ମାଲ୍‌ ପରିବହନରେ ପୂର୍ବତଟ ରେଳପଥର ପ୍ରୋତ୍ସାହନ: ମେ ୩ ଯାଏ ଲାଗୁ ହେବ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ମୁକାବିଲା ପରିପ୍ରେକ୍ଷୀରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ନିମନ୍ତେ ପଣ୍ୟ ଉପଭୋକ୍ତାଙ୍କୁ ସୁବିଧା ପ୍ରଦାନ ସହ ଲଜିଷ୍ଟିକ୍‌ ସହାୟତା ଯୋଗାଇଦେବା ନିମନ୍ତେ ରେଳ କର୍ତ୍ତୃପକ୍ଷ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପଣ୍ୟ ଓ ପାର୍ସଲ୍‌ ଟ୍ରାଫିକ୍‌ କ୍ଷେତ୍ରରେ ବିଳମ୍ବଶୁଳ୍କ, ରହଣି ମାହାସୁଲ ଏବଂ କଣ୍ଟେନର ଟ୍ରାଫିକ୍‌ ନିମନ୍ତେ ବିଳମ୍ବଶୁଳ୍କ ଓ ଭିତ୍ତିଭୂମି ବ୍ୟବହାର ମୂଲ୍ୟ ଇତ୍ୟାଦି ବୃଦ୍ଧି ହେବ ନାହିଁ। ଏହା ମାର୍ଚ୍ଚ ୨୨ରୁ ମେ ୩ ମଧ୍ୟରେ ଲାଗୁ ହେବ। ଉପଭୋକ୍ତାମାନଙ୍କୁ ଗୁଡ୍‌ସେଡ୍‌କୁ ବ୍ୟକ୍ତିଗତ ଭାବେ ନ ଆସିବା ଓ ପଞ୍ଜୀକୃତ ପ୍ରକ୍ରିୟାକୁ ଅଧିକ ସୁବିଧାପ୍ରଦ କରିବାକୁ ପଣ୍ୟର ଚାହିଦା ହିସାବରେ ଇଲେକ୍‌ଟ୍ରୋନିକ୍‌ ପଞ୍ଜୀକରଣ (ଇଆଇଡି), ଇଲେକ୍‌ଟ୍ରୋନିକ୍ସ ଟ୍ରାନ୍ସମିିଶନ ଦ୍ୱାରା ପଣ୍ୟ ପରିବହନ ସୂଚନା ବ୍ୟବସ୍ଥା (ଫୋଏସ୍‌) ମାଧ୍ୟମରେ ରେଲୱେ ରସିଦ ପ୍ରଦାନ ଏବଂ ପଣ୍ୟ ବିତରଣ ଇଟିଆର୍‌ଆର୍‌ର ଇ-ସରେଣ୍ଡର ମାଧ୍ୟମରେ କରାଯିବ। ଏହି ସୁବିଧା ପଣ୍ୟ ସହାୟତାକାରୀ, ଲୌହ ଏବଂ ଇସ୍ପାତ, ଲୁହାପଥର ଓ ଲୁଣ ପରିବହନକାରୀକୁ ମଧ୍ୟ ଯୋଗାଇ ଦିଆଯିବ।
ଇଲେକ୍‌ଟ୍ରୋନିକ୍ସ ପଞ୍ଜୀକରଣ ଦ୍ୱାରା ରେଲ୍‌ୱେ ରସିଦ୍‌ (ଇଟିଆର୍‌ଆର୍‌)ର ଇ-ସରେଣ୍ଡର ଦ୍ୱାରା ସାମଗ୍ରୀ ପ୍ରଦାନ କରାଯାଇଛି। ସେଠାରେ ଯେତେ ସମ୍ଭବ ଇ-ରେଲ୍‌ୱେ ରସିଦ୍‌ ପ୍ରଦାନ କରାଯିବ। ସେହିଭଳି ମାର୍ଚ୍ଚ ୨୨ରୁ ମେ ୩ ପର୍ଯ୍ୟନ୍ତ ଖାଲି କଣ୍ଟେନର ଓ ଖାଲି ଫ୍ଲାଟ୍‌ସ ଚଳାଚଳ ଖର୍ଚ୍ଚ ଉପରେ କର ଧାର୍ଯ୍ୟ କରାଯିବ ନାହିଁ। କଣ୍ଟେନର୍‌ ଟ୍ରାଫିକ୍‌ ପାଇଁ ବ୍ୟୟ କରିବାକୁ ହବ୍‌ ଓ ସ୍ପୋକ୍‌ ପଦ୍ଧତିରେ ରିହାତି ଦିଆଯିବ। ବୋଝେଇ ମାଲ୍‌ ଖଲାସ ପାଇଁ ବିଳମ୍ବ ଯୋଗୁ ଇନ୍‌ଲ୍ୟଣ୍ଡ୍‌ କଣ୍ଟେନର୍‌ ଡିପୋ (ଆଇ.ସି.ଡି) ବାଧାପ୍ରାପ୍ତ ହୋଇଥିବା ଦୃଷ୍ଟିରୁ ଟେଲିସ୍କୋପିକ୍‌ ସୁବିଧା ପାଇବା ପାଇଁ ସମୟସୀମା ୫ ଦିନରୁ ୧୫ଦିନକୁ ବୃଦ୍ଧି କରାଯିବ ଅର୍ଥାତ୍‌ ଏହା ଏପ୍ରିଲ୍‌ ୧୬ରୁ ମେ’ ୩୦ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିଭଳି ମାଲ୍‌ ପରିବହନ କ୍ଷେତ୍ରରେ ଆନ୍ତଃ ଜୋନ୍‌ ଓ ଜୋନାଲ୍‌ ଟ୍ରାଫିକ୍‌ ନିମନ୍ତେ ୬୦୦ କିମିର ମିନିରେକ୍‌ ଥିବା ଦୂରତା ଅବରୋଧକୁ ୧୫୦୦ କିମି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରେକ୍‌ ବୋଝେଇର ଦୁଇସ୍ଥାନରୁ ବିନାଭିଡ଼ ସମୟରେ ୨୦୦ କିମି ଏବଂ ଭିଡ଼ ସମୟରେ ୪୦୦ କିମି ଦୂରତା ଅବରୋଧକୁ କୋହଳ କରି ବର୍ତ୍ତମାନ ୫୦୦ କିମି ପର୍ଯ୍ୟନ୍ତ ଯେକୌଣସି ସମୟରେ ମାଲ୍‌ ପରିବହନ କରିହେବ। ଏହି କୋହଳ ବ୍ୟବସ୍ଥା ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଶିକାରିଙ୍କୁ ବାନ୍ଧିଲା ବନବିଭାଗ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri