ମାନ୍ଦାବସ୍ଥା: କେରଳ ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ

ତିରୁଭାନନ୍ତପୁରମ୍‌,୧୮ା୯: ନିକଟରେ କେରଳର ସର୍ବବୃହତ୍‌ ପର୍ବ ଓଣମ୍‌ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରେ ଆୟୋଜିତ ହୁଏ ନୌକା ଚାଳନା ପ୍ରତିଯୋଗିତା। ଦେଶବିଦେଶରୁ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସନ୍ତି। କିନ୍ତୁ ଚଳିତବର୍ଷ କେରଳରେ ସବୁକିଛି ଫିକା ପଡିଯାଇଥିଲା। ଏଥର ନୌକାଗୁଡ଼ିକ ପାଣିରେ ନ ଦୌଡ଼ି ନଦୀ କଡ଼ରେ ଛିଡା ହୋଇଥିବାର ଦେଖାଯାଇଥିଲା। ଯେକୌଣସି ବୋଟ୍‌ ମାଲିକଙ୍କୁ ପଚାରିଲେ ସମସ୍ତଙ୍କର ଗୋଟିଏ ମତ ‘ବ୍ୟବସାୟ ବୁଡିଯାଉଛି। ଲାଭ କମୁଛି ଏବଂ ପ୍ରତ୍ୟେକେ ଋଣରେ ବୁଡ଼ିଗଲେଣି।’ ମାନ୍ଦାବସ୍ଥାର ମାଡ଼ କିଭଳି କେରଳ ପର୍ଯ୍ୟଟନ ଶିଳ୍ପରେ ବାଜିଛି, ତାହା ଏଥିରୁ ସ୍ପଷ୍ଟ।
ଜଣେ ବୋଟ୍‌ ମାଲିକ ସୁବିନଙ୍କ ମତରେ ଦୁଇବର୍ଷ ପୂର୍ବେ କେରଳରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ଯୋଗୁ ବୋଟ ଓ ପର୍ଯ୍ୟଟନ ଶିଳ୍ପ ସମ୍ପୂଣ୍ଣର୍ର୍ ଭାବେ ପ୍ରଭାବିତ ହୋଇଥିଲା। ମାସ ଭିତରେ ପୁଣିଥରେ ମୁଣ୍ଡଟେକି ଛିଡାହେଲା ବେଳକୁ ସରକାର ଦେଶରେ ଜିଏସ୍‌ଟି ଲାଗୁ କରିଦେଲେ। ଫଳରେ ଡଙ୍ଗା ତିଆରି ଖର୍ଚ୍ଚ ବଢ଼ିଗଲା। ମାନ୍ଦାବସ୍ଥା କାରଣରୁ ଏବେ ନୂଆ ଡଙ୍ଗା ତିଆରି କରିବା ଲାଗି କାହା ନିକଟରେ ଅର୍ଥ ନ ଥିବାବେଳେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଆୟ ନାହିଁ କହିଲେ ଚଳେ। ବୋଟ୍‌ ମାଲିକ ସୁବିନଙ୍କ ମତରେ ୫ ବର୍ଷ ପୂର୍ବେ ଗୋଟିଏ ହାଉସ ବୋଟ୍‌ ତିଆରି କରିବାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ଏଥିପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଲାଗୁଛି। ଘର, ଜମି ବନ୍ଧା ରଖି ସେ ଡଙ୍ଗା ତିଆରି କରିଛନ୍ତି। ପର୍ଯ୍ୟଟକ ଆସୁ ନ ଥିବାରୁ ଋଣ ପରିଶୋଧ ନେଇ ସେ ଚିନ୍ତିତ ଥିବା କହିଛନ୍ତି। ସେହିପରି ଆୟ କମିଯିବାରୁ ଏବେ ହାଉସ ବୋଟ୍‌ ମାଲିକ ଷ୍ଟାଫ୍‌ଙ୍କୁ ମାସିକ ଦରମାରେ ନିଯୁକ୍ତି ଦେଇପାରୁନାହାନ୍ତି। ୧୦ବର୍ଷ ପୂର୍ବେ ହାଉସବୋଟ୍‌ରେ କାମ କରୁଥିବା ଅନିସ୍‌ ମାସକୁ ୨୦ ହଜାର ଟଙ୍କା ଦରମା ପାଉଥିଲେ। ଏବେ ତାଙ୍କୁ ଦୈନିକ ମଜୁରି (୭୦୦ ଟଙ୍କା)ରେ କାମ କରିବାକୁ ପଡ଼ୁଛି। ପୂର୍ବେ ଗୋଟିଏ ହାଉସ ବୋଟ୍‌ ନଦୀରେ ୨୨ଥର ଚକ୍କର ମାରୁଥିଲା। ଏବେ ମାସକୁ ୩/୪ଥର ଚକ୍କର ମାରିବା କଷ୍ଟକର ହୋଇପଡିଛି। ଅନିସ୍‌ଙ୍କ କହିବାନୁଯାୟୀ, ଗତ ୫ ଦିନ ହେବ ତାଙ୍କ ନିକଟରେ କୌଣସି କାମ ନାହିଁ। ଋଣ ବୋଝ ଥିବାରୁ ବାଧ୍ୟ ହୋଇ ସେ ତାଙ୍କ ସ୍ତ୍ରୀଙ୍କ ସୁନା ଗହଣା ବିକ୍ରି କରିଛନ୍ତି। ଇଂଲିଶ୍‌ ମିଡିୟମରେ ପଢ଼ୁଥିବା ପିଲାଙ୍କୁ ଏବେ ସେ ସରକାରୀ ସ୍କୁଲ୍‌ରେ ପଢ଼ାଇବାକୁ ନିଷ୍ପତ୍ତି ନେଇଥିବା ଅନିସ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ମୋଦିଙ୍କ ହାଜତ ମିଆଦ ବୃଦ୍ଧି

ଲଣ୍ଡନ,୨୦-୯: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ହାଜତ ମିଆଦକୁ ସ୍ଥାନୀୟ ଅଦାଲତ ଗୁରୁବାର ଅକ୍ଟୋବର ୧୭ ଯାଏ ବୃଦ୍ଧି କରିଛନ୍ତି। ଗୁରୁବାର ତାଙ୍କର ହାଜତ...

ହିରୋ ଚ୍ୟାଲେଞ୍ଜ-୨୦୧୯ ଘୋଷଣା

ନୂଆଦିଲ୍ଲୀ,୧୮-୪: ଇଂଲଣ୍ଡର ଲିଭରପୁଲ ଓ୍ବାଟର ପ୍ରିନ୍ସ ଡକ୍‌ରେ ଦି ହିରୋ ଚ୍ୟାଲେଞ୍ଜ-୨୦୧୯ ଗଲ୍ଫ ନାଇଟ୍‌ ଅନୁଷ୍ଠିତ ହେବ। ବିଶ୍ୱରଖ୍ୟାତି ସମ୍ପନ୍ନ ଗଲ୍ଫର ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ...

ଚାଇନାର ୫୦ ନିବେଶ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ସରକାର

ନୂଆଦିଲ୍ଲୀ,୬।୭ : ଚାଇନା କମ୍ପାନୀଗୁଡ଼ିକ ପକ୍ଷରୁ ୫୦ ନିବେଶ ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ତର୍ଜମା କରୁଛନ୍ତି। ନୂଆ ସ୍କ୍ରିନିଂ ନୀତି ଅନୁସାରେ ସରକାର ଏଭଳି...

ପ୍ୟାକେଜ୍‌ ଆଶାରେ ଶିଳ୍ପଜଗତ

ନୂଆଦିଲ୍ଲୀ, ୧୫। ୪ : କରୋନା ଜନିତ ସଙ୍କଟକୁ କମ୍‌ କରିବା ଲାଗି ସାରା ଦେଶରେ ଲକ୍‌ଡାଉନ ଅବଧି ବୃଦ୍ଧିର ଆବଶ୍ୟକତାକୁ ଶିଳ୍ପ ଜଗତ ପକ୍ଷରୁ...

ପିଏମ୍‌-କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ

ନୂଆଦିଲ୍ଲୀ,୧୨-୨: ପିଏମ୍‌-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଷାନ ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି। ଏହା...

ଲଟେରି ଉପରେ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୯-୧୨: ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍‌ଟି ଲାଗି ନୀତି ନିର୍ଦ୍ଧାରଣ କରୁଥିବା ଜିଏସ୍‌ଟି ପରିଷଦ ବୈଠକରେ ବୁଧବାର ପ୍ରଥମଥର ଲାଗି ଭୋଟିଂ ହୋଇଥିବା ସାମ୍ନା ଆସିଛି।...

ବଜାରରେ ମହିନ୍ଦ୍ରାର ନୂଆ ୩ ଚକିଆ ଇ-ଯାନ ଟ୍ରିଓ

ଭୁବନେଶ୍ୱର,୨୨ା୬: ମହିନ୍ଦ୍ରା ଗ୍ରୁପର ଇ-ଯାନ ନିର୍ମାଣକାରୀ କମ୍ପାନୀ ମହିନ୍ଦ୍ରା ଇଲେକଟ୍ରିକ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ନୂଆ ୩ ଚକିଆ ଇ-ଯାନ ରେଞ୍ଜକୁ ବଜାର ପ୍ରବେଶ କରାଯାଇଛି।...

ୟୁଏସ୍‌ରେ ଚାକିରି ହରାଇଛନ୍ତି ୪.୧ କୋଟି

ଓ୍ବାଶିଂଟନ,୨୯।୫: କରୋନା ଜନିତ ଲକ୍‌ଡାଉନ ଲାଗି ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌) ରେ ୪.୧ କୋଟି ଲୋକ ଚାକିରି ହରାଇଛନ୍ତି। ଗତ ସପ୍ତାହରେ ୨.୧ ନିୟୁତ ଲୋକ ବେରୋଜଗାରୀ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *