ମାମଲା ସତ୍ତ୍ୱେ ପୋଲିସ ଚୁପ୍‌: ଧାରଣାରେ ବସିଲେ ମହିଳା

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳ ଦକ୍ଷିଣକାଳୀ ରୋଡ୍‌ ସରଜଙ୍ଗ ସାହିର ରୀତା ନାଏକଙ୍କୁ ଜାତିଆଣ ଆକ୍ଷେପ କରିବା, ଗାଳିଗୁଲଜ କରିବା ଏବଂ ଧମକଚମକ ଦେବା ଅଭିଯୋଗରେ ଜୁନ୍‌ ୨୯ରେ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏତଲା ରୁଜୁ ହେବାର ୧୦ଦିନ ପରେ ବି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ନିର୍ଯାତିତା ମହିଳା ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟକୁ ବୈଠକରେ ଯୋଗଦେବାକୁ ଆସିଥିବା ଏସ୍‌ପି ଏ ନେଇ ତାଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ମହିଳାଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଜମିଜମା ବିବାଦକୁ କେନ୍ଦ୍ର କରି ରଗଡ଼ିସାହି ଓ ଭଗବାନପୁର ଅଞ୍ଚଳର ୨ଜଣ ବ୍ୟକ୍ତି ଦୁଇ ମାସ ହେଲା ସମ୍ପୃକ୍ତା ମହିଳାଙ୍କୁ ହଇରାଣ ହରକତ କରୁଛନ୍ତି। ଏହାର ପ୍ରତିବାଦ କରିବାରୁ ୨୪ ତାରିଖରେ ଅଭିଯୁକ୍ତମାନେ ତାଙ୍କୁ ମାର୍‌ପିଟ୍‌ କରିଥିଲେ। ଏ ନେଇ ନଂ. ୧୯୪/୧୯, ଦଫା ୩୪୧, ୨୯୪, ୩୨୩, ୩୫୪, ୫୦୬ ଏବଂ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳରେ ୬,୩୫୫ ପକ୍ଷୀ

ଢେଙ୍କାନାଳ ଅଫିସ, ୧୨।୧ ଢେଙ୍କାନାଳରେ ପକ୍ଷୀଗଣନା ଶେଷ ହୋଇଛି। ଜିଲାର ବିଭିନ୍ନ ବନଖଣ୍ଡ, ସଂରକ୍ଷିତ ଜଙ୍ଗଲ, ଜଳାଶୟରେ ହୋଇଥିବା ଏହି ଗଣନାରୁ ୬,୩୫୫ ପକ୍ଷୀ ରହିଥିବା...

ମନେପଡ଼ିଲେ କଳ୍ପନା

ଢେଙ୍କାନାଳ ଅଫିସ, ୨୩।୫-ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶନିବାର ପାଳିତ ହୋଇଯାଇଛି। ଢେଙ୍କାନାଳର ଏହି ସାହସୀ ଝିଅ ସର୍ବଦା ଯୁବଗୋଷ୍ଠୀଙ୍କ ପ୍ରେରଣା ହୋଇ...

ଖ୍ୟାତି ବଢ଼ାଇଛି କ୍ଷେତ ପୋଖରୀ

ଢେଙ୍କାନାଳ ଅଫିସ, ୧ା୭: ପୋଖରୀ ହୁଡ଼ାରେ ଲାଗିଥିବା ଅମୃତଭଣ୍ଡା ଗଛରେ ଭର୍ତ୍ତି ହୋଇଛି ଫଳ। ଛନଛନିଆ ହୋଇ ବଢ଼ିଛି ଉନ୍ନତ କିସମର ଆମ୍ବ, ପିଜୁଳି ଗଛ। ମାଛ...

ଆଦିବାସୀଙ୍କ ଜୀବନରେଖା ‘ଦଣ୍ଡାଧର’

କାମାକ୍ଷାନଗର, (ସୁଧୀର କୁମାର ପରିଡ଼ା) ୩।୯: ବର୍ଷା ହେଲେ ପାହାଡ଼ିଆ ପାଣି ସ୍ରୋତ ଭସାଇ ନେଉଥିଲା ଚାଷ। ବର୍ଷା ନ ହେଲେ ଉଜୁଡ଼ି ଯାଉଥିଲା ଫସଲ।...

ଜେଲ ଗଲେ ଏଆର୍‌ସିଏସ୍‌

ଢେଙ୍କାନାଳ ଅଫିସ,୪ା୯: ଢେଙ୍କାନାଳ ସହରସ୍ଥିତ ମହିଷାପାଟଠାରେ ଥିବା ସମବାୟ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଏଆର୍‌ସିଏସ୍‌) ବିଦ୍ୟାଧର ବେହେରା ଆୟବହିର୍ଭୁତ ସମ୍ପତ୍ତି ଠୁଳ...

ବାଉଁଶକଣରେ ଭୟାବହ ଅଗ୍ନିକାଣ୍ଡ

ଭୁବନ, ୧।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ବାଉଁଶକଣ ଗ୍ରାମ ମାଟିଆ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।...

ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ଭୁବନ, ୧୫।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଆନନ୍ଦପୁର ଗ୍ରାମର ଅମ୍ବୁଜ ମଳିକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଅଟକ...

ରଜ ପାନ ବିନା ମଉଜ ଅଧା

କାମାକ୍ଷାନଗର, ୧୬।୬(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ହନୁମାନ ଛକରେ ପାନ ଦୋକାନ କରିଥିବା ସଦାନନ୍ଦ ନାଥଙ୍କୁ ଏବେ ଫୁରସତ୍‌ ନାହିଁ। ସକାଳ ୭ଟାରୁ ରାତି ୧୦ଟା...

Advertisement
Archives

Model This Week