Posted inଖେଳ

ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଫସିଲେ ମେସି

ବାର୍ସିଲୋନା,୩ା୧୨- କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କ ଅକାଳ ବିୟୋଗ ପରେ ବିଶ୍ୱର ବିଭିନ୍ନ କ୍ରୀଡ଼ାବିତ୍‌ମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ହେଲେ ଏହି ମହାନ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲିଓନେଲ ମେସି ଓ ତାଙ୍କ କ୍ଲବ ବାର୍ସିଲୋନାକୁ ମହଙ୍ଗା ପଡ଼ିଛି। ଓସାସୁନା ବିପକ୍ଷରେ ଗତ ରବିବାର ଖେଳାଯାଇଥିବା ମ୍ୟାଚ୍‌କୁ ବାର୍ସିଲୋନା ୪-୦ ଗୋଲରେ ଜିତି ନେଇଥିଲା। ଏହି ମୁକାବିଲାରେ ଗୋଲ କରିବା ପରେ ଆର୍ଜେଣ୍ଟିନା ତାରକା ମେସି ଦଳୀୟ ଜର୍ସି ଉପରେ ଆଉ ଏକ ଜର୍ସି ପିନ୍ଧି ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏ ନେଇ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍‌ ପ୍ରଶଂସା କରିଥିଲେ ଫୁଟବଲ ପ୍ରଶଂସକ। କିନ୍ତୁ ସମାନ କାରଣ ପାଇଁ ମେସି ଓ ବାର୍ସିଲୋନାକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି।

ମେସିଙ୍କୁ ୬୦୦ ୟୁରୋ ଓ ସ୍ପାନିଶ ଲା ଲିଗା କ୍ଲବ ମାର୍ସିଲୋନାକୁ ୧୮୦ ୟୁରୋ ଅର୍ଥ ଦଣ୍ଡାଦେଶ ଦେଇଛି ସ୍ପାନିଶ ସକର ଫେଡେରେଶନର ପ୍ରତିଯୋଗିତା କମିଟି। ଏଭଳି ଦଣ୍ଡାଦେଶକୁ ବିରୋଧ କରିଥିଲା ବାର୍ସିଲୋନା। ମେସି ଯେଉଁଭଳି ଶ୍ରଦ୍ଧାଞ୍ଜଳି ଦେଇଥିଲେ, ତାହାକୁ ଗ୍ରହଣ କରିଛି ପ୍ରତିଯୋଗିତା କମିଟି। କୌଣସି ଖେଳାଳି ଗୋଲ ସ୍କୋର କରିବା ପରେ ଉତ୍ସାହିତ ହୋଇ ଶାର୍ଟ ଖୋଲିଲେ ଦଣ୍ଡିତ କରାଯିବାର ନିୟମ ରହିଥିବା ପ୍ରତିଯୋଗିତା କମିଟି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ଦେଶ ସବୁଠୁ ଅଧିକ କିଣନ୍ତି ଅସ୍ତ୍ରଶସ୍ତ୍ର, ଜାଣନ୍ତୁ କେତେ ନମ୍ବରରେ ରହିଛି ଭାରତ

ନୂଆଦିଲ୍ଲୀ,୨ା୧: ଷ୍ଟକ୍‌ହୋମ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (SIPRI)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ବିଶ୍ୱ ଅସ୍ତ୍ରଶସ୍ତ୍ର ବାଣିଜ୍ୟ ଉପରେ ଆଲୋକପାତ କରିଛି। ରିପୋର୍ଟ ଅନୁଯାୟୀ, ୨୦୨୦ରୁ...

ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ବିଭ୍ରାଟ, ସକାଳ ୯ଟା ୪୫ରେ ହେଲା ପତିତପାବନଙ୍କ ଆଳତି

ପୁରୀ ୨/୨( ଅଜିତ୍ କୁମାର ମହାନ୍ତି ):  ପୁରୀ ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ପୁଣି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ନୀତିକୁ ଗୁରୁତ୍ଵ ଦେଇ...

‘ମୁଁ ନୁହେଁ, ସେ ମୋତେ ଭେଟିବାକୁ ଆସିଥିଲେ…’ ଜୟଶଙ୍କରଙ୍କ କରମର୍ଦ୍ଦନକୁ ନେଇ ଗର୍ବ କଲା ପାକିସ୍ତାନ, କଲା ଏମିତି ଦାବି

ନୂଆଦିଲ୍ଲୀ/ଇସଲାମାବାଦ,୨।୧: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ମଧ୍ୟରେ, ଢାକାରୁ ଆସିଥିବା ଏକ ଫଟୋ ପାକିସ୍ତାନରେ ଆଲୋଚନାର ବିଷୟ ପାଲଟିଛି।...

ଶୋଇଥିଲେ ବି ବିକାଶ କଥା ଚିନ୍ତା କରେ: ଭାବବିହ୍ବଳ କଲେ ନରସିଂହ

ଲୋଇସିଂହା,୨।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଜନକଲ୍ୟାଣ ଯୁବ ସାମ୍ମୁଖ୍ୟ କ୍ଲବ ପକ୍ଷରୁ ଅଭିନନ୍ଦନ-୨୦୨୬ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବକୁ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର...

ନିଜ IPL ଟିମ୍‌ KKRରୁ କେତେ ରୋଜଗାର କରନ୍ତି କିଙ୍ଗ୍‌ ଖାନ? ଜାଣିଲେ…

ନୂଆଦିଲ୍ଲୀ,୨।୧: ବଲିଉଡର କିଙ୍ଗ ଖାନ ସବୁବେଳେ ଖବରର ଶିରୋନାମାରେ ରହିଥାନ୍ତି। ସେ ତାଙ୍କ ଫିଲ୍ମ ମାଧ୍ୟମରେ ପ୍ରଶଂସକମାନଙ୍କୁ ମୋହିତ କରନ୍ତି। ବର୍ତ୍ତମାନ, ପ୍ରଶଂସକମାନେ ଶାହରୁଖ ଖାନଙ୍କ...

ପ୍ରିୟଙ୍କା ଗାନ୍ଧୀଙ୍କ ଜିପ୍‌ ସାମ୍ନାକୁ ଚାଲିଆସିଲା ବାଘ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧: କଂଗ୍ରେସ ମହାସଚିବ ଏବଂ ଏମପି ପ୍ରିୟଙ୍କା ଗାନ୍ଧୀ ତାଙ୍କ ପୁଅର ନିର୍ବନ୍ଧ ପାଳନ କରିବା ଏବଂ ଏକ ବ୍ୟକ୍ତିଗତ ଯାତ୍ରାରେ ନୂତନ ବର୍ଷ ଛୁଟି...

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri