ମାମୁ-ଭଣଜାଙ୍କ କଳି ପାଇଁ ବଳିପଡ଼ିିଲେ ଭଡ଼ାଟିଆ ଦୋକାନୀ: ଦୋକାନରେ ଭଙ୍ଗାରୁଜା ସହ ଔଷଧ ଫିଙ୍ଗିଲେ ମହିଳା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ମାମୁ ଓ ଭଣଜାଙ୍କ ମଧ୍ୟରେ ଜମି ବିବାଦ ପାଇଁ ବଳିପଡ଼ିିଲେ ଭଡ଼ାଟିଆ ଦୋକାନୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାପଲ୍ଲୀ ଥାନା ଅଧୀନ ଆଇଆରସି ଭିଲେଜ ଏନ୍‌-୫ ପ୍ଲଟ ନଂ-୫୪୦ରେ। ଶୁକ୍ରବାର ସକାଳୁ ଶତାଧିକ ମହିଳା ଶାବଳ ଏବଂ ଅନ୍ୟ ଅସ୍ତ୍ର ଧରି ସେହି ପ୍ଲଟରେ ଥିବା ଔଷଧ ଦୋକାନଗୁଡ଼ିକର ତାଲା ତାଡ଼ି ଭଙ୍ଗାରୁଜା କରିବା ସହ ଔଷଧ ଫିଙ୍ଗି ଦେଇଥିଲେ। ଦୋକାନ ଖୋଲିବାକୁ ଆସିଥିବା କର୍ମଚାରୀଙ୍କୁ ଆକ୍ରମଣ କରିବା ସହ କାଉଣ୍ଟରରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ନୟାପଲ୍ଲୀ ଥାନାରେ ୨ଟି ପୃଥକ ମାମଲା ରୁଜୁ ହୋଇଛି। ଅଭୟ ଚରଣ ମିଶ୍ରଙ୍କ ଅଭିଯୋଗକ୍ରମେ ନଂ. ୪୨୫/୧୯ରେ ମାମଲା ରୁଜୁ ହୋଇଥିବାବେଳେ ଦୋକାନ ମାଲିକ ରାମଚନ୍ଦ୍ର ବେହୁରା, ପ୍ରଶାନ୍ତ ପରିଡ଼ା, ସର୍ବେଶ୍ୱର ଦାଶ, ଅଶୋକ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ କେସ୍‌ ନଂ-୪୨୬/୧୯ ରୁଜୁକରି ତଦନ୍ତ ଜାରି ରଖିଛି ପୋଲିସ।
ସୂଚନା ଅନୁଯାୟୀ, ଅଭୟ ଓ ତାଙ୍କ ଭଣଜା ଭବାନୀ ଚରଣ ଶତପଥୀଙ୍କ ମଧ୍ୟରେ ଏନ୍‌-୫ ପ୍ଲଟ ନଂ-୫୪୦ ଜାଗାକୁ ନେଇ ବିବାଦ ଲାଗିରହିଛି। ଜାଗାଟି ଅଭୟଙ୍କ ନାମରେ ଥିବା ସେ ଦାବି କରୁଛନ୍ତି। ସେହିପରି ଭବାନୀ ମଧ୍ୟ ନିଜର ବୋଲି ଦାବି କରି ଦଖଲରେ ରଖିଛନ୍ତି। ଭବାନୀ ଉକ୍ତ ଜାଗାକୁ ମେଡିସିନ୍‌ ଦୋକାନୀଙ୍କୁ ଭଡ଼ା ଲଗାଇ ମାସକୁ ଭଡା ନେଉଛନ୍ତି। ତେବେ ଏହି ଜମିର ମାଲିକାନାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ଅଭୟଙ୍କ ଅଭିଯୋଗ ଅନୁଯାୟୀ କୋର୍ଟରେ ତାଙ୍କର ଡିଗ୍ରୀ ହୋଇଛି। ତେଣୁ ସେ ଦୋକାନୀଙ୍କୁ ଖାଲି କରିବାକୁ କହିଥିଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଦୋକାନୀମାନେ ଅଭିଯୋଗ କରିଛନ୍ତି, ଦୁଇଦିନ ତଳେ ସେଠାରେ କୌଣସି ବିଶୃଙ୍ଖଳା ନ କରିବା ପାଇଁ ପୋଲିସ କହିଥିଲା। ହେଲେ ପୋଲିସ ନିର୍ଦ୍ଦେଶକୁ ସେମାନେ ବେଖାତିର କରି ମହିଳାମାନଙ୍କୁ ଲଗାଇ ଏଭଳି କାଣ୍ଡ ଘଟାଇଛନ୍ତି। ଏଥିଯୋଗୁ ଆମର କୋଟି କୋଟି ଟଙ୍କାର ମେଡିସିନ୍‌ ନଷ୍ଟ ହୋଇଛି। ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri