ମା’-ବାପାଙ୍କ ମୃତ୍ୟୁ ପରେ ଭଉଣୀ ଭାଇ ବେସାହାରା

ଦଶମନ୍ତପୁର,୧୪।୩(ଡି.ଏନ୍‌.ଏ.)ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତ ଅଙ୍ଗାରଗୁଡ଼ାରେ ଦୁଇ ଭଉଣୀ, ଭାଇ ମା’-ବାପାଙ୍କ ମୃତ୍ୟୁ ପରେ ଏବେ ବେସାହାରା ହୋଇପଡ଼ିଛନ୍ତି। ସେମାନେ ହେଲେ ମୃତ ଲିମଦାଶ ଜାନୀ ଓ ସ୍ତ୍ରୀ ରୁକମଣି ଜାନୀଙ୍କ ବଡ଼ ଝିଅ ମୋତି ଓ ପୁଅ ଦୁକୁ (୧୧)। ମୋତିଙ୍କୁ ୬ ବର୍ଷ ହୋଇଥିବା ବେଳେ ପିତା ଲିମଦାଶ ଅଜଣା ରୋଗରେ ଆକ୍ରାନ୍ତ ହୋଇ କୋରାପୁଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାସାଧିକ କାଳ ଚିିକିତ୍ସିତ ହେବା ପରେ ଆଖି ବୁଜିଥିଲେ। ସେତେବେଳେ ପୁଅ ଦୁକୁ ଜନ୍ମ ହେବାର ମାତ୍ର ୮ ଦିନ ହୋଇଥାଏ। ବାପାଙ୍କୁ ଦେଖି ଚିହ୍ନିବା ଓ ତାଙ୍କ ସ୍ନେହ ପାଇବା ପୂର୍ବରୁ ସେ ଆରପାରିକୁ ଚାଲିଗଲେ। ଏହାପରେ ସ୍ତ୍ରୀ ରୁକମଣିଙ୍କ ମୁଣ୍ଡରେ ୩ ପ୍ରାଣୀ କୁଟୁମ୍ବର ବୋଝ ପଡ଼ିଥିଲା। ୮ ଦିନର ଶିଶୁକୁ ନିଜ ପିଠି ପଛରେ ବାନ୍ଧି ଗାଁରେ କୁଲି କରି ବହୁ କଷ୍ଟରେ ଅର୍ଥ ରୋଜଗାର କରି ସମସ୍ତଙ୍କ ପେଟକୁ ଦାନା ଦେଉଥିଲେ ରୁକମଣି। ପୁଅ ଦୁକୁ ଗାଁ ନିକଟସ୍ଥ ଖଜୁରିଗୁଡ଼ା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳକୁ ଗତ ୧ ତାରିଖ ଅସୁସ୍ଥ ଥାଇ ଆଖି ବୁଜିଛନ୍ତି ରୁକମଣି। ଫଳରେ ଦୁଇ ଝିଅ, ପୁଅ ଏବେ ମା’-ବାପାଛେଉଣ୍ଡ ହେବା ସହ ବେସାହାରା ପାଲଟି ଯାଇଛନ୍ତି। ଗାଁ ଲୋକେ ଅର୍ଥ ଆଦାୟ କରି ଶବଦାହ କରିଛନ୍ତି। ଉଭୟ ଭଙ୍ଗା ଦଦରା ଘରେ କେମିତି ଚଳିବେ, ତାହା ଏବେ ବଡ଼ ପ୍ରଶ୍ନ। ପ୍ରଶାସନ ଏମାନଙ୍କୁ ସହଯୋଗର ହାତ ବଢ଼ାଇବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri