ଜଟଣୀ,୭ା୧୦(ଡି.ଏନ୍.ଏ.): ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ୨୦୨୨ ସେପ୍ଟେମ୍ବରରେ ଭାରତୀୟ ରେଳ ମଧ୍ୟରେ ମାଲ୍ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ ଦ୍ୱିତୀୟ ଥର ପାଇଁ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଶୀର୍ଷ ସ୍ଥାନ ହାସଲ କରିଛି। ସେପ୍ଟେମ୍ବରରେ ଏହି ମଣ୍ଡଳ ୧୨.୪୬ ମିଲିୟନ ଟନ୍ ମାଲ ପରିବହନ କରିଛି। ଯାହା ୨୦୨୧ ସେପ୍ଟେମ୍ବର ଠାରୁ ୬.୦୪% ଅତିରିକ୍ତ ଲୋଡିଂ ଏବଂ ରାଜସ୍ ବାବଦ ୧୧୯୩ କୋଟି ଟଙ୍କା ଆୟ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ ୧ ଏପ୍ରିଲ୍ -୨୦୨୨ରୁ ୩୦ ସେପ୍ଟେମ୍ବର-୨୦୨୨ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ମୋଟ ୭୬.୩୫ ମିଲିୟନ୍ ଟନ୍ ମାଲ ଲୋଡ୍ ପରିବହନ କରିଛି। ୨୦୨୨-୨୦୨୩ ବର୍ଷ ସମନ୍ବିତ ଲୋଡିଂରେ ଭାରତୀୟ ରେଲଓ୍ବେରେ ତୃତୀୟ ସ୍ଥାନ ହାସଲ କରିଛି। ସେପ୍ଟେମ୍ବର ୨୦୨୨ ରେ, ତାଳଚେର, ପାରାଦୀପ, ଧାମରା, ମେରାମଣ୍ଡଳୀ ଆଦି ବିଭିନ୍ନ ଲୋଡିଂ ପଏଣ୍ଟରୁ ଡିଭିଜନ୍ ଦ୍ୱାରା ଦୈନିକ ହାରାହାରି ୧୧୨ ରେକ୍ ମାଲ ପରିବହନ କରାଯାଇଥିଲା। ଲୋଡ୍ ହୋଇଥିବା ବିଭିନ୍ନ ସାମଗ୍ରୀ ମଧ୍ୟରେ କୋଇଲା, ସାର, ସିମେଣ୍ଟ, ଲୁହା ପଥର, କଞ୍ଚାମାଲ ଆଦି ବିଭିନ୍ନ ପାଓ୍ବାର ହାଉସ୍, ଉତ୍ପାଦନକାରୀ କମ୍ପାନୀ, ଉତ୍ପାଦନ ୟୁନିଟ୍ ଏବଂ ଇଣ୍ଡଷ୍ଟ୍ରିଜ୍କୁ ପରିବହନ କରାଯାଇଥିବା ମଣ୍ଡଳ ରେଳ ପ୍ରଶାସନ ପକ୍ଷରୁ କୁହାଯାଇଛି। ମାଲ ପରିବହନରେ ଜଡିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ରିଙ୍କେଶ ରୟ ଉତ୍ସାହର ସହିତ କାର୍ଯ୍ୟ କରିବାକୁ କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ଖୋର୍ଦ୍ଧା View All
ନିଜର ଚମତ୍କାରୀ ବ୍ୟାଟ୍କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍…
ନୂଆଦିଲ୍ଲୀ,୯।୪: ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…
୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…
ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…
ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…
ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…
ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ
ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…
ଅପେକ୍ଷାର ଅନ୍ତ! ରୟାଲ ଏନ୍ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍, ଜବରଦସ୍ତ ଫିଚର ସହ ମୂଲ୍ୟ…
ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…
ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍
ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…
ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!
ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…
ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ
ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…
Archives

