ମିନିମମ୍‌ ବାଲାନ୍ସ ନିୟମ ବାଦ୍‌ ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୨ା୩: ଦେଶର ପ୍ରମୁଖ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର ମିନିମମ୍‌ ବାଲାନ୍ସ ନିୟମକୁ ବୁଧବାର ବାଦ ଦିଆଯାଇଛି। ଏହା ଫଳରେ ଏସ୍‌ବିଆଇରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ଖାତାରେ ମିନିମମ୍‌ ଧାର୍ଯ୍ୟ ବାଲାନ୍ସ ନ ରଖିଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଏହାବାଦ ବ୍ୟାଙ୍କ ସଞ୍ଚୟ ଖାତା ଉପରେ ସୁଧହାରକୁ ୩%କୁ କମାଇ ଦେଇଛି। ଫଳରେ ୪୪.୫୧ କୋଟି ଗ୍ରାହକ ଏହା ଦ୍ୱାରା ପ୍ରଭାବିତ ହେବେ ବୋଲି ଜଣାପଡିଛି। ବ୍ୟାଙ୍କ ପକ୍ଷରୁ ଏସ୍‌ଏମ୍‌ଏସ୍‌ ଚାର୍ଜ ଛାଡ କରାଯାଇଛି। ଏହା ଦ୍ୱାରା ଗ୍ରାହକ ବେଶି ଆଶ୍ୱସ୍ତ ହେବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ବର୍ତ୍ତମାନ ଏସ୍‌ବିଆଇ ଏହାର ସେଭିଂ ଆକାଉଣ୍ଟଧାରୀଙ୍କୁ ୩.୨୫% ହାରରେ ସୁଧ ଦେଉଛି। ଏହା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ଉପରେ ଲାଗୁ ହେଉଛି। ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସଞ୍ଚୟ ଉପରେ ୩% ସୁଧହାର ରହିଛି। ସମସ୍ତ ସଞ୍ଚୟ ଖାତା ଉପରେ ହାରାହାରି ମାସିକ ବାଲାନ୍ସ ନିୟମକୁ ଉଠାଇ ଦେବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ୪୪.୫୧ କୋଟି ଗ୍ରାହକ ଲାଭବାନ ହେବେ। ମାସିକ ହାରାହାରି ବାଲାନ୍ସ ନିୟମ ମୁତାବକ ମେଟ୍ରୋ ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଲାଗି ବାଲାନ୍ସ ରଖିବା ସୀମା ଯଥାକ୍ରମେ ୩,୦୦୦ଟଙ୍କା, ୨୦୦୦ ଟଙ୍କା ଏବଂ ୧୦୦୦ ଟଙ୍କା ରହିଛି। ମିନିମମ୍‌ ବାଲାନ୍ସ ନ ରଖିବା ଉପରେ ବ୍ୟାଙ୍କ ପକ୍ଷରୁ ୫ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଟିକସ ଲାଗୁ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଓହରିବେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ,୨୧-୧୨: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦବୀରୁ ଆନନ୍ଦ ମହିନ୍ଦ୍ରା ଏପ୍ରିଲ ପହିଲାରୁ ଓହରିବେ ବୋଲି ଗ୍ରୁପ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି।...

ଠକାମି ଏସ୍‌ଏମ୍‌ଏସ୍‌ ପ୍ରତି ସାବଧାନ

ଭୁବନେଶ୍ୱର,୨୩।୮ବିଦ୍ୟୁତ୍‌ ଗ୍ରାହକଙ୍କ ବିରୋଧରେ ଘଟୁଥିବା ସାଇବର ଠକାମିର ବର୍ଦ୍ଧିତ ସଂଖ୍ୟାକୁ ବିଚାରକୁ ନେଇ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏଭଳି ଅସାଧୁ...

ସୋଆର ଷ୍ଟାନ୍‌ଫୋର୍ଡ ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ୧୬ ଜଣ ଗବେଷକ ପୃଥିବୀର ୨% ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ...

୧୪ରେ ବସିପାରେ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ,୧।୬: ସରକାରଙ୍କୁ ବର୍ତ୍ତମାନ ଟିକସ ସଂଗ୍ରହ କ୍ଷେତ୍ରରେ ଚାପର ସମ୍ମୁଖୀନ ହେବାକୁ ପଡୁଛି। ଏହି ପରିପ୍ରେକ୍ଷୀରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗି ସର୍ବୋଚ୍ଚ ସଂସ୍ଥା...

ମୋଟା କାରବାରରେ ୨୦ ଅଙ୍କ ନମ୍ବର ବ୍ୟବହାର ହେବ

ନୂଆଦିଲ୍ଲୀ,୧୧।୧: ସରକାରୀ ଓ ବେସରକାରୀ ଭାବରେ କାରବାର ହେଉଥିବା ମୋଟା ଅଙ୍କର ଅର୍ଥ ରାଶି ପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ। ଫଳରେ ପ୍ରତି କାରବାର ବିଶେଷ...

ତୈଳ ଶିଳ୍ପର ସଙ୍କଟ ବଢୁଛି

ନୂଆଦିଲ୍ଲୀ,୨୭।୪: ଅଶୋଧିତ ତେଲ ଦର ଏବେ ନକାରାତ୍ମକ ସ୍ତରରେ ରହିଛି। ଚାଦିଦା କମିଥିବାରୁ ଏବେ କେହି ତେଲ ନେଉନାହାନ୍ତି। ଫଳରେ ଜାହାଜଗୁଡିକରେ ତେଲ ଭର୍ତ୍ତି ହୋଇ...

ବ୍ଲ୍ୟୁ ହାଇଡ୍ରୋଜେନ୍‌ ନିର୍ମାତା ହେବାକୁ ଆର୍‌ଆଇଏଲ୍‌ର ଚେଷ୍ଟା

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସର୍ବଭାରତୀୟ ସ୍ତରରେ ନୀଳ ହାଇଡ୍ରୋଜେନ୍‌ର ସର୍ବବୃହତ୍‌ ଉତ୍ପାଦକ ହେବାକୁ ଲକ୍ଷ୍ୟ...

ବଜାର ପୁଞ୍ଜୀକରଣରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରେକର୍ଡ

ମୁମ୍ବାଇ, ୧୧।୯ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆର୍‌ଆଇଏଲ୍‌) ବଜାର ମୂଲ୍ୟାୟନରେ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଭାରତୀୟ ସୂଚୀଭୁକ୍ତ କମ୍ପାନୀ ଭାବେ ରିଲାଏନ୍ସ ୨୦୦...

Advertisement
Archives

Model This Week