ମାଷ୍ଟରସେଫ୍‌ ଇଣ୍ଡିଆ ବିଜେତା ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଜାତୀୟସ୍ତରୀୟ ରିୟଲିଟି ଶୋ’ରେ ପୁଣିଥରେ ଚମକିଛି ଓଡ଼ିଶା। ଏଥର କୌଣସି ଡ୍ୟାନ୍ସ କି ମ୍ୟୁଜିକ୍‌ ରିୟାଲିଟି ଶୋ’ ନୁହେଁ, ଦେଶର ସବୁଠାରୁ ଲୋକପ୍ରିୟ କୁକିଂ ରିୟଲିଟି ଶୋ’ ‘ମାଷ୍ଟର୍‌ସେଫ୍‌ ଇଣ୍ଡିଆ’ରେ ପ୍ରଥମଥର ପାଇଁ ବାଜି ମାରିଛନ୍ତି ଜଣେ ଓଡ଼ିଆ। ବ୍ରହ୍ମପୁରରେ ଜନ୍ମିତ ଅବିନାଶ ନାୟକ ଓଡ଼ିଶାକୁ ଦେଇଛନ୍ତି ପ୍ରଥମ ମାଷ୍ଟରସେଫ୍‌ ଟାଇଟଲ୍‌। ଗତ ଡିସେମ୍ବର ୭ରୁ ଆରମ୍ଭ ହୋଇଥିବା ‘ମାଷ୍ଟର୍‌ସେଫ୍‌ ଇଣ୍ଡିଆ’ର ସିଜିନ-୬ର ଫିନାଲେ ଏପିସୋଡ୍‌ ଏପର୍ଯ୍ୟନ୍ତ ପ୍ରସାରିତ ହୋଇନଥିଲେ ମଧ୍ୟ ଅବିନାଶ ବିଜେତା ହୋଇଥିବା ଜଣାପଡ଼ିଛି। ‘ମୁମ୍ବାଇ ଲାଇଭ୍‌’ରେ ପ୍ରକାଶିତ ତଥ୍ୟ ମୁତାବକ ଏହାମଧ୍ୟରେ ଶୋ’ର ଗ୍ରାଣ୍ଡ୍‌ ଫିନାଲେ ଶୁଟ୍‌ ଶେଷ ହୋଇସାରିଥିବାବେଳେ ଏହାର ବିଜେତା ଏବଂ ରନର୍ସଅପ୍‌ଙ୍କ ନାମ ଜଣାପଡ଼ିଛି। ଅବିନାଶ ଟାଇଟଲ୍‌ ଓ୍ବିନର୍‌ଭାବେ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଥିବା ବେଳେ ଆଉଜଣେ ପ୍ରତିଯୋଗୀ କଲିକତାର ଓଣ୍ଡ୍ରିଲା ବାଲା ରନର୍ସଅପ୍‌ ଟାଇଟଲ୍‌ ଜିତିଛନ୍ତି। ଆସନ୍ତା ୨୩ ତାରିଖରେ ମାଷ୍ଟର୍‌ସେଫ୍‌ ଇଣ୍ଡିଆର ଫିନାଲେ ଏପିସୋଡ୍‌ ପ୍ରସାରିତ ହେବା ସହ ସେହିଦିନ ବିଧିବଦ୍ଧ ଭାବେ ବିଜେତାଙ୍କ ନାମ ଘୋଷଣା କରାଯିବ।
କଲର୍ସରେ ପ୍ରସାରିତ ଦେଶର ବହୁଚର୍ଚ୍ଚିତ ରିୟଲିଟି ଶୋ’ ‘ବିଗ୍‌ ବସ୍‌’ର ବିଜେତାଙ୍କ ନାମ ଫିନାଲେ ପ୍ରସାରଣର ଗୋଟିଏ ଦିନ ଆଗରୁ ପ୍ରଘଟ ହେବାଭଳି ମାଷ୍ଟରସେଫ୍‌ ଇଣ୍ଡିଆର ବିଜେତାଙ୍କ ନାମ ମଧ୍ୟ ପ୍ରଘଟ ହୋଇଛି। ମୁମ୍ବାଇ ଲାଇଭ୍‌ର ରିପୋର୍ଟ ଅନୁସାରେ ଫିନାଲେ ରାଉଣ୍ଡରେ ବ୍ରହ୍ମପୁରର ୨୭ବର୍ଷୀୟ ଅବିନାଶଙ୍କ ସହ ୩୫ ବର୍ଷୀୟ ଓଣ୍ଡ୍ରିଲା ବାଲାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ମାଷ୍ଟରସେଫ୍‌ ସିଜନ୍‌ ୬ରେ ବିଭିନ୍ନ ଟାସ୍କ ସମ୍ପୂର୍ଣ୍ଣ କରିବା ପରେ ଅବିନାଶ ଏହି ଶୋ’ର ବିଜେତା ହୋଇଥିବା କୁହାଯାଇଛି। ଫିନାଲେରେ ସେ ଓଡ଼ିଶାର ପ୍ରସିଦ୍ଧ ଛେନାପୋଡ଼, ଅଦା ମାଂସ ଏବଂ ଚିଙ୍ଗୁଡ଼ି ପ୍ରସ୍ତୁତ କରି ବିଚାରକଙ୍କ ହୃଦୟ ଜିତିଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ମାଷ୍ଟରସେଫ୍‌ ସିଜିନ ୬ରେ ୮ଟି ଟାସ୍କ ଜିତି ଏକ ରେକର୍ଡ କରିଛନ୍ତି। ବିଶେଷକରି ଚିକେନ ବେସର ଓ ମନ୍ଦାର ରସଗୋଲାକୁ ସେ ମାଷ୍ଟର୍‌ସେଫ୍‌ ମାଧ୍ୟମରେ ନ୍ୟାଶନାଲ ପ୍ଲାଟଫର୍ମରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏକ ମଲ୍ଟିନ୍ୟାଶନାଲ କମ୍ପାନୀରେ ଇଞ୍ଜିନିୟରଭାବେ ଚାକିରି କରୁଥିବା ଅବିନାଶ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରିବାରେ ଆଗ୍ରହ ରଖନ୍ତି। ପିଲାବେଳୁ ରୋଷେଇ କରିବା ତାଙ୍କର ଏକ ନିଶା ହୋଇଥିବାବେଳେ ଗତ ୩ବର୍ଷ ହେଲା ସେ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ହଜିଯାଉଥିବା ଓଡ଼ିଆ ଖାଦ୍ୟଗୁଡ଼ିକୁ ନୂଆ ରୂପରେ ବର୍ତ୍ତମାନର ମିଲେନିଆଲଙ୍କ ସାମ୍ନାକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଆଗକୁ ଓଡ଼ିଆ ଖାଦ୍ୟରେ ଅଧିକ ଏକ୍ସପେରିମେଣ୍ଟ କରି ଏହାକୁ ଏକ ନୂଆ ସ୍ତରରେ ପହଞ୍ଚାଇବା ସହ ବ୍ଲଗିଂ ମାଧ୍ୟମରେ ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ମାଷ୍ଟରସେଫ୍‌ର ଆଉଜଣେ ଓଡ଼ିଆ ପ୍ରତିଯୋଗୀ ଅନୁଗୋଳ ଜିଲାର ସ୍ମୃତିଶ୍ରୀ ସିଂ ବିଜେତା ହୋଇପାରି ନ ଥିଲେ ମଧ୍ୟ କାକରା ପିଠା ଓ ପଣସ ତରକାରି ଭଳି ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ବିଚାରକଙ୍କ ସହ ସମଗ୍ର ଓଡ଼ିଶାବାସୀଙ୍କ ହୃଦୟ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri