ମାର୍କଣ୍ଡିର ଦୁଃଖ ଅସମ୍ପୂର୍ଣ୍ଣ ବ୍ରିଜ୍‌

ବ୍ରହ୍ମପୁର ଅଫିସ୍‌,୩୦ା୧୦- ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ପଞ୍ଚାୟତର ଦୁଃଖ ପାଲଟିଛି ଅସଂପୂର୍ଣ୍ଣ ବ୍ରିଜ୍‌। ଏହି ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ କରିବା ପାଇଁ ଜନପ୍ରତିନିଧି ଠାରୁ ପ୍ରଶାସକ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଞ୍ଚଳବାସୀ ଗୁହାରି କରି ସାରିଲେଣି। ହେଲେ କୌଣସି ସୁଫଳ ମିଳିନାହିଁ। ସୋମବାର ଅଞ୍ଚଳବାସୀ ଏନେଇ ଜିଲାପାଳଙ୍କୁ ଅବଗତ କରିଛନ୍ତି। ତାମ୍ପରା ନଦୀ ଉପରେ ବହୁ ବର୍ଷ ହେଲା ଏକ ବ୍ରିଜ୍‌ ରହିଛି, କିନ୍ତୁ ଉକ୍ତ ବ୍ରିଜ୍‌ଟି ଜରାଜୀର୍ଣ୍ଣ ଅବସ୍ଥାରେ। ବିପଦପୂର୍ଣ୍ଣ ଭାବେ ବ୍ରିଜ୍‌ ରହିଛି। ବ୍ରିଜର ଉଚ୍ଚତା କମ୍‌ ଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ଉପରେ ପାଣି ଚାଲୁଛି। ଏହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହ ଜନପ୍ରତିନିଧିଙ୍କୁ ଅବଗତ କରିଥିଲେ। ଫଳରେ ନଦୀ ଉପରେ ଆଉ ଏକ ଉଚ୍ଚ ବ୍ରିଜ୍‌ କାମ ଆରମ୍ଭ ହୋଇଥିଲା। ବ୍ରିଜ୍‌ କାମ ଆରମ୍ଭ ହୋଇଛି, କିନ୍ତୁ ଶେଷ ହେଉନି। ଜମି ବିବାଦ ଯୋଗୁ ପ୍ରାୟ ୫ ବର୍ଷ ହେଲା କାମ ବନ୍ଦ ରହିଛି। ଏପଟେ ପୂର୍ବବତ୍‌ ଅଞ୍ଚଳବାସୀ ପୁରୁଣା ବ୍ରିଜ୍‌ ଉପରେ ହିଁ ନିର୍ଭର କରୁଛନ୍ତି। ବର୍ଷର ଅନ୍ୟ ଦିନଗୁଡ଼ିକରେ ପୁରୁଣା ବ୍ରିଜ୍‌ ବିଶେଷ ସମସ୍ୟା ସୃଷ୍ଟି କରୁନି, କିନ୍ତୁ ବର୍ଷା ହେଲା ପରିସ୍ଥିତି ଜଟିଳ ହୋଇପଡ଼ୁଛି। ପୁରୁଣା ବ୍ରିଜ୍‌ ଉପରେ ବହୁ ଫୁଟ ଉଚ୍ଚରେ ପାଣି ଚାଲୁଛି। ବ୍ରିଜ୍‌ ଉପରେ ଯିବା ଅସମ୍ଭବ ହୋଇପଡ଼ୁଛି। ଗତ ମାସ ଶେଷରେ ଲଗାଣ ବର୍ଷା ଯୋଗୁ ବ୍ରିଜ୍‌ ଉପରେ ପାଣି ଚାଲିଲା। ୪ଦିନ ପର୍ଯ୍ୟନ୍ତ ମାର୍କଣ୍ଡି ପଞ୍ଚାୟତର ଅନେକ ଗ୍ରାମ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲା। ଲୋକମାନେ ଜଳବନ୍ଦୀ ହୋଇପଡ଼ିଥିଲେ। ନାଳ ପାଣି ଉପରେ ଗୌଉଞ୍ଜୁ, କମଳାପୁର, ହାତୀପାଦ ଏବଂ ଏକ୍ସିଙ୍ଗି ଗ୍ରାମବାସୀ ନିର୍ଭର କରିଥାନ୍ତି। ଏଣୁ ନିର୍ମାଣାଧୀନ ବ୍ରିଜ୍‌ କାମ ଶେଷ ହେଲେ ପଞ୍ଚାୟତବାସୀ ଉପକୃତ ହୋଇପାରିବେ ବୋଲି ଅଞ୍ଚଳବାସୀଙ୍କ ତରଫରୁ ଶରତ ଚନ୍ଦ୍ର ବେହେରା, ପି.ନରସିଂହାଲୁ ରେଡ୍ଡୀ, ସରୋଜ କୁମାର ସାହୁ, ବି.ତାତେୟା, କାହ୍ନା ମହାନ୍ତି ଏବଂ ଦିବାକର ପଟ୍ଟନାୟକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri