକାରୀ ସହାଯ୍‌ ଅପେକ୍ଷାରେ ଡମ୍ବରୁଧର

ଲାଠୋର, ୧ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ଡମ୍ବରୁଧର ନାଗ(୫୮)। ତାକର ପରିବାର କହେଲେ ମାଏକିନା ଯଶୋଦା(୫୨) ଆର ପୁଷିଅଁା...

ଦେବଗଡ଼ ବିଧାନସଭା: ଭାଜପା ଆଗୁଆ

ଦେବଗଡ଼,୨୩।୫: ଦେବଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ଆଗରେ ରହିଛନ୍ତି। ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ୭୩୯୭ ଭୋଟ ପାଇଥିବା ବେଳେ...

ଭିମ୍‌ସାରରେ ଏମ୍‌ବିବିଏସ୍‌ ପରୀକ୍ଷା ସ୍ଥଗିତ

ସମ୍ବଲପୁର ଅଫିସ୍‌,୧୪।୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲ, କଲେଜ୍‌ ବନ୍ଦ କରିଦେଇଛନ୍ତି। ସେହିପରି ଭିମ୍‌ସାରରେ...

କଥା ଦେଇ ପାସ୍‌ରି ଦେଲା ପରଶାସନ:୬ ମାସ ହେଲା ଗଛ୍‌ତଲ ହେଇଛେ ପୁନୀର ଠିକନା

ବିନିକା,୨୭ା୬ (ଡି.ଏନ୍‌.ଏ):  ମୁନୁଷ୍‌ ଜାନିଶୁନି କେଭେ ପାଗଲ ନାଇଁ ହୁଏ। ପରିସ୍ଥିତି ତାହାକେ ଇ ଅବସ୍‌ତାକେ ପୁହୁଁଚେଇ ଦେସି। ତାର ସୋରସୁତର ନାଇଁ ରହେ, ଯେତେବେଲେ...

Advertisement
Archives

Model This Week