ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର, ଅଭିଯୁକ୍ତ ଅଟକ

 

ପୁରୁଷୋତ୍ତମପୁର,୩୧ା୧୨ (ଡି.ଏନ.ଏ.)-ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଚଳାଇଛି। ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ ଥାନାକୁ ଆସି ଘଟଣାର ତଦନ୍ତ ଚଳାଇଛନ୍ତି। ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଜଣକ ଘରେ ପଶି ଯୁବତୀଙ୍କୁ ବଳାତ୍କାର କରିଥିଲେ। ଯୁବତୀଙ୍କ ବୃଦ୍ଧା ମା’ ପହଞ୍ଚି ଯିବାରୁ ଅଭିଯୁକ୍ତ ଚମ୍ପଟ ମାରିଥିଲେ। ସନ୍ଧ୍ୟାରେ ଭାଇ ଘରକୁ ଫେରିବା ପରେ ମା’ଙ୍କଠାରୁ ସମସ୍ତ ବିଷୟ ଶୁଣିଥିଲେ। ପରେ ଭଉଣୀ ଓ ମା’ଙ୍କ ସହ ଭାଇ ରାତିରେ ଥାନାକୁ ଆସି ଅଭିଯୋଗ କରିଥିଲେ।ଏ ନେଇ ପୋଲିସ ନଂ.୩୧୮/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି । ମଙ୍ଗଳବାର ଉଭୟଙ୍କ ଡାକ୍ତରୀମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ନିକଟର ପୀଡିତାଙ୍କ ବୟାନ ରେକର୍ଡ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ତହସିଲ୍ ଅଫିସ ପରିସରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ

ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ପ୍ରଚଣ୍ଡ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି; ୪୧ ଡିଗ୍ରୀ ଟପିଲା ତାତି, ୧୮ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୩ା୪(ବନ୍ଦନା ସେଠୀ): ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ତାପମାତ୍ରା ୪୧ ଡିଗ୍ରୀ ଡେଇଁଥିବାବେଳେ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହରରେ ପରିଣତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri