ମା’ ତାରିଣୀଙ୍କ ହୁଣ୍ଡି ଗଣତି: ରେକର୍ଡ ପରିମାଣର ଦାନଅର୍ଥ ସଂଗ୍ରହ

ଘଟଗାଁ, ୧୧ା୯(ଡି.ଏନ୍‌.ଏ.)- ଘଟଗାଁ ମା’ ତାରିଣୀଙ୍କୁ ଭକ୍ତଙ୍କ ଦାନଅର୍ଥ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ମଙ୍ଗଳବାର ଖୋଲାଯାଇ ଗଣତି କରାଯାଇଛି। ଏଥିରୁ ନଗଦ ଅର୍ଥ ୧୮ଲକ୍ଷ ୮୯ ହଜାର ୭୮୮ ଟଙ୍କା ମିଳିଥିବାବେଳେ ସୁନା ଅଳଙ୍କାର ୭୨ ଗ୍ରାମ ୫୧୦ ମିଲିଗ୍ରାମ ମିଳିଥିଲା। ଯାହାକି ଅଗଷ୍ଟ ମାସରେ ସର୍ବାଧିକ ରେକର୍ଡ଼ ବୋଲି ଟ୍ରଷ୍ଟବୋର୍ଡ଼ ପକ୍ଷରୁ ଜଣାଯାଇଛି। ଏହି ଗଣତିକୁ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ମନ୍ଦିର ପରିସର ଥିବା ଦାନବାକ୍ସ (ହୁଣ୍ଡି) ୧୩ ଗୋଟି ଦିନ ୧୧ଟା ବେଳେ ଖୋଲାଯାଇ ଟ୍ରଷ୍ଟବୋର୍ଡ଼ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଗଣତିବେଳେ ମନ୍ଦିର ପରିଚାଳନା ବୋର୍ଡ଼ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ ନିର୍ମଳ କୁମାର ମହାନ୍ତି, ଦୟାନିଧି ମହାନ୍ତ, ଆନନ୍ଦ ଚନ୍ଦ୍ର ସିଂହ, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାୟକ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଖୋଲାଯାଇଥିଲା। ଗଣତିବେଳେ ମନ୍ଦିର କର୍ମଚାରୀ ଅକ୍ଷୟ ବେହେରା, ହରେକୃଷ୍ଣ ପଲେଇ, ଶରତ ବେହେରା, ରମେଶ ଚନ୍ଦ୍ର ରାଉତ, ନାରାୟଣ ମୁଖୀ, ଅବନୀ ଜେନା, ପ୍ରାଣବନ୍ଧୁ ସରାଡିଆ, ଚନ୍ଦ୍ରାମୁଖୀ, ରଞ୍ଜନ ସାହୁ, ମହେଶ୍ୱର ସାହୁ, ହରିହର ମହାନ୍ତ, ଅରୁଣ ନାଏକ, ମହେଶ୍ୱର ଦେହୁରୀ, ଗଗନବାଳ ବାବୁଲିସା, ଚକ୍ରଧର ନାଏକ, କୁଳମଣି ପଲେଇ ପ୍ରମୁଖ ୨୫ରୁ ଊର୍ଦ୍ଧ୍ୱ କର୍ମଚାରୀ ଗଣତିବେଳେ ଉପସ୍ଥିତ ଥିଲେ। ତେବେ ଏହି ଦାନ ଅର୍ଥ ଚଳିତ ମାସ ରେକର୍ଡ ପରିମାଣ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri