ମା’ବାପା ପୋଲିସ ଅଧିକାରୀ, ପୁଅ ନିଶା ବେପାରୀ

ପୁରୀ ଅଫିସ/ନିମାପଡ଼ା, ୧୪ା୧୦(ଡି.ଏନ୍‌.ଏ.): ମା’, ବାପା ଉଭୟ ପୋଲିସ ଅଧିକାରୀ। ମାତ୍ର ସେମାନଙ୍କର କଲେଜ ପଢୁଆ ପୁଅ ଜଣେ ନିଶା ବେପାରୀ। ବ୍ରାଉନସୁଗାର କାରବାର ଅଭିଯୋଗରେ ସୋମବାର ଅବକାରୀ ବିଭାଗ ହାତରେ ସମ୍ପୃକ୍ତ ଯୁବକ ଧରାପଡ଼ିବା ପରେ ଏହି ଘଟଣା ପଦାକୁ ଆସିଛି। ନିମାପଡ଼ା ବଜାରସ୍ଥ ଜୟଶ୍ରୀ ଛକ ନିକଟରେ ୨ଜଣ ଯୁବକ ଗ୍ରାହକଙ୍କୁ ବାଉନସୁଗାର ବିକ୍ରି କରୁଥିବା ସୂଚନା ପାଇ କଟକ ଗୋଇନ୍ଦା ଓ ପୁରୀ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ। ସେଠାରୁ ପୁରୀ ଅଞ୍ଚଳର ଶାନ୍ତନୁ ଶେଖର ଦାସ ଓ ସତ୍ୟରଞ୍ଜନ ଦାସଙ୍କୁ ଗିରଫ କରିଥିଲେ। ସେମାନଙ୍କ ନିକଟରୁ ୨୪ଗ୍ରାମ ବ୍ରାଉନସୁଗାର, ଗୋଟିଏ ବାଇକ (ଓଡି ୧୩ବି-୨୬୨୧) ଜବତ ହୋଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ୪୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଅଭିଯୁକ୍ତ ଶାନ୍ତନୁ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ହୋଇଥିବା ବେଳେ ତାଙ୍କ ମା’ ନିମାପଡ଼ା ଥାନା ଏବଂ ବାପା ଡେଲାଙ୍ଗ ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏ ନେଇ ତଦନ୍ତକାରୀ ଅଧିକାରୀ ବନ୍ଦନା ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ନିମାପଡ଼ା ଅବକାରୀ ଥାନାରେ ଦଫା ୨୧ ବି କ୍ରମେ ଏକ ମାମଲା (ନଂ.୭୨/୧୯) ରୁଜୁ ହୋଇଛି। ଏହି ଚଢ଼ାଉ ବେଳେ ନିମାପଡ଼ା ଅବକାରୀ ଏସ୍‌.ଆଇ. ବନ୍ଦନା ପଟ୍ଟନାୟକ, ଜିତେନ୍ଦ୍ର ବେହେରା, ଏସ୍‌.କେ ଓ୍ବାରିସ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଠାକୁରଗଡ଼ ଅଞ୍ଚଳରେ ଝଡ଼ତୋଫାନ, ଗଛ ପଡ଼ି ରାସ୍ତା ଅବରୋଧ

ବଇଣ୍ଡା,୧୭।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ତଥା ଆଖପାଖ ଅଞ୍ଚଳରେ ଗୁରୁବାର ସାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଠାକୁରଗଡ଼ ମଇମୁରା ରାସ୍ତାର ଶିବ ମନ୍ଦିର...

କେ. ଝାଲରସିଂକୁ ୭ ଦିନ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲାପାଳ

ଆର.ଉଦୟଗିରି,୮।୭:(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ଼ ବ୍ଲକରେ ଗତ ୨ ଦିନ ମଧ୍ୟରେ ୨୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେ, ଝାଲରସିଂରୁ ୯...

ସରକାର, ତଦନ୍ତ ଅଧିକାରୀଙ୍କ ତଣ୍ଟିରେ କାଳିଆ କଣ୍ଟା

ରସୁଲପୁର,୧୪।୮(ଡି.ଏନ୍‌.ଏ.)- କୃଷକଙ୍କ ପାଇଁ କାଳିଆ(କୃଷକ ଆସିଷ୍ଟାନ୍ସ ଫର ଲାଇଭିଲହୁଡ୍‌ ଆଣ୍ଡ ଇନକମ୍‌ ଅଗମେଣ୍ଟେସନ୍‌)ଯୋଜନାକୁ ନେଇ ଦ୍ୱନ୍ଦ ଉପୁଜୁଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଯୋଜନାକୁ...

୧୨.୫୨ କୋଟି ଟଙ୍କାରେ ନିର୍ମିତ ରାମଲିଙ୍ଗେଶ୍ୱର ପୋଖରୀ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ୍‌,୪।୧- ବ୍ରହ୍ମପୁର ମହାନଗରକୁ ଦେଶରେ ସୁନ୍ଦର ସହର ଭାବେ ଗଢ଼ି ତୋଳିବା ପାଇଁ ପରିକଳ୍ପନା କରାଯାଇଛି। ଏନେଇ ସମସ୍ତେ ମିଶି ଏହାର ସଫଳ ରୂପାୟନ...

ଶ୍ରମିକଙ୍କ ମୃତ୍ୟୁରେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ଧାରଣା

ଢେଙ୍କାନାଳ ଅଫିସ,୨୨ା୫: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଖଡ଼ଗପ୍ରସାଦ ଗ୍ରାମ ନିକଟସ୍ଥ ନବ ଲିମିଟେଡ୍‌ କମ୍ପାନୀରେ ରବିବାର ଅପରାହ୍ନରେ ମାଧବ ବେହେରା (୪୦) ନାମକ ଜଣେ...

ହତ୍ୟା ଅଭିଯୋଗ: ମାଟିତଳୁ ଖୋଳାହେଲା ମହିଳାଙ୍କ ମୃତଦେହ

ବାଲେଶ୍ୱର ଅଫିସ,୧୦ା୮: ବାଲେଶ୍ୱର ଜିଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡ଼ା ଗାଁରେ ୩ ଦିନ ପରେ ମାଟିତଳୁ ବୁଧବାର ଖୋଳା ହୋଇଛି ମହିଳାଙ୍କ...

କ୍ୱାରାଣ୍ଟାଇନ୍‌ରେ ରହିଲେ କର କ୍ଲିନିକରୁ ଫେରିଥିବା ରୋଗୀ

ବେଗୁନିଆପଡ଼ା,୨୮ା୩(ଡି.ଏନ୍‌.ଏ.): ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ପଜିଟିଭ ରୋଗୀ ଭୁବନେଶ୍ୱରସ୍ଥିତ କର କ୍ଲିନିକକୁ ଆସିଥିବା ଜଣାପଡ଼ିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଖୋଜାଚାଲିଛି...

ଯାତାୟାତ କଟକଣାରୁ ମୁକ୍ତ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ

କଟକ ଅଫିସ/ ଭୁବନେଶ୍ୱର (ବ୍ୟୁରୋ),୨୫ା୩: କରୋନା ଭୂତାଣୁ ସଂକ୍ରମଣ ଏଡାଇବା ପାଇଁ ସାରା ରାଜ୍ୟକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ସରକାର। ଏହି ସମୟରେ ଯାତାୟାତ ନେଇ...

Advertisement
Archives

Model This Week